www.samajalive.in
Sunday, December 14, 2025
15.1 C
Bhubaneswar

ଏସବୁ ସଙ୍କେତରୁ ମିଳେ ଗ୍ରହଙ୍କ ସ୍ଥିତି

ଅନେକ ସମୟରେ ଦୈନନ୍ଦିନ ଜୀବନରେ ଏପରି କିଛି ଘଟିଥାଏ,ଯାହା ବିଭିନ୍ନ ସଙ୍କେତ ଦେଇଥାଏ। ଜାତକରେ ଗ୍ରହଙ୍କ ସ୍ଥିତି ଠିକ ନଥିଲେ ବ୍ୟକ୍ତିଙ୍କୁ ଜୀବନରେ ବହୁ ସମସ୍ୟାରୁ ସମ୍ମୁଖୀନ ହେବାକୁ ପଡ଼ିଥାଏ। ମାତ୍ର ଆପଣ ଜାଣିଛନ୍ତି କି, ବ୍ୟକ୍ତିଙ୍କ ମୁହଁରୁ ସେମାନଙ୍କ ଗ୍ରହର ସ୍ଥିତି ବିଷୟରେ ବହୁ କିଛି ଜାଣି ହୋଇଥାଏ। ଜାଣନ୍ତୁ ଏହା ବିଷୟରେ…
କିଛି ଲୋକଙ୍କ ଆଖି ନିକଟରେ ହଠାତ ଚମକ କମି ଯାଇଥାଏ। ଏହାସହ ତାଙ୍କୁ ହାଲିଆ ମଧ୍ୟ ଅନୁଭୂତ ହୋଇଥାଏ। ଆତ୍ମ ବିଶ୍ୱାସ କମିଯାଇଥାଏ। ଏହା ଜାତକରେ ସୂର୍ୟ୍ୟଙ୍କ ସ୍ଥିତି ଖରାପ ଥିବାର ସଙ୍କେତ ଦେଇଥାଏ।
ସୂର୍ୟ୍ୟଙ୍କ ସ୍ଥିତି ମଜଭୂତ କରିବା ପାଇଁ ହାତ ଉପରକୁ ଉଠାଇ ‘ଓଁ’ଉଚ୍ଚାରଣ କରିବା ସହ ୨୪ ଥର ଗାୟତ୍ରୀ ମନ୍ତ୍ରର ଜପ କରିବା ଉଚିତ। ଏହା ଖୁବ ଶଭୁଫଳ ପ୍ରଦାନ କରିଥାଏ।
ବହୁ ସମୟରେ ଆଖି ତଳ କଳା ପଡ଼ିଥିବାର ଦେଖାଯାଏ। କେଶ କମ ବୟସରେ ଅଧିକ ଧଳା ହୋଇଥାଏ। ଏପରି ହେଲେ ଜାତକରେ ଚନ୍ଦ୍ରମା ଖରାପ ସ୍ଥିତିରେ ଥାଆନ୍ତି ବୋଲି କୁହାଯାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରିବା କରିବା ସହ ଅଧିକ ମାତ୍ରାରେ ଗଛ ଲଗାଇବା ଉଚିତ। ଅଧିକ ମାତ୍ରାରେ ପାଣି ପିଇଲେ ମଧ୍ୟ ଶୁଭଫଳ ମିଳିଥାଏ।
କିଛି ସମୟରେ ଦେଖାଯାଏ ଯେ ମୁହଁ ଅଧିକ ଶୁଷ୍କ ଓ ବିଭିନ୍ନ ଦାଗ ସୃଷ୍ଟି ହୋଇଥାଏ। ଏପରି ହେଲେ ଜାତକରେ ମଙ୍ଗଳ ଗ୍ରହଙ୍କ ସ୍ଥିତି ଖରାପ ଥିବାର ସଙ୍କେତ ବୋଲି କୁହାଯାଏ। ଏହି ଲୋକଙ୍କୁ ମିଠା ଦ୍ରବ୍ୟ କମ ଖାଇବା ଉଚିତ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories