www.samajalive.in
Monday, December 15, 2025
26.1 C
Bhubaneswar

ରୋଗୀ ମୃତ୍ୟୁ ନେଇ କରଞ୍ଜିଆ ଡାକ୍ତରଖାନାରେ ଉତ୍ତେଜନା; କର୍ମଚାରୀ ଓ ରୋଗୀ ସମ୍ପର୍କୀୟ ଧସ୍ତାଧସ୍ତି

ଠାକୁରମୁଣ୍ଡା: ରୋଗୀ ମୃତ୍ୟୁକୁ ନେଇ କରଞ୍ଜିଆ ଉପଖଣ୍ଡ ମେଡ଼ିକାଲରେ ଚାପା ଉତ୍ତେଜନା ଦେଖାଦେଇଛି। ଯେଉଁଥିପାଇଁ ରୋଗୀ ସମ୍ପର୍କୀୟ ଓ ମେଡ଼ିକାଲ କର୍ମଚାରୀଙ୍କ ମଧ୍ୟରେ କିଛି ସମୟ ଧରି ଧସ୍ତାଧସ୍ତି ହେବା ଭଳି ପରିସ୍ଥିତି ସୃଷ୍ଟି ହେବା ସହ ଘଟଣା ସ୍ଥଳରେ ପୁଲିସ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡିଛି।

ଘଟଣାରୁ ପ୍ରକାଶ ଯେ, ଗତକାଲି ଅପରାହ୍ନରେ କରଞ୍ଜିଆ ବ୍ଲକ ନେଡୁଆପାଳ ଗାଁର ସୁକୁମୋତି ରଣା ନାମକ ଜନୈକ ମହିଳା ପେଟ ବ୍ୟଥା ଓ ଝାଡା ହେଉଥିବା ନେଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ତେବେ ଭର୍ତ୍ତି ହେବାର କିଛି ସମୟ ପରେ ଡାକ୍ତରଙ୍କ ଚିକିତ୍ସାରେ ସାମାନ୍ୟ ଆଶ୍ବସ୍ତି ଲାଭ କରିଥିଲେ ମଧ୍ୟ ବିଳମ୍ବିତ ରାତିରେ ପୁଣି ପେଟ ବ୍ୟଥା ନେଇ ଗୁରୁତର ହୋଇପଡ଼ିଥିଲେ। କିନ୍ତୁ ଆଜି ସକାଳୁ ନିୟମିତ ତତ୍ୱାବଧାନ ସମୟ ପୂର୍ବରୁ ଯେତେବେଳେ ସୁକୁମୋତି ପେଟ ବ୍ୟଥା ନେଇ ଅତି କଷ୍ଟ ପାଇଥିଲେ। ସେତେବେଳେ ପାଖରେ ଥିବା ସମ୍ପର୍କୀୟ ଲୋକମାନେ ଡାକ୍ତରଙ୍କ ସହାୟତା ଲୋଡିଥିଲେ। କିନ୍ତୁ ଦିନ ୧୧ସୁଦ୍ଧା ସେମାନଙ୍କୁ ମେଡ଼ିକାଲ ପକ୍ଷରୁ କୌଣସି ସେବା ସହାୟତା ମିଳିନଥିବାର ଅଭିଯୋଗ। ଯାହାକୁ ନେଇ ମହିଳା ଜଣକ ଅତି କଷ୍ଟ ପାଇଥିଲେ। ଆଉ ଏହାରି ଭିତରେ ରୋଗୀଙ୍କ ଅବସ୍ଥା ଗୁରୁତର ହେବାରୁ ଦିନ ୨ଟା ପାଖାପାଖି ମେଡ଼ିକାଲ କର୍ତ୍ତୃପକ୍ଷ କେନ୍ଦୁଝର ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ। ଆଉ ଏହି ସ୍ଥାନାନ୍ତର କରିବା ପୂର୍ବରୁ ରୋଗୀ ଜଣକ ଛଟପଟ ହୋଇ କରଞ୍ଜିଆ ମେଡ଼ିକାଲରେ ମୃତ୍ୟୁବରଣ କରିଥିଲେ। ଯାହାକୁ ନେଇ ଉପସ୍ଥିତ ରୋଗୀ ସମ୍ପର୍କୀୟମାନେ ମେଡ଼ିକାଲର ସିକ୍ୟୁରିଟି, ଅଟେଣ୍ଡାଣ୍ଟମାନଙ୍କୁ ଆକ୍ରମଣ କରିଥିଲେ। ଫଳରେ ମେଡ଼ିକାଲ ପରିସର କିଛି ସମୟ ପାଇଁ ଉତେଜନା ପୂର୍ଣ୍ଣ ରହିଥିଲା। ତେବେ ଖବର ପାଇ କରଞ୍ଜିଆ ଉପଖଣ୍ଡ ପୁଲିସ ଅଧିକାରୀ ଓ ଥାନାଧିକାରୀ ପହଞ୍ଚି ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories