www.samajalive.in
Friday, December 12, 2025
14.1 C
Bhubaneswar

ଇଣ୍ଡଲଜ୍‌ରେ ‘ମିଲ୍କ ଶେକ୍ ହେୟାର ସ୍ପା’ ସେବାର ଶୁଭାରମ୍ଭ

ଭୁବନେଶ୍ୱର : ଆନ୍ତର୍ଜାତୀୟ ହେୟାର କେୟାର ବ୍ରାଣ୍ଡ୍ ‘ମିଲ୍କ ଶେକ୍ ହେୟାର ସ୍ପା’ ପ୍ରଥମଥର ପାଇଁ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ ଥିବା ଇଣ୍ଡଲ୍‌ଜ ସାଲୁନ୍‌ରେ ଲଞ୍ଚ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଓଲିଉଡ଼୍ ଅଭିନେତ୍ରୀ ଭୂମିକା ଦାଶ, ଇଣ୍ଡଲଜ୍‌ର ପ୍ରତିଷ୍ଠାତା ସୁକିର୍ତ୍ତୀ ପଟ୍ଟନାୟକ ଓ ଆବସ୍ୟୁଲୁଟ୍ ବ୍ୟୁଟି କନ୍‌ସେପ୍ଟର ନିର୍ଦ୍ଦେଶକ ୟାସେସ୍ ଭରୱାର୍ଡ଼ା ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ବ୍ରାଣ୍ଡ୍ ଏକ ଅନନ୍ୟ ସ୍ପା ସେବା ଯୋଗାଇଥାଏ, ଯାହା ସୁନ୍ଦର ଓ ସୁସ୍ଥ କେଶ ପ୍ରତି ଧ୍ୟାନ ଦେଉଥିବା ଗ୍ରାହକମାନଙ୍କୁ ଏକ ସମୃଦ୍ଧ ଅଭିଜ୍ଞତା ପ୍ରଦାନ କରିଥାଏ । ଉତ୍ପାଦର ସୂତ୍ର, ଗୁଣବତ୍ତା, ଉପାଦାନ, ସୁଗନ୍ଧ ଏବଂ ସେବା ଅଭିଜ୍ଞତା ବଜାରରେ ନିୟମିତ କେଶ ସ୍ପା ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସେବା ଗ୍ରହଣ କରିଥିବା ଗ୍ରାହକମାନେ ଏନେଇ ସକରାତ୍ମକ ମତାମତ ଦେଇଛନ୍ତି ।

ଏହି ଅବସରରେ ଶ୍ରୀ ଭରୱାର୍ଡ଼ା କହିଛନ୍ତି ଯେ ଓଡ଼ିଶାରେ ‘ମିଲ୍କ ଶେକ୍ ହେୟାର ସ୍ପା’ ପରି ଏକ ଆନ୍ତର୍ଜାତୀୟ ବ୍ରାଣ୍ଡ ଲଞ୍ଚ କରି ଆମେ ଖୁସି । ଏଠାରେ ଗ୍ରାହକମାନଙ୍କୁ ଏକ ଅନନ୍ୟ ଅଭିଜ୍ଞତା ପ୍ରଦାନ କରିବା ଯୋଗୁ ଆମେ ନିଜକୁ ଗର୍ବିତ ମନେକରୁଛୁ । ଏହି କାର୍ଯ୍ୟକ୍ରମରେ ସୁକିର୍ତ୍ତୀ ପଟ୍ଟନାୟକ କହିଥିଲେ ଯେ ଓଡ଼ିଶାରୁ ଜନ୍ମ ହୋଇଥିବା ଏକ ବ୍ରାଣ୍ଡ ଭାବରେ ଆମେ ଅନନ୍ୟ ସଂସ୍କୃତି ଓ ମୂଲ୍ୟବୋଧକୁ ମିଶ୍ରଣ କରି ସେବା ଯୋଗାଇ ଚାଲିଛୁ । ବିଶ୍ୱର ବିଭିନ୍ନ ସ୍ଥାନରୁ ବିଭିନ୍ନ ଉତ୍କୃଷ୍ଟ ସେବା ଓଡ଼ିଶାକୁ ଆଣିବାରେ ଆମେ ଆଉ ଏକପାଦ ଆଗକୁ ବଢି ଇଣ୍ଡଲଜ୍‌ରେ ମିଲ୍କ ଶେକ୍ ହେୟାର୍ ସ୍ପାର ଶୁଭାରମ୍ଭ କରିଛୁ । ଇଣ୍ଡଲଜ୍‌ରେ ଏହି ବ୍ରାଣ୍ଡ୍ ଲଞ୍ଚ କରିଥିବାରୁ ଆମେ ଭୂମିକା ଦାସଙ୍କୁ ଧନ୍ୟବାଦ ଜ୍ଞାପନ କରୁଛୁ । ଆମକୁ ଓଡ଼ିଶାର ୫୦ ରୁ ଅଧିକ ପ୍ରଭାବଶାଳୀ ବ୍ୟକ୍ତି ସମର୍ଥନ କରିଛନ୍ତି ଯେଉଁମାନେ ଏହି ସେବାକୁ ଅନୁଭବ କରିଛନ୍ତି ଏବଂ ମିଲ୍କ ଶେକ୍ ହେୟାର ସ୍ପାକୁ ସକ୍ରିୟ ଭାବେ ପ୍ରୋତ୍ସାହିତ କରୁଛନ୍ତି । ଭୂମିକା ଦାଶ ଓଡ଼ିଶାରେ ରେମାଞ୍ଚକର ଉତ୍ପାଦ ଏବଂ ସେବା ଆରମ୍ଭ କରିଥିବାରୁ ସୁକିର୍ତ୍ତୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସମସ୍ତେ ଏହି ସେବାକୁ ଅନୁଭବ କରନ୍ତୁ ଏବଂ ପ୍ରାରମ୍ଭିକ ୫୦ ପ୍ରତିଶତ ରିହାତି ଅଫର୍‌ର ଲାଭ ଉଠାନ୍ତୁ ବୋଲି ସେ ପ୍ରକାଶ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories