www.samajalive.in
Sunday, December 14, 2025
26.1 C
Bhubaneswar

ମିଳିତ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

ମୋହନା: ଦୀର୍ଘ ବର୍ଷ ପରେ ଗଜପତି ଜିଲ୍ଲା ମୋହନା ବ୍ଲକ ମିଳିତ ଶିକ୍ଷକ ସଂଘର ନୂତନ କର୍ମକର୍ତା ଚୟନ ହୋଇଛି। ବରିଷ୍ଠ ପ୍ରଧାନ ଶିକ୍ଷକ ଗଗନ କୁମାର ଦାଶଙ୍କ ଆହ୍ୱାନ କ୍ରମେ ପ୍ରଧାନ ଶିକ୍ଷକ ପ୍ରକାଶ ମଣ୍ଡଳଙ୍କ ତତ୍ତ୍ଵାବଧାନରେ ମୁଖ୍ୟ ସଡକ ନିକଟରେ ରହିଥିବା ବାଳକ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ମିଳିତ ଶିକ୍ଷକ ସଂଘର ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ଶନିବାର ଦିନ ଏକ ମିଳିତ ଶିକ୍ଷକ ସଂଘର କର୍ମକର୍ତ୍ତା ଚୟନ ହୋଇଯାଇଛି। ବରିଷ୍ଠ ଶିକ୍ଷକ ଶୁକଦେବ ଗମାଙ୍ଗଙ୍କ ସଭାପତିତ୍ତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସର୍ବସମ୍ମତି କ୍ରମେ ସଂଘର ସଭାପତି ଭାବେ କବିରାଜ ମଳିକ, କାର୍ଯ୍ୟକାରୀ ସଭାପତି ରମେଶ କୁମାର କହଁର, ପ୍ରଦୀପ କୁମାର ବର୍ଦ୍ଧନ, ଉପ ସଭାପତି ଦିବାକର ନାୟକ, ଗୀତାଞ୍ଜଳୀ ମହାପାତ୍ର, ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ସହସମ୍ପାଦକ ଆକାଶ ପଣ୍ଡା, କୋଷାଧ୍ୟକ୍ଷ ନୀଳମାଧବ ଦଳେଇ ଚୟନ ହୋଇଥିବା ବେଳେ ଗଣମାଧ୍ୟମ ସଂଯୋଜକ ଭାବେ ଗଗନ କୁମାର ଦାଶ , ସୁକାନ୍ତ କୁମାର ନାୟକ ଓ ସଦସ୍ୟ ଭାବେ ସୁଶାନ୍ତ ନାୟକ, ଭରତ ପାଣ୍ଡି, ସ୍ୱପ୍ନେଶ୍ଵର ରାଉତ,ଶୁଦ୍ଭାଶିଷ ଜେନା ପ୍ରମୁଖ ସଂଘର ନୂତନ କର୍ମକର୍ତ୍ତା ଚୟନ ହୋଇଛନ୍ତି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories