www.samajalive.in
Sunday, December 14, 2025
14.1 C
Bhubaneswar

ଆପଣ ଜାଣନ୍ତି କି, ନିଦରେ ଆପଣଙ୍କ ସହ କ’ଣ ଘଟିଥାଏ ?

ଶରୀର ପାଇଁ ଖାଦ୍ୟ ଖାଇବା ଯେତିକି ଆବଶ୍ୟକ ସେତିକି ଆବଶ୍ୟକ ଶୋଇବା। ଶୋଇବା ଠିକ୍‍ ନହେଲେ ବା ନିଦ୍ରାର ଅଭାବ ହେଲେ ବହୁ ବଡ଼ ବଡ଼ ରୋଗ ଦେଖା ଦେଇଥାଏ। ସାଧାରଣତଃ ଜଣେ ବ୍ୟକ୍ତି ପାଇଁ ଅତି କମରେ ୭ରୁ ୮ଘଣ୍ଟା ନିଦ ବହୁତ ଆବଶ୍ୟକ ହୋଇଥାଏ। ହେଲେ ଆମେ ଏ ବିଷୟରେ ଅଜଣା ଥାଆନ୍ତି ଯେ ଶୋଇଥିବା ସମୟରେ ଆମ ସହିତ ତଥା ଆମ ଶରୀର ସହିତ କ’ଣ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ଗଭୀର ନିଦରେ ଶୋଇଥିବା ବେଳେ ଆମ ସହ କ’ଣ ଘଟିଥାଏ –

୧. ଯେତେବେଳେ ଆମେ ଗଭୀର ନିଦରେ ଶୋଇ ଥାଉ ସେହି ସମୟରେ ଆମ ଶରୀର କୋମା ପରିସ୍ଥିତି ଭଳି ହୋଇଯାଇଥାଏ। ଡାକ୍ତରଙ୍କ କହିବା ଅନୁସାରେ, ଏଭଳି ଅବସ୍ଥାରେ ଆମର ମସ୍ତିଷ୍କ ଅବଚେତନ ଅବସ୍ଥାରେ ଥାଏ।
୨. ଆମେ ନିଦରେ ଥିବା ଯୋଗୁଁ କିଛି ଶାରୀରିକ କ୍ରିୟା ପ୍ରକ୍ରିୟା ହୋଇପାରି ନଥାଏ। ହେଲେ ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ନିଦରେ ମଧ୍ୟ ଆମ ଆଖି ହଲଚଲ ହୋଇଥାଏ। କେତେକ ଗବେଷଣାରୁ ଜଣାପଡ଼ିଛି ଯେ, ଆଖି କେବେ ବି ଶୋଇ ନଥାଏ।
୩. ସବୁ ସମୟ ଅପେକ୍ଷା ଶୋଇଥିବା ସମୟରେ ଆମେ ସବୁଠାରୁ କମ୍‍ ନିଃଶ୍ୱାସ ନେଇଥାଉ। କାରଣ ନିଦରେ ଥିବା ଯୋଗୁଁ ପୂରା ନିଃଶ୍ୱାସ ନେବା ଉପରେ ଆମର ଧ୍ୟାନ ନଥାଏ। ଶରୀର ଆପଣା ଛାଏଁ ଏହି ପ୍ରକ୍ରିୟା କରିଥାଏ।
୪. ଶୋଇବା ସମୟରେ ନାକ ଏବଂ ଗଳାର ଶିରା ସଙ୍କୁଚିତ ହୋଇ ଯାଇଥାଏ। ଯେଉଁଥିପାଇଁ ଆମେ ଆବଶ୍ୟକ ଠାରୁ କମ୍ ନିଃଶ୍ୱାସ ନେଇଥାଉ, କିନ୍ତୁ ଆଶ୍ଚର୍ଯ୍ୟ କଥା ଶ୍ୱାସକ୍ରିୟାରେ ବ୍ୟାଘାତ ସୃଷ୍ଟି ହେଉଥିଲେ ମଧ୍ୟ ସେହି ସମୟରେ ମୃତ୍ୟୁ ହୋଇ ନଥାଏ। ଡାକ୍ତରଙ୍କ କହିବା ଅନୁସାରେ, ସେହି ଅବସ୍ଥାରେ ଶରୀର ନିଜକୁ ଜୀବିତ ରଖିବା ପାଇଁ ନିଃଶ୍ୱାସ ନେଇ ଥାଏ।
୫. ରାତି ଶୋଇବା ସମୟରେ ଆମେ ଯେତେବେଳେ ସ୍ୱପ୍ନ ଦେଖିଥାଉ ସେହି ସମୟରେ ଲାଗିଥାଏ ଯେ ଏହି ସ୍ୱପ୍ନ ଆମେ ପୂର୍ବରୁ ଦେଖିଛେ, କିନ୍ତୁ ମସ୍ତିଷ୍କରେ ଏହା ଥାଏ ଯାହାକି ଘୁରିବୁଲି ପୁଣି ସ୍ୱପ୍ନ ଆଧାରରେ ଆସିଥାଏ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories