www.samajalive.in
Sunday, December 14, 2025
26.1 C
Bhubaneswar

୧୨ ଟନ ଗୋମାଂସ ଜବତ, ୨ଜଣ ଗିରଫ

ବେଗୁନିଆ: ବେଗୁନିଆ ପୁଲିସ ଆଜି ଭୋର ସମୟରେ ପାଟ୍ରୋଲିଂ କରୁଥିବା ବେଳେ ଚଟୁଆ-କଡବ ରାସ୍ତାରୁ ଏକ ଟ୍ରକରେ ଯାଉଥିବା ୧୨ ଟନ ଗୋମାଂସ ଜବତ କରିବା ସହିତ ଗାଡି ଡ୍ରାଇଭରଏବଂ ହେଲ୍ପରକୁ ଗିରଫ କରି କୋର୍ଟ ଚାଲାଣ କରିଛି।ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ଭୋର ୪ ଟା ସମୟରେ ଉକ୍ତ ରାସ୍ତାରେ ସମ୍ପୃକ୍ତ ଟ୍ରକଟିକୁ ଦେଖି ସନ୍ଦେହ ହେବାରୁ ଅଟକାଇ ଥିଲେ। ପରେ ଡ୍ରାଇଭରକୁ ପଚରା ଉଚରା କରିବା ପରେ ଆଠଗଡ ତିଗିରିଆରୁ ଗୋମାଂସ ନେଇ ଆସିଥିବା ଏହି ଟ୍ରକଟି ହାଇଦ୍ରାବାଦ ଯାଉ ଥିବାର ଜଣାପଡିଥିଲା। ପରେ ଗାଡିଟିକୁ ଏଏସଆଇ ପୀତବାସ ମହାନ୍ତି ଏବଂ ଥାନା କର୍ମଚାରୀମାନେ ଥାନାକୁ ଆଣିଥିଲେ। ଏଥିରେ ୧୨୦ କୁଇଣ୍ଟାଲ ଗୋମାଂସ ଥିବାର ଜଣାପଡିଥିଲା। ପଶୁ ଚିକିତ୍ସକ ଆସି ନମୁନା ସଂଗ୍ରହ କରି ପରୀକ୍ଷା କରିବା ପାଇଁ ଓୟୁଏଟିକୁ ପଠାଯାଇଛି। ଗାଡି ଡ୍ରାଇଭର ମହାରାଷ୍ଟ୍ର ଓସମାବାଦ କେସିଗାଓଁର ଇରଫାନ ମହମଦ ଶେଖ ଏବଂ କଟକ ନିଆଳିର ହେଲ୍ପର ଶେଖ ଆୟୁବଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ମାଂସକୁ ରାଉତପଡା ପଥରଖଣି ନିକଟରେ ଥିବା ଗାତ ଖୋଳି ପୋତି ଦିଆଯାଇଛି। ଏ ସଂକ୍ରାନ୍ତରେ ବେଗୁନିଆ ଥାନାରେ ମାମଲା ରୁଜୁ କରାଯାଇ ଥାନା ଅଧିକାରୀ ଲଷ୍ମୀ ପ୍ରସାଦ ଶତପଥୀ ଘଟଣାର ତଦନ୍ତ କରୁଛନ୍ତି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories