www.samajalive.in
Friday, December 12, 2025
15.1 C
Bhubaneswar

ବିଜେପି ଜିଲା ମହିଳା ମୋର୍ଚ୍ଚାର ଜିଲା କାର୍ଯ୍ୟକାରିଣୀ ବୈଠକ

ଫୁଲବାଣୀ: କନ୍ଧମାଳ ଜିଲା ବିଜେପି ମହିଳା ମୋର୍ଚ୍ଚାର ଜିଲା କାର୍ଯ୍ୟକାରିଣୀ ବୈଠକ ଜିଲା ସଭାନେତ୍ରୀ ତଥା ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତି ସ୍ମିତାରାଣି ମହାନ୍ତିଙ୍କ ଅଧ୍ୟକ୍ଷତାରେ ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତି ସ୍ମୃତିରେଖା ପଟ୍ଟନାୟକ ଯୋଗଦେଇ ମହିଳା ମାନେ ବର୍ତ୍ତମାନ କିଭଳି ପରିସ୍ଥିତିରେ ରହୁଛନ୍ତି ସେ ନେଇ ଉଦ୍‌ବୋଧନ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଜିଲା ମହିଳା ମୋର୍ଚ୍ଚା ପ୍ରଭାରୀ ରଶ୍ମିମୟୀ ପଟ୍ଟନାୟକ, କନ୍ଧମାଳ ଜିଲା ବିଜେପି ସଭାପତି ଜଗନ୍ନାଥ ସାହୁ, ଜିଲା ଉପସଭାପତି ରମେଶ ମହାନ୍ତି, ପୂର୍ବତନ ଜିଲା ମହିଳା ସଭାନେତ୍ରୀ ଡ.ଅର୍ଚ୍ଚନା ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବନାରାୟଣ ପ୍ରଧାନ, ବିଜେପି ମହିଳା ନେତ୍ରୀ କୁସୁମ ପ୍ରଧାନ, ଜିଲା ସାଧାରଣ ସଂପାଦକ ଦେବେନ୍ଦ୍ର କୁଦେଇ ଓ  ଅନ୍ୟମାନେ ଯୋଗଦେଇ ମାର୍ଗ ଦର୍ଶନ କରିବା ସହିତ ଆଗାମୀ ଦିନ ପାଇଁ ବିଭିନ୍ନ ପ୍ରକାର ରଣନୀତି ପ୍ରସ୍ତୁତ କରିଥିଲେ ।

- Advertisement -

ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେପିର ଅନ୍ୟ ବହୁ ସଙ୍ଗଠନର କର୍ମକର୍ତ୍ତା ସହିତ ଜିଲା ମହିଳା ମୋର୍ଚ୍ଚାର ସମସ୍ତ କର୍ମକର୍ତ୍ତା ମାନେ ଯୋଗଦେଇଥିଲେ । ଏହି ଅବସରରେ ଗତ ଦିନରେ ହୋଇଥିବା ପଞ୍ଚାୟତ , ଜିଲା ପରିଷଦ ଓ ପୌର ନିର୍ବାଚନରେ ବିଜୟ ଲାଭ କରିଥିବା ମହିଳା ପାର୍ଥିନୀ ମାନଙ୍କ ମଧ୍ୟ ଦଳ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories