www.samajalive.in
Sunday, December 14, 2025
14.1 C
Bhubaneswar

ଟିଟିଆଇଙ୍କ କ୍ୱାର୍ଟର ସମ୍ମୁଖରେ ପତ୍ନୀଙ୍କ ଧାରଣା

ବ୍ରହ୍ମପୁର: ନ୍ୟାୟ ଦାବିରେ ବ୍ରହ୍ମପୁରର ଆଉ ଜଣେ ମହିଳା ନିଜ ସ୍ଵାମୀଙ୍କ ଘର ସମ୍ମୁଖରେ ଧାରଣା ଦେଇଛନ୍ତି । ମହିଳାଙ୍କ ସ୍ବାମୀ ରେଳ ବିଭାଗରେ ଟିଟିଆଇ ଭାବେ କାର୍ଯ୍ୟ କରୁଛନ୍ତି । ଆଜକୁ ୧୨ ବର୍ଷ ତଳେ ଉଭୟଙ୍କ ବିବାହ ହୋଇଥିଲା। ତାଙ୍କର ୨ଟି ପୁଅ ଅଛନ୍ତି । ହେଲେ ଅଧିକ ଯୌତୁକ ଦାବି ଓ ଚରିତ୍ରକୁ ସନ୍ଦେହ କରି ମହିଳାଙ୍କ ସ୍ବାମୀ ଆଜକୁ ୩ ବର୍ଷ ହେବ ତାଙ୍କୁ ଘରୁ ବାହାର କରିଦେଇଛନ୍ତି। ବାରମ୍ବାର ଅନୁରୋଧ ପରେ ମଧ୍ୟ ତାଙ୍କ ସ୍ଵାମୀ ଗ୍ରହଣ କରୁନଥିବାରୁ ସେ ଆଜି ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହଯୋଗରେ ରେଳ ଷ୍ଟେସନ ନିକଟ ସ୍ଵାମୀଙ୍କ କ୍ୱାର୍ଟର ସମ୍ମୁଖରେ ଧାରଣା ଦେଇଛନ୍ତି ବୋଲି ନିର୍ଯ୍ୟାତିତା ମହିଳା ସ୍ଵପ୍ନା ନାୟକ କହିଛନ୍ତି। ପୂର୍ବରୁ ବ୍ରହ୍ମପୁରର ତପସ୍ଵିନୀ ଦାସଙ୍କ ଧାରଣାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ହୋଇଥିବା ବେଳେ ଏବେ ଦେଶିବେହେରା ସାହିରେ ଦୀପିକା ଧାରଣାରତ ଅଛନ୍ତି। ଏଭଳି ସ୍ଥିତିରେ ଜଣେ ସରକାରୀ କର୍ମଚାରୀଙ୍କ ପତ୍ନୀ କ୍ୱାର୍ଟର ସମ୍ମୁଖରେ ଧାରଣା ଦେବା ପୁଣି ଚର୍ଚ୍ଚାର ଖୋରାକ ଯୋଗାଇଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories