www.samajalive.in
Saturday, December 13, 2025
18.1 C
Bhubaneswar

ଭିଜିଲାନ୍ସ ଜାଲରେ ଟାଙ୍ଗରପାଲି ଅତିରିକ୍ତ ତହସିଲଦାର -୨୧ ପ୍ଲଟ ସମେତ ୪ବହୁତଳ ପ୍ରାସାଦ

ସୁନ୍ଦରଗଡ଼ : ରାଜ୍ୟ ସରକାରଙ୍କ ଦୁର୍ନୀତିରେ ଜିରୋ ସହନଶୀଳତାକୁ ଭିଜିଲାନ୍ସ ବିଭାଗ ବେଶ କାର‌୍ୟ୍ୟକାରୀ କରି ଆସୁଥିବା ବେଳେ ଜିଲାର ଯନ୍ତ୍ରୀ, ଡାକ୍ତର, ପ୍ରଶାସନିକ ଅଧିକାର, ଶିକ୍ଷକଙ୍କ ପରେ ଆଜି ପୁଣି ଜଣେ କିରାଣିରୁ ଅଧିକାରୀ ହୋଇଥିବା ଟାଙ୍ଗରପାଲି ବ୍ଲକର ଅତିରିକ୍ତ ତହସିଲଦାରଙ୍କ ପୈତୃକ ଘର ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ବିଭାଗର ଏକ ୪୫ଜଣିଆ ଟିମ ଚଢ଼ଉ କରିଛି । ଏହି ଚଢ଼ଉରେ ୪ଜଣ ଡି.ଏସ.ପି ସମେତ ୧୦ ଇନ୍ସପେକ୍ଟର ଓ ଅନ୍ୟ ଅଧିକାରୀମାନେ ସାମିଲ ଥିବାର ଜଣାପଡ଼ିଛି । ଅତିରିକ୍ତ ତହସିଲଦାରଙ୍କ ଘର ଓ ଅନ୍ୟାନ୍ୟ ସ୍ଥାନରେ ଚଢ଼ଉ ଜାରି ରହିଥିବା ବେଳେ ଏତେ ସଂଖ୍ୟକ ମୂଲ୍ୟବାନ ପ୍ଲଟ ସାଙ୍ଗକୁ ୪ଟି ବହୁତଳ ପ୍ରାସାଦ ବିଭାଗୀୟ ଅଧିକାରୀଙ୍କୁ ଚକିତ କରିଦେଇଥିବା ବେଳେ ତାଙ୍କର ରହଣୀସହଣୀ ଓ ଘରର ଦାମିକିଆ ଆସବାପତ୍ର ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଆଖି ଖୋସି ଦେଇଥିଲା ।

ଏ ଖବର ଲେଖା ହେଲା ବେଳକୁ ଚଢ଼ଉ ଜାରି ରହିଥିବାରୁ ସଂପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇନାହିଁ । ପ୍ରାଥମିକ ଆକଳନରୁ ପ୍ରକାଶ, ଏ ଯାଏ ଠାବ ହୋଇଥିବା ଆୟବର୍ହିଭୂତ ସଂପତ୍ତିର ମୂଲ୍ୟ ୧୦କୋଟିରୁ ଉର୍ଦ୍ଧ ହେବ ବୋଲି କୁହାଯାଉଛି । ମିଳିଥିବା ସୂତ୍ରରୁ ପ୍ରକାଶ, ଟାଙ୍ଗରପାଲି ବ୍ଲକରେ କାର‌୍ୟ୍ୟରତ ଅତିରିକ୍ତ ତହସିଲଦାର କୂଳମଣୀ ପଟେଲ ଆଜକୁ ୧୦ ବର୍ଷ ତଳେ ଏହି ବ୍ଲକରେ ଯୋଗଦେଇଥିଲେ । ଏହା ପୂର୍ବରୁ ସେ ହେମଗିର ବ୍ଲକର ଅତିରିକ୍ତ ତହସିଲଦାର ଦାୟିତ୍ବ ତୁଳାଇଥିବା ବେଳେ ବିଭାଗୀୟ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇ କିରାଣୀରୁ ଓଡ଼ିଶା ରାଜସ୍ବ ସେବାର ଅଧିକାରୀ ହୋଇଥିଲେ । ହେମଗିରରେ ଅବସ୍ଥାପିତ ଥିବା ବେଳେ ସେ ବିସ୍ଥାପିତ ମାନଙ୍କ ଟଙ୍କା ଦେଣଲେଣରେ ଚଞ୍ଚକତା କରିଥିବାର ଅଭିଯୋଗ ହୋଇଥିଲା । ଟାଙ୍ଗରପାଲିରେ ମଧ୍ୟ ସମାନ ଧାରାରେ ସେ ବେଶ ଉତ୍କୋଚ ନେଇ ଜମିଜୁମା କାଗଜପତ୍ର ପ୍ରଦାନ କରୁଥିବା ବେଳେ ଜମି ମାଫିଆଙ୍କ ସହ ସଂପର୍କ ରଖି ସରକାରୀ ଜମି ଓ ଜମିର ସ୍ଥିତି ସଂପର୍କରେ ସୂଚନା ଦେଇ କୁଆଡ଼େ ତାଙ୍କଠାରୁ ମଧ୍ୟ ବେଶ ଦୁଇପଇସା ଆଦାୟ କରୁଥିଲେ ।

- Advertisement -

ଏଭଳି ଅଭିଯୋଗ ଭିଜିଲାନ୍ସ ବିଭାଗ ପାଇ ଭିତିରିଆ ଭାବେ ତାଙ୍କ କାର‌୍ୟ୍ୟକଳାପ ସଂପର୍କରେ ଟିକିନିକି ଖବର ରଖିବା ସହ ତାଙ୍କ ସମ୍ପତ୍ତି ସଂପର୍କରେ ମଧ୍ୟ ଖବର ରଖିଥିଲେ । ଆଜି ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତର ୱାରେଣ୍ଟ ବଳରେ ସୁନ୍ଦରଗଡ଼ ମିଶନ ରୋଡ଼ରେ ଥିବା ବାସ ଗୃହ ସହ ଲେଫ୍ରିପଡ଼ାର ଡୁମାବାହାଲ, ଟାଙ୍ଗରପାଲି ପ୍ରଭୁତି ସ୍ଥାନରେ ଥିବା ତାଙ୍କ ଘର ଉପରେ ଏକାସାଙ୍ଗେ ଭିଜିଲାନ୍ସ ବିଭାଗ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ୨୧ଟି ମୂଲ୍ୟବାନ ଜମି ପଟ୍ଟା, ୪ବହୁତଳ ପ୍ରସାଦ, ୨ ଚାରି ଚକିଆ ଯାନ, ୨ ଟ୍ରାକ୍ଟର, ୩ ବାଇକ ସମେତ ତାଙ୍କ ପରିବାର ବର୍ଗଙ୍କ ନାମରେ ୧୫ରୁ ଉର୍ଦ୍ଧ ଏକାଉଣ୍ଟ ଓ ଲକ୍ଷାଧିକ ଟଙ୍କାର ଜୀବନବୀମା ପଲିସି ପ୍ରଭୁତି ଠାବ କରାଯାଇଛି । ଚଢ଼ଉ ଜାରି ରହିଥିବାରୁ ସଂପୂର୍ଣ୍ଣ ଆକଳନ ହୋଇପାରି ନାହିଁ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories