www.samajalive.in
Saturday, December 6, 2025
14.1 C
Bhubaneswar

ଅସହାୟ ପ୍ରଫୁଲ୍ଲଙ୍କୁ ସହଯୋଗର ହାତ ବଢାଇଲା କୁଇ ସମାଜ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଆଡାଶିପଡା ଗ୍ରାମପଞ୍ଚାୟତ ଲମ୍ବା କ୍ଷେତା ଗ୍ରାମର ପ୍ରଫୁଲ୍ଲ କହଁର ତିନି ମାସ ତଳେ କୌଣସି କାରଣରୁ ଗୋଡ ପୋଡିହୋଇ ଅସୁସ୍ଥ ଅବସ୍ଥାରେ ଘରେ ପଡି ରହିଥିଲେ। ପରିବାର ତରଫରୁ ମଧ୍ୟ କୌଣସି ଚିକିତ୍ସା ବ୍ୟବସ୍ଥା କରାନଯିବା କାରଣରୁ ତାଙ୍କର ଅବସ୍ଥା ଶୋଚନୀୟ ହୋଇପଡିଛିା ଏଭଳି ଏକ ଘଟଣା ସମ୍ପର୍କରେ ଖବର ପାଇ କୁଇ ସମାଜ ଯୁବ ପରିଷଦ କନ୍ଧମାଳ ତରଫରୁ କୋଷାଧ୍ୟକ୍ଷ ଭାବିନ୍ଦ୍ର କହଁର, ଖଜୁରୀପଡା ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ବିରେନ୍ଦ୍ର କହଁର ଏବଂ ଲାଇନିପଡା ଅଞ୍ଚଳର ବ୍ରଡିଗୁଡା ଗ୍ରାମର ସମାଜସେବୀ ଜୀବ ମଲିକ ତାଙ୍କୁ ଫୁଲବାଣୀ ମେଡିକାଲକୁ ଉତ୍ତମ ଚିକିତ୍ସା ପାଇଁ ନେଇଛନ୍ତି। ଏଥିସହ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଇ ସରକାରଙ୍କ ତରଫରୁ ମିଳୁଥିବା ଅନୁଦାନ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି। ପରେ ବେଦାନ୍ତ ଅନୁଷ୍ଠାନକୁ ଯାଇ ତାଙ୍କ ପାଇଁ ଆଶାବାଡି ମଧ୍ୟ ଯୋଗାଇ ଦେଇଛନ୍ତି। ଆଗାମୀ ଦିନରେ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ନେଇ ଭଲ କରିବା ପାଇଁ ଚେଷ୍ଟା କରିବାକୁ ଉଦ୍ୟମ କରିବେ ବୋଲି କୁଇ ସମାଜ ଯୁବ ପରିଷଦ ତରଫରୁ କୁହାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories