www.samajalive.in
Wednesday, December 10, 2025
23.1 C
Bhubaneswar

ପାର୍ସଲରେ ବୋମା, ଖୋଲିଲା ବେଳେ ଜାଣି ଦେବାରୁ ବଞ୍ଚିଗଲେ ପ୍ରିନସ୍‌ପାଲ !

ରାଜକୋଟ .- ଗୁଜୁରାଟର ରାଜକୋଟ  ଜିଲ୍ଲାର ଏକ ବିଦ୍ୟାଳର ଅଧ୍ୟକ୍ଷଙ୍କୁ ପାର୍ସଲ ଯୋଗେ କେହି ଜଣେ ବୋମା ପଠାଇଥିବା ଅଭିଯୋଗ ହୋଇଛି ।ଉପ୍ଲେତା ସହରରେ ଥିବା  ଶ୍ରୀକ୍ରିଷ୍ଣା ବିଦ୍ୟାଳୟର ଅଧ୍ୟକ୍ଷ ବିଠଲ୍‌ ଦାବୋରିଆଙ୍କୁ  ଏହି ପାର୍ସଲ ବୋମା ପଠାଯାଇଥିବା ଅଭିଯୋଗ ହୋଇଛି ।  ଏକ କୋରିଅର ଯୋଗେ ଏହା ପାର୍ସଲ ବୋମା ଆସିଥିଲା ।

ଏହି ପାର୍ସଲ ବୋମା ଖୋଲିବା ପରେ ବିଠଲ୍‌ ଦାବୋରିଆ ପୁଲିସରେ ଅଭିଯୋଗ କରିଥିଲେ । ପୁଲିସ ଏକମାମଲା ରୁଜୁ କରି ଏହାର ତଦନ୍ତ ଆରମ୍ଭ କରିଛି ।  ବୁଧବାରେ ବୋମା  ନିଷ୍କ୍ରିୟକାରୀ ଦଳ ଏହି ବୋମାକୁ ନିଷ୍କ୍ରିୟ କରି ଦେଇଥିଲେ ।  ପାର୍ସଲ ବୋମା ଦେଇଥିବା ଲୋକ ଜଣଙ୍କ କୋରିଅର ବୟ ନୁହେଁ , କୋରିଅରରେ ପାର୍ସଲ ଆସିବା ପରେ  ସେ ଦସ୍ତଖତ ନ ନେବା  ସହ ତୁରନ୍ତ ଏହାକୁ ଦେଇ ସେହି ସ୍ଥାନ ଛାଡି ପଳାଇଥିବା ବିଠଲ୍‌ ଦାବୋରିଆ କହିଛନ୍ତି ।  ପାର୍ସଲ ବୋମା ଉପରେ ଏହାକୁ ପ୍ରେରଣ କରିଥିବା ଲୋକ ଏକ ସନ୍ଦେଶ ଲେଖିଛନ୍ତି । ସେ ସେହି ବିଦ୍ୟାଳର ପୂର୍ବତନ ଛାତ୍ର ଓ ତାଙ୍କୁ ପାଠ ପଢାଇଥିବାରୁ ଧନ୍ୟବାଦ ବୋଲି ଲେଖିଛନ୍ତି । ଅକ୍ଟୋବର ୧୪  ତାରିଖରେ ଏହି ପାର୍ସଲକୁ ଖୋଲିବା ପାଇଁ ଲେଖା ହୋଇଥିଲା । ତେବେ ଦାବୋରିଆ ଏହାକୁ ଖୋଲିବା ବେଳେ କିଛି ତାର ଓ ସନ୍ଦେହ ଜନକ ଜିନିଷ ବାହାରିଥିଲା । ସେ ଭୟରେ  ପାର୍ସଲ ଆଉ ନ ଖୋଲି ପୁଲିସକୁ ସୂଚନା ଦେଇଥିଲେ । ସୌଭାଗ୍ୟବଶତଃ ପାର୍ସଲଟି ଖୋଲିବାବେଳେ ଏଥିରେ ବିସ୍ଫୋରଣ ହୋଇ ନଥିଲା ।

- Advertisement -

ଏଥିରେ ସୁଡଙ୍ଗ ଖୋଳିବା ପାଇଁ ବ୍ୟବହାର କରାଯାଉଥିବା ବିସ୍ଫୋରକ ରଖାଯାଇଥିଲା ବୋଲି ସାଇଣ୍ଟିପିକ୍‌ ଟିମ୍‌ର ତଦନ୍ତ ପରେ ଜଣା ପଡିଛି ।  ଏଥିରେ ବିସ୍ଫୋରଣ  ହୋଇଥିଲେ ବିଠଲ୍‌ ଦାବୋରିଆଙ୍କ ଘରସମ୍ପୂର୍ଣ୍ଣ ଭୂଶୁଡି ପଡି ଥାଆନ୍ତା ବୋଲି  ଆଶଙ୍କା କରାଯାଉଛି ।ପୁଲିସ ୪ଟି ଦଳ ଗଠନ କରି ଏହାର ତଦନ୍ତ ଆରମ୍ଭ କରିଛି ।

Hot this week

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

Related Articles

Popular Categories