www.samajalive.in
Sunday, December 14, 2025
26.1 C
Bhubaneswar

ନବରଙ୍ଗପୁରରେ ଜାମା ମସଜିଦର ନବକଳେବର

ନବରଙ୍ଗପୁର: ନବରଙ୍ଗପୁର ଜ।ମା ମସଜିଦର ନବକଳେବର କରାଯାଇଥିବା ବେଳେ ଏଥିପାଇଁ ପ୍ରାୟ ପାଞ୍ଚ କୋଟି ଖର୍ଚ୍ଚ କରାଯାଇଛି। ୨୦୧୫ ରେ ପୁରୁଣା ଘରକୁ ଭାଙ୍ଗି ନୂତନ ଅତ୍ୟାଧୁନିକ ଦୁଇମହଲ। ମାର୍ବଲରେ ନିର୍ମିତ ମସଜିଦର ପ୍ରତିଷ୍ଠା କରାଯାଇଛି। ଏହାର ଉଦଘାଟନ କରାଯାଇଥିଲା। ଏହି ଅବସର ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ସାଂସଦ ରମେଶ ଚନ୍ଦ୍ର ମାଝୀ, ଜିଲ।ପାଳ ଡ଼ଃ. କମଳ ଲୋଚନ ମିଶ୍ର, ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ, ପୌରାଧ୍ୟକ୍ଷ କୁନୁ ନାୟକ, ପୂର୍ବତନ ବିଧାୟକ ସଦନ ନାୟକ ଓ ଭୁଜବଳ ମାଝି, ତହସିଲଦାର ରବୀନ୍ଦ୍ର ରାଉତ, ବରିଷ୍ଠ ନେତା ନାରାୟଣ ପାତ୍ର, ସହରର ମନ୍ଦିର କମିଟି ବୃନ୍ଦ ଝାଡେଶ୍ବର ଖାଡ଼ଙ୍ଗା, ସିଏଚ. ବାବା ଯୁଗନ୍ଧର, ନରସିଂହ ତ୍ରିପାଠୀ, ସୁବାସ ସୁର ଓ ସତ୍ୟବାଦୀ ଷଡଙ୍ଗୀ, ନେତା ଅର୍ଜୁନ ତ୍ରିପାଠୀ, ସ୍ୱାଧୀନ ପଣ୍ଡା, ନେତ୍ରୀ ମଞ୍ଜୁଳା ମାଝୀ, ଖ୍ରୀଷ୍ଟଧର୍ମର ଡିନ ଯୁଧିଷ୍ଠିର ନାୟକ, ବାଲାଜୀ ମନ୍ଦିର ସଭାପତି ଡ଼ଃ. କେ.ଧନୁର୍ଯ୍ୟୟ ପଟ୍ଟନାୟକ ଯୋଗ ଦେଉଥିଲେ।

ଅତିଥିମାନେ ବକ୍ତବ୍ୟରେ ନବରଙ୍ଗପୁରରେ ସବୁଧର୍ମର ଲୋକ ବସବାସ କରୁଥିବା ବେଳେ ଏହା ଭାଇଚାରାର ସହର ବୋଲି କହିଥିଲେ। ଧର୍ମ ଅଲଗା ଅଲଗା ହେଲେ ହେଁ ଈଶ୍ୱର ଏକ ବୋଲି କହିଥିଲେ। ସମସ୍ତେ ସୁଖ ଓ ଶ।ନ୍ତିରେ ରହିବାକୁ କାମନା କରିଥିଲେ। ଏଥିରେ ତାଜ ଇମ୍ରାନ ସାରିଫ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସିରାଜୁଦିନ ଅହମ୍ମଦ ମଞ୍ଚ ପରିଚାଳନା କରିଥିଲେ। ସାକୁର ସାହେବ, ଶେଖ ସ।ଜନା, ସଫିକ କୁରେସି, ଅବଦଲ ଖୁଦୁସ, ଅବଦଲ ବାରିସ, ସର ତାଜ, ଫରୁକ, କେପି ନଶୀର, ଏମଡି ଅନିଶ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories