ଭିସୁଟ୍‌ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୨ ହଜାର କୋଟି ଟଙ୍କାର ଅନୁଦାନ ଏବଂ ଅତିରିକ୍ତ ଶହେ ଏକର ଜମି ମଞ୍ଜୁର ନିଷ୍ପତ୍ତିକୁ ବିଶ୍ୱବିଦ୍ୟାଳୟ କର୍ମକର୍ତ୍ତା ଏବଂ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସ୍ୱାଗତ

ବୁର୍ଲା -ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ୍‌) ପାଇଁ ମୁଖ୍ୟମନ୍ତ୍ରୀ ୨ ହଜାର କୋଟି ଟଙ୍କାର ଅନୁଦାନ ଏବଂ ଅତିରିକ୍ତ ଶହେ ଏକର ଜମି ମଞ୍ଜୁର କରିଥିବା ନିଷ୍ପତ୍ତିକୁ ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମକର୍ତ୍ତା ଏବଂ ଛାତ୍ରଛାତ୍ରୀ ସ୍ୱାଗତ କରିଛନ୍ତି । ଆଜି ଭିସୁଟ୍‌ ଇ-ଲାର୍ଣ୍ଣିଙ୍ଗ ସେଣ୍ଟର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କୁଳପତି ପ୍ରଫେସର ଡ. ବଂଶୀଧର ମାଝୀ ବିଶ୍ୱବିଦ୍ୟାଳୟକୁ ଏକ ବିଶ୍ୱସ୍ତରୀୟ ବୈଷୟିକ ସଂସ୍ଥାନରେ ପରିଣତ କରି ଉନ୍ନତମାନର ମାନବସମ୍ବଳ ସୃଷ୍ଟି କରିବା ସହିତ ସମାଜର ଆବଶ୍ୟକତା ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ରୂପାନ୍ତର କରାଯିବ ବୋଲି କହିଛନ୍ତି । ୧୯୫୬ ମସିହାରେ ୩ ଶହ ଛାତ୍ରଛାତ୍ରୀଙ୍କୁ ନେଇ ସ୍ଥାପିତ ଏହି ବୈଷୟିକ ବିଶ୍ୱବିଦ୍ୟାଳୟ ରାଜ୍ୟର ପ୍ରଥମ ଏବଂ ଦେଶର ପ୍ରମୁଖ ଶିକ୍ଷାୟତନ ଅଟେ । ଏବେ ଏହାର ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫ ହଜାରରୁ ଉଦ୍ଧ୍ୱର୍ରେ ପହଞ୍ôଚଛି । ୨୦୦୯ରେ ମୁଖ୍ୟମନ୍ତ୍ରୀ ଏହାକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ପଦକ୍ଷେପ ନେଇଥିଲେ । ହୀରାକୁଦ ନଦୀବନ୍ଧ ଭଳି ପ୍ରକଳ୍ପର ପରି·ଳନା ପାଇଁ ରାଜ୍ୟରେ ଇଂଜିନିୟରିଂ ଶିକ୍ଷା ପାଇଁ ଏହି ବିଶ୍ୱବିଦ୍ୟାଳୟ କାର୍ଯ୍ୟ କରି ଆସିଛି । ହେଲେ ସମୟ ସହିତ ତାଳ ଦେଇ ଭିସୁଟ୍‌ର ହଜାର ହଜାର ଛାତ୍ରଛାତ୍ରୀ ଶିଳ୍ପ, ନଦୀବନ୍ଧ, ରାସ୍ତା, ଜଳସେଚନ, ଯୋଗାଯୋଗ ସହିତ ଡିଆର୍‌ଡିଓ, ଇସ୍ରୋ, ସୈନ୍ୟବାହିନୀ ଭଳି ସେବାରେ କାର୍ଯ୍ୟ କରୁଛନ୍ତି । ଏପରିକି ଆଇଆଇଟି ଓ ଏନ୍‌ଆଇଟି ସହିତ ବିଦେଶରେ ମଧ୍ୟ ଏହି ଛାତ୍ରଛାତ୍ରୀମାନେ ସୁନାମ ଅର୍ଜନ କରିଛନ୍ତି । ବର୍ତ୍ତମାନ ଜାତୀୟ ଶିକ୍ଷାନୀତି ଅନୁସାରେ ନୂତନ ମାଷ୍ଟର ପ୍ଲାନ ଅନୁଯାୟୀ ଭିସୁଟରେ ୭ଟି ସ୍କୁଲ, ୨୪ଟି ଯାନ୍ତ୍ରିକ ପାଠ୍ୟକ୍ରମ ଭଳି ଯୋଜନା ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ହାତକୁ ନିଆଯିବ । ସମସ୍ତ ବିଭାଗୀୟ ସ୍କୁଲରେ ସ୍ମାର୍ଟ କ୍ଲାସ୍‌ରୁମ୍‌, ଆଲୋଚନା କକ୍ଷ, ଶିକ୍ଷକ କକ୍ଷ, ଗବେଷଣାଗାର ଏବଂ ସମସ୍ତ ଉପକରଣ ରହିବା ସହିତ ୨୪ ଘଣ୍ଟିଆ ସ୍ୱତନ୍ତ୍ର ବିଦ୍ୟୁତ ଯୋଗାଣ ବ୍ୟବସ୍ତା ରହିବ । ସେହିଭଳି ଉକ୍ରର୍ଷ କେନ୍ଦ୍ର ଜରିଆରେ ବହୁ-ବିଭାଗୀୟ ଗବେଷଣାକୁ ଉତ୍ସାହିତ କରାଯିବ । ଏହା ଶିଳ୍ପ ସଂସ୍ଥା ସହିତ ସଂଯୋଗ କରାଯିବ । ଆଗାମୀ ୫ ବର୍ଷ ମଧ୍ୟରେ ବିଟେକ୍‌ ଆସନ ସଂଖ୍ୟା ୧ ହଜାରରୁ ୨ ହଜାରକୁ ଏବଂ ସମୁଦାୟ ୧୦ ହଜାର ଛାତ୍ରଛାତ୍ରୀଙ୍କ ପାଇଁ ଅଧ୍ୟୟନ ଏବଂ ରହଣୀ ବ୍ୟବସ୍ଥା କରାଯିବ । ସେପଟେ ପୁଣି ଏହି ଅନୁପାତରେ ବିଶ୍ୱବିଦ୍ୟାଳୟର ଫାକୁଆଲଟି ତଥା କର୍ମ·ରୀ ମାନଙ୍କ ସଂଖ୍ୟା ବୃଦ୍ଧି କରାଯିବା ପାଇଁ ବ୍ୟବସ୍ତା କରାଯିବ । ପ୍ରତି ୧୫ ଜଣ ଛାତ୍ରଙ୍କ ହିସାବରେ ଜଣେ ଫାକୁଆଲଟିକୁ ବ୍ୟବସ୍ତିତ କରାଯିବ ବୋଲି ଭିସୁଟ କର୍ତ୍ତୃପକ୍ଷଙ୍କ ତରଫରୁ ସୁଚନା ଦିଆଯାଇଛି । ଏହି ବୈଭବଶାଳୀ ବିଶ୍ୱବିଦ୍ୟାଳୟ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୨ ହଜାର କୋଟି ଟଙ୍କାର ଅନୁଦାନ ଘୋଷଣା ବୈଷୟିକ ଶିକ୍ଷା ପ୍ରତି ପ୍ରତିବଦ୍ଧତା ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ଗତିଶୀଳ କରିବ । ଚଳିତ ବର୍ଷ ଆଗାମୀ ଡିସେମ୍ବର ମାସ ମଧ୍ୟରେ ଭିସୁଟ୍‌ର ୫୮ଟି ଯାକ ଶ୍ରେଣୀ କକ୍ଷକୁ ସ୍ମାର୍ଟ ଶ୍ରେଣୀ କକ୍ଷର ରୂପ ଦିଆଯିବ । ଏଥି ସହିତ ଅନ୍ୟାନ୍ୟ ଆବଶ୍ୟକ କକ୍ଷ ପ୍ରଭୃତିର ନବୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ । ଛାତ୍ରଛାତ୍ରୀମାନଙ୍କୁ ସୁଲଭ ମୂଲ୍ୟରେ ଉନ୍ନତମାନର ଶିକ୍ଷା ପ୍ରଦାନ କରାଯାଇ ଓଡ଼ିଶାରେ ଆନ୍ତର୍ଜାତୀୟ ସ୍ତରର ଗବେଷଣା ସୁବିଧା ଦିଆଯିବ । ଯଦ୍ୱାରା ଯେକୌଣସି ବିଶ୍ୱସ୍ତରୀୟ ସଂସ୍ଥାନ ସହ ଭିସୁଟ୍‌ ସମକକ୍ଷ ହୋଇପାରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ମତ ପ୍ରକାଶ ପାଇଥିଲା ।
ବରିଷ୍ଠ ପ୍ରଫେସର ଡ. ବି ବି ପତି, ଡ. ପ୍ରକାଶ କୁମାର ହୋତା, ଡ଼ିନ ଏକାଡ଼େମିକ ଏଫେୟାର୍ସ ପ୍ରଫେସର ଡ. ଦେବୁଦତ୍ତ ମିଶ୍ର, ମିଡ଼ିଆ ସେଲ୍‌ର ଅଧ୍ୟକ୍ଷ ତଥା ସିଭିଲ୍‌ ଇଂଜିନିୟରିଂ ବିଭାଗର ପ୍ରଫେସର ପ୍ରକାଶଚନ୍ଦ୍ର ସ୍ୱାଇଁ, ପ୍ରଫେସର ଅମରନାଥ ନାୟକ, କୁଳସଚିବ ପ୍ରଦୀପ କୁମାର ଡାଙ୍ଗ, କର୍ମଚାରୀ ସଂଘର ସଂପାଦକ ନରେନ୍ଦ୍ର କୁମାର ପରିଡ଼ା ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ନିଜ ମତରଖିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ଗହଣରେ ଛାତ୍ରୀ ପାୟଲ ସାହୁ କୃତଜ୍ଞତା ଜ୍ଞାପନ କରିଥିଲେ । ବଳିଷ୍ଠ ସୋହେଲା, ପ୍ରଫେସର ଅନିଲ କୁମାର କର, ପ୍ରଫେସର ପ୍ରଦୀପ କୁମାର ପ୍ରଧାନ, ଶ୍ରୀମତି ଶର୍ମିଲା ଗଡ଼ନାୟକ, ପ୍ରଫେସର ପିୟୁସ ରଞ୍ଜନ ଦାସ, ପ୍ରଫେସର ଗଣେଶ୍ୱର ନାଥ, ଡ ପୁନ୍ୟପ୍ରିୟା ମିଶ୍ର ପ୍ରମୁଖ ଉପସ୍ତିତ ରହିଥିଲେ । ସୂଚନାଯୋଗ୍ୟ ଯେ, ଭିସୁଟ୍‌ର ହୀରକ ଜୟନ୍ତୀ ପାଳନ ସମୟରେ ଏହାର ସମୃଦ୍ଧଶାଳୀ ଇତିହାସକୁ ବଜାୟ ରଖିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ପରିପ୍ରେକ୍ଷୀରେ ଗତ ମାସ ମୁଖ୍ୟଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା, ବିଶ୍ୱବିଦ୍ୟାଳୟ କେମ୍ପସ୍‌କୁ ଗସ୍ତରେ ଆସି ଅନୁଧ୍ୟାନନ କରିବା ପରେ ମାଷ୍ଟରପ୍ଲାନ୍‌ ଘୋଷଣା କରିଥିଲେ । ପୂର୍ବରୁ କୁଳପତିଙ୍କ ପକ୍ଷରୁ ଏକ ଉନ୍ନୟନ ଯୋଜନା ଶିଳ୍ପ ବିଭାଗକୁ ପ୍ରଦାନ କରାଯାଇଥିଲା ।

Comments are closed.