www.samajalive.in
Monday, December 15, 2025
26.1 C
Bhubaneswar

ଚନ୍ଦାର ଗାଁରେ ଲକ୍ଷାଧିକ ଟଙ୍କାର କୋଇଲା ଠାବ

କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡର ଭୁବନ ଥାନା ଅନ୍ତର୍ଗତ ଏକତାଳି ପଞ୍ଚାୟତ ଚନ୍ଦାର ଗ୍ରାମ ନିକଟରେ ଥିବା ଖେଳପଡ଼ିଆର ପଶ୍ଚିମ ପାର୍ଶ୍ୱରେ ୪୦ ଟନରୁ ଊର୍ଦ୍ଧ୍ବ ଚୋରା କୋଇଲା ପଡ଼ିରହିଛି। ଗ୍ରାମବାସୀମାନେ ଶୌଚ ହେବାକୁ ଆସିବା ବେଳେ ଖୋଲା ପଡିଆରେ କୋଇଲା ପଡ଼ିଥିବା ଦେଖିବାକୁ ପାଇଥିଲେ। ଭୁବନ ଅଞ୍ଚଳ ଦଶ ଗୋଟି ସ୍ଥାନରେ ଚୋରା କୋଇଲା ବ୍ୟବସାୟ କରାଯାଉଥିବା ଅଭିଯୋଗ ହୋଇଛି। ତାଳଚେର ଖଣି କାର୍ଯ୍ୟାଳୟ ଅଧୀନରେ ରହିଥିବା ଏହି କୋଇଲା ଡିପୋଗୁଡିକୁ ସୁରକ୍ଷା ଯୋଗାଉଛି କିଏ ? ଢେଙ୍କାନାଳ ଜିଲ୍ଲାରେ କୋଇଲାର ବ୍ୟବସାୟ କିଭଳି ପୁଲିସ ଓ ଖଣି ବିଭାଗ ଜ୍ଞାତସାରରେ ହୁଏ ତାହା ସଦର ଥାନାଅଧିକାରୀ ଅଭିନଵ ଡାଳୁଆଙ୍କଠାରୁ ପ୍ରମାଣିତ। ଜାତୀୟ ରାଜପଥ ୫୩ର ମଠକରଗୋଳା, ଶାମଳ, ନୂଆଭୁବନ, ଭଦଳିଆପସି, ନଟାକଟା, ଛାଟଖମ୍ବ, ଗମରଗୋଳ ଆଦି ସ୍ଥାନରେ ଦୈନିକ ଏହି ଚୋରା କୋଇଲା ବାଲେଶ୍ୱର କଳିଙ୍ଗ ନଗର ଯାଉଥିବା ଟ୍ରକରୁ ଅନଲୋଡ଼ ହେଉଛି। ରାତାରାତି କୋଇଲାକୁ ବିଭିନ୍ନ ସ୍ଥାନକୁ ଟ୍ରାକ୍ଟର ଓ ଟ୍ରକ ଯୋଗେ ପଠାଯାଉଛି। ଆଜି ଚନ୍ଦାରଠାରେ ଠାବ କରାଯାଇଥିବା କୋଇଲାର ଟ୍ରକ କାଦୁଆ ମାଟିରେ ପଶି ଯିବାରୁ ଟ୍ରକ ଆଗକୁ ଯାଇପାରିନଥିଲା। ତେବେ ରାତାରାତି କୋଇଲାକୁ ଅନଲୋଡ କରାଯାଇ ଟ୍ରକକୁ ଲୁଚାଇ ରଖାଯାଇଥିବାରୁ କୋଇଲାର ମାଲିକାନା ନେଇ ସନ୍ଦେହ ପ୍ରକାଶ ପାଇଛି। ଭୁବନ ପୁଲିସ କୋଇଲାକୁ ଜବତ କରି ଖଣି ବିଭାଗକୁ ସୂଚନା ଦେଇଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories