www.samajalive.in
Saturday, December 13, 2025
26.1 C
Bhubaneswar

ଜେଲ ଗଲା ପତ୍ନୀହନ୍ତା ପତି

ଗୋପାଳପୁର: ଆମ୍ବପୁଆ ବଡ଼ସାହିର ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଅଭିଯୋଗରେ ଗୋପାଳପୁର ପୁଲିସ ହତ୍ୟା ମାମଲାରେ ସ୍ବାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣଙ୍କ ଫକିରମୋହନ ଓରଫ ପ୍ରକାଶ ରେଡ୍ଡୀ ବୋଲି ପୁଲିସ ସୂଚନା ଦେଇଛି। ଅଭିଯୋଗ ଅନୁଯାୟୀ ମୃତ ନବବଧୂ ଜଣଙ୍କ ଚମାଖଣ୍ଡି ଥାନା ଲକ୍ଷ୍ମିପୁର ଗ୍ରାମର ଆର ଗଣେଶ ରେଡ୍ଡୀଙ୍କ ବଡଝିଅ ଆର ଚଞ୍ଚଳା ରେଡ୍ଡୀ ଆମ୍ବପୁଆର ଫକିରମୋହନଙ୍କ ସହ ଗତ ଜୁଲାଇ ୮ ତାରିଖରେ ବୈଦିକ ରୀତିରେ ବିବାହ କରିଥିଲେ। କିନ୍ତୁ ବିବାହ ପରଠାରୁ ଫକିରମୋହନଙ୍କ ପରିବାର ଚଞ୍ଚଳାଙ୍କୁ ମାନସିକ ସହ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ।

ଗତ ୨୩ ତାରିଖରେ ଫକିରମୋହନଙ୍କ ପରିବାରର ସମସ୍ତ ସଦସ୍ୟ ଚଞ୍ଚଳାଙ୍କୁ ବିଭିନ୍ନ ପ୍ରକାରର ନିର୍ଯାତନା ଦେଇଥିବା ନେଇ ଚଞ୍ଚଳାଙ୍କ ପକ୍ଷରୁ ବାପା ଗଣେଶଙ୍କୁ ଜଣାଇଥିଲେ। କିନ୍ତୁ ହଠାତ ସୋମବାର ରାତିରେ ଚଞ୍ଚଳା ଗୁରୁତର ଥିବା ଏବଂ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ ନିଆଯାଇଥିବା ଖବର ଦେଇଥିଲେ। କିନ୍ତୁ ପରିବାର ବର୍ଗ ମେଡିକାଲରେ‌ ପହଞ୍ଚିବା ପରେ ମୃତ୍ୟୁ ହୋଇଯାଇଥିବା ଜାଣିବାକୁ ପାଇଥିଲେ। ଏହି ଘଟଣା ନେଇ ମୃତ ଚଞ୍ଚଳାଙ୍କ ମାଁ କାମନୀ ରେଡ୍ଡୀଙ୍କ ପକ୍ଷରୁ ଗୋପାଳପୁର ଥାନାରେ ତାଙ୍କ ଝିଅକୁ ଜ୍ବାଇଁ ଫକିରମୋହନ ଓ ତାଙ୍କ ପରିବାର ସଦସ୍ୟ ମିଶି ମାରିଦେଇ ଆତ୍ମହତ୍ୟାର ରୂପ ଦେଇଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରିବା ସହ ସ୍ବାମୀ ଫକିରମୋହନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

- Advertisement -

ଅନ୍ୟ ପଟେ ପୁଲିସ ମୃତ ଚଞ୍ଚଳାଙ୍କ ବେଡ଼ରୁମରୁ ଋକ ସୁସାଇଡ ନୋଟ ଜବତ କରିବା ସହ ସେଥିରେ ତାଙ୍କ ମୃତ୍ୟୁ ପାଇଁ ତାଙ୍କ ସ୍ବାମୀ ଓ ଶଶୁର ଘର ପରିବାର ଲୋକ ଦାୟୀ ବୋଲି ଉଲ୍ଲେଖ ରହିଛି।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories