www.samajalive.in
Sunday, December 14, 2025
14.1 C
Bhubaneswar

ଘର ଜମିପଟ୍ଟା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ

ରେଙ୍ଗlଲିକେମ୍ପ: ସୋମବାର ଅତାବିରା ବ୍ଲକ କାର୍ଯ୍ୟାଳୟ ପରିସରରେ ୬୬ଜଣ ହିତାଧିକାରୀଙ୍କୁ ଏକ ଲକ୍ଷ କୋଡିଏ ହଜାର ଟଙ୍କାର ଆବାସ ଯୋଜନା ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି ।ଏହି ଅବସରରେ ସ୍ବଚ୍ଛତା ହିଁ ସେବା ପକ୍ଷ ପାଳନ କରାଯିବା ପାଇଁ ସ୍ୱଚ୍ଛତା ରଥକୁ ସବୁଜ ପତାକା ଦେଖାଇ ସ୍ଥାନୀୟ ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଏହାର ଶୁଭାରମ୍ଭ କରିଛନ୍ତି ।ଏହି ରଥ ସ୍ବଚ୍ଛତା ଉପରେ ଗ୍ରାମ ଗ୍ରାମ ବୁଲି ଲୋକଙ୍କୁ ସଚେତନର ବାର୍ତ୍ତା ପ୍ରଚାର କରିବ ।  ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଏହି ରଥ ଗାନ୍ଧି ଜୀଙ୍କ ସ୍ବଚ୍ଛତା ବାର୍ତ୍ତା ପ୍ରତି ଜନମାନସରେ ପହଞ୍ଚାଇବ ।  ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ ଚନ୍ଦ୍ର ମେହେର, ଅତିରିକ୍ତ ତହସିଲଦାର ମାୟୂରେସ ପଣ୍ଡା, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗିରିନ୍ଦ୍ର ସାହୁ, ବ୍ଲକର ସମସ୍ତ କର୍ମଚାରୀ ତଥା ନିର୍ବାଚିତ ସରପଞ୍ଚ ଓ ସମିତିସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ ।

 

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories