www.samajalive.in
Saturday, December 6, 2025
26.1 C
Bhubaneswar

ଜିଲାପାଳଙ୍କ ଦୁର୍ଗମ ପଞ୍ଚାୟତ ଗସ୍ତ; ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା

ଫୁଲବାଣୀ: କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଜିଲାର ରାଇକିଆ ବ୍ଲକ ଅନ୍ତର୍ଗତ ମାଓ ଇଲାକା ଭାବେ ପରିଚିତ କରଡ଼ା, ଇନ୍ଦ୍ରଗଡ ଆଦି ଦୁର୍ଗମ ପଞ୍ଚାୟତ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିବା ସହ ଲୋକେ ଏହାର ସୁଫଳ ପାଉଛନ୍ତି କି ନାହିଁ ପଚାରି ବୁଝିଛନ୍ତି। ବିଶେଷ କରି ଦୁର୍ଗମ ଅଞ୍ଚଳରେ ଗରିବ ଲୋକେ କିଭଳି ସ୍ୱାସ୍ଥ୍ୟସେବା ପାଉଛନ୍ତି ଇନ୍ଦ୍ରଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଯାଇ ପଚାରି ବୁଝିଥିଲେ।

ସେହିପରି ଗରିବ ଲୋକେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଉଛନ୍ତି ନା ନାହିଁ ଲୋକଙ୍କୁ ପଚାରି ବୁଝିଥିଲେ। ସେହିପରି ଶିକ୍ଷା ବ୍ୟବସ୍ଥା, ରାସ୍ତା କାମ, ଅଙ୍ଗନବାଡି କେନ୍ଦ୍ର, ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଓ ସ୍ଵଚ୍ଛ ପାନୀୟ ଜଳ ସମ୍ପର୍କରେ ତଦାରଖ କରିବା ସହ ଅଞ୍ଚଳବାସୀଙ୍କୁ ପଚାରି ବୁଝିଥିଲେ। ଲୋକେ ନୂତନ ଜିଲ୍ଲାପାଳଙ୍କୁ ପାଖରେ ପାଇ ବେଶ ଖୁସି ଅନୁଭବ କରିଥିଲେ। ଜିଲ୍ଲାପାଳ ପାଟିଲଙ୍କ ସହ ବିଡିଓ ଶରତ ଚନ୍ଦ୍ର ପାତ୍ର ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବିଡିଓ ପାତ୍ର ଦାୟିତ୍ୱ ଗ୍ରହଣ କରିବାର କମ ଦିନ ମଧ୍ୟରେ ନିଜର ଆନ୍ତରିକତା, ନିଷ୍ଠାପର ଉଦ୍ୟମ, ଦାୟିତ୍ୱବୋଧ, କାର୍ଯ୍ୟ ଦକ୍ଷତା ଯୋଗୁଁ ବେଶ କିଛି ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନେଇ ପ୍ରଶଂସା ସାଉଣ୍ଟି ପାରିଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories