www.samajalive.in
Sunday, December 14, 2025
14.1 C
Bhubaneswar

ଜାଂଗେଡରେ ଶିଶୁ ସୁରକ୍ଷା କମିଟି ଗଠିତ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅଧିନ ଜାଂଗେଡ ରାଜୀବସେବା କେନ୍ଦ୍ରଠାରେ ପଂଚାୟତସ୍ତରୀୟ ଶିଶୁ ସୁରକ୍ଷା କମିଟି ଗଠିତ ହୋଇଯାଇଛି। ଏହି ଅବସରରେ ସରପଞ୍ଚ ଭଗବତିଆ ସାହୁଙ୍କ ସଭାପତିତ୍ବରେ ଏକ ସଭା ଆୟୋଜିତ ହୋଇଥିଲା। ଏହି ସଭାରେ ମହିଳା ପରିଦର୍ଶିକା ମାନସିକ ପଟ୍ଟା ସଂପାଦିକା ଭାବରେ ଯୋଗ ଦେଇଥିଲେ। ଏଥିରେ ୨୪ ଜଣିଆ ଶିଶୁ ସୁରକ୍ଷା କମିଟି ଗଠନ କରାଯାଇଛି। ଏହି କମିଟିରେ ଓ୍ବାଡ ମେମ୍ବର, ସ୍କୁଲ ଶିକ୍ଷକ, ସ୍ବଂୟ ସହାୟକ ଗୋଷ୍ଠୀର ସଦସ୍ୟ, ଆଶା, ଅଂଗନବାଡି କର୍ମୀ, ଯୁବକ ସଂଘର ସଦସ୍ୟ, କିଶୋର, କିଶୋରୀମାନେ ସଦସ୍ୟ ଭାବେ ଅଛନ୍ତି। ଏହି କମିଟିର କାମ ହେଲା ଅଞ୍ଚଳର ଶିଶୁଙ୍କୁ ସୁରକ୍ଷା ପ୍ରଦାନ କରିବା, ଶିଶୁ ବିକ୍ରୀ, ଶିଶୁ ଚାଳଣା, ଶିଶୁ ଶ୍ରମିକ, ୧୮ ବର୍ଷରୁ କମ ବୟସରେ ବିବାହ ଆଦି ରୋକିବା।ଏହା ଉପରେ ଲୋକଙ୍କୁ ସଚେତନ କରିବା। ଶିଶୁ ମାନଙ୍କୁ ଶ୍ରମିକ ଭାବରେ କାର୍ଯ୍ୟରେ ଲଗାଇ ତାଙ୍କୁ କିଛି ପଇସା ଦେଇ ଅଧିକ କାମ ହାସଲ କରୁଛନ୍ତି। ସରଳ ଶିଶୁ ମାନେ ତାହା ବୁଝିପାରୁ ନାହାଁନ୍ତି। କିଛି ପଇସା ଲୋଭରେ ସେମାନେ ବିଦ୍ୟାଳୟର ପାଠପଢା ମଧ୍ୟ ଅଧାରୁ ଛାଡି ଦେଉଛନ୍ତି। ଏହି ଶିଶୁ ସୁରକ୍ଷା କମିଟି ଏହି ସବୁ ବିଷୟ ପ୍ରତି ବିଶେଷ ଧ୍ୟାନ ଦେଇ ଶିଶୁମାନେ ଯେମିତି ତାଙ୍କ ଭବିଷ୍ୟତ ସୁରକ୍ଷିତ କରି ଗଢି ତୋଳିବେ ସେ ପ୍ରତି ଦୃଷ୍ଟି ଦେବେ। ଏହି କମିଟିର ସମସ୍ତ ଲକ୍ଷ୍ୟ ପୂର୍ଣ୍ଣ କରିବାରେ ସମସ୍ତେ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିବେ ବୋଲି ଦୃଢ଼ ନିଷ୍ପତ୍ତି ନେଇଥିଲେ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories