www.samajalive.in
Friday, December 12, 2025
14.1 C
Bhubaneswar

ଭାଷାର ପ୍ରାଚୀନତାର ପ୍ରମାଣ ପାଇଁ ପ୍ରତ୍ନତତ୍ତ୍ୱ ଏକ ଉତ୍ସ

ଭୁବନେଶ୍ୱର: ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେବାରେ ଓଡ଼ିଶାର ପ୍ରତ୍ନତାତ୍ତ୍ୱିକ ବିଭବର ଅବଦାନ ଅତୁଳନୀୟ। ଓଡ଼ିଶାର ପ୍ରାଚୀନ କୀର୍ତ୍ତିରାଜିରେ ଥିବା ଆମ ଲିପି ଓ ଭାଷାର କ୍ରମବିକାଶ ସହ ଓଡ଼ିଆ ଭାଷାର ପ୍ରାଚୀନତା ଓ ସ୍ୱାତନ୍ତ୍ର୍ୟ ଉପରେ ଅଧିକ ଆଲୋକପାତ କରିବାର ଆବଶ୍ୟକତା ରହିଛି ବୋଲି ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର ଆନୁକୂଲ୍ୟରେ ଆୟୋଜିତ ଏକ ଜାତୀୟ ଆଭାସୀ ଆଲୋଚନାଚକ୍ରରେ ମତପ୍ରକାଶ ପାଇଛି। ଶାସ୍ତ୍ରୀୟ ଭାଷା ସମୂହର ମୁଖ୍ୟ ପ୍ରଫେସର ସିଭି ଶିବରାମକୃଷ୍ଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରକୁ ଉଦ୍‍ଘାଟନ କରି ଭାରତୀୟ ଭାଷା ସଂସ୍ଥାନ ମହୀଶୂର ନିର୍ଦେଶକ ପ୍ରଫେସର ଶୈଳେନ୍ଦ୍ର ମୋହନ ଯେ କୌଣସି ଭାଷାର ପ୍ରାଚୀନତାର ପ୍ରମାଣ ପାଇଁ ପ୍ରତ୍ନତତ୍ତ୍ୱ ଏକ ଉତ୍ସ ଭାବେ ସହାୟତା କରିଥାଏ ବୋଲି ମତ ଦେଇ ଓଡ଼ିଶା ତା’ର ପ୍ରାଚୀନ କୀର୍ତ୍ତିରାଜି ପାଇଁ ସମଗ୍ର ଭାରତ ବର୍ଷରେ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ ବୋଲି କହିଥିଲେ। ଉତ୍କର୍ଷ କେନ୍ଦ୍ରର ପ୍ରକଳ୍ପ ନିର୍ଦେଶକ ପ୍ରଫେସର ବସନ୍ତ ପଣ୍ଡାଙ୍କ ପରିଚାଳନାରେ ଉତ୍ସଳ ବିଶ୍ୱବିଦ୍ୟାଳୟ ପ୍ରାଚୀନ ଇତିହାସ ବିଭାଗର ସହକାରୀ ପ୍ରଫେସର ଡ.ଅନାମ ବେହେରା ପୋଥି, ପଥର ଓ ପ୍ରତ୍ନତତ୍ତ୍ୱରେ ଓଡ଼ିଆ ଲିପି ଓ ଭାଷାର କିଭଳି ପଦଚିହ୍ନ ରହିଛି ତାହା ବହୁ ଦୃଷ୍ଟାନ୍ତ ଦେଇ ବୁଝାଇ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ପ୍ରଫେସର ସଞ୍ଜୟ ଆଚାର୍ଯ୍ୟ, ପ୍ରଫେସର ବିବୁଧେନ୍ଦ୍ର ନାରାୟଣ ପଟ୍ଟନାୟକ, ପ୍ରଫେସର କ୍ରିଷ୍ଣା ଭଟ୍ଟାର୍ଚ୍ୟା, ଡ.ବିଜୟଲକ୍ଷ୍ମୀ ମହାନ୍ତି, ଡ.ଅଶୋକ କୁମାର ରଥ, ଡ.ପ୍ରସନ୍ନ କୁମାର ନାୟକ, ଡ. ଅନୁପ କୁଜୁର, ନିର୍ମଳକୁମାର ମହାପାତ୍ର, ଗୋବିନ୍ଦଚନ୍ଦ୍ର ପେଣ୍ଠୋଇ, ଅମ୍ବରୀଶ ଶତପଥୀ, ମନସା ଶ୍ରୀଚନ୍ଦନ, ମିତାଲି ମଧୁସ୍ମିତା ମହାନ୍ତି, ଜ୍ୟୋତିପ୍ରଭା ମହାନ୍ତି, ହିମାଦ୍ରୀତନୟା ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ପରିଶେଷରେ ବରିଷ୍ଠ ଗବେଷକ ଡ.ଦେବାଶିଷ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories