www.samajalive.in
Friday, December 12, 2025
16.1 C
Bhubaneswar

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌, ୧ରୁ ଯାଞ୍ଚ କଡ଼ାକଡ଼ି

ଭୁବନେଶ୍ୱର: ଅପରାଧ ତଥା ଗାଡ଼ି ଚୋରି ରକିବା ଲାଗି କେନ୍ଦ୍ର ସରକାର ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ବ୍ୟବହାରକୁ ଗୁରୁତ୍ବ େଦଇଥିଲେ। ଏ ଦିଗରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଥିଲେ। ୨୦୧୯ ପରଠାରୁ ବିକ୍ରି ହେଉଥିବା ଯାନରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବା ବାଧ୍ୟତାମୂଳକ କରାଯାଇଥିଲା। ଯେଉଁମାନେ ୨୦୧୯ ପୂର୍ବରୁ ଯାନ କ୍ରୟ କରିଥିଲେ ପର୍ଯ୍ୟାୟକ୍ରମେ ଚଳିତ ବର୍ଷ ଡିସେମ୍ବର ୩୧ ସୁଦ୍ଧା ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବାକୁ ସମୟ ଧାର୍ଯ୍ୟ କରାଯାଇଛି। ଯେଉଁ ଗାଡ଼ିର ନମ୍ବର ୧, ୨, ୩ ଓ ୪ରେ ଶେଷ ହେଉଛି ହେପ୍ଟେମ୍ବର ୩୦ ସୁଦ୍ଧା ନମ୍ବର ପ୍ଲେଟ୍‌ ବଦଳାଇବାକୁ ସମୟ ଧାର୍ଯ୍ୟ କରାଯାଇଥିଲା। ଅକ୍ଟୋବର ୧ରୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ। ଯେଉଁମାନେ ନମ୍ବର ପ୍ଲେଟ୍‌ ବଦଳାଇ ନାହାନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଜୋରିମାନା କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ ଯଦି ନିର୍ଦ୍ଧାରିତ ତାରିଖ ମଧ୍ୟରେ ଗାଡ଼ି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ସହିତ ପଞ୍ଜୀକରଣ ନହୁଏ, ତେବେ ଗାଡ଼ି ବିରୋଧରେ ଇ-ଚାଲାଣ ଜାରି କରାଯିବ ଏବଂ ୫ ହଜାର କିମ୍ବା ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ। ଏଯାବତ ସମୁଦାୟ ୧୦,୬୫,୩୧୨ ଯାନ ମାଲିକ ସ୍ଲଟ୍‌ ବୁକ୍ କରିଛନ୍ତି। ଯେଉଁଥିରୁ ୫,୯୩,୭୧୭ ଗାଡ଼ିରେ ନମ୍ବର‌ ପ୍ଲେଟ୍‌ ଲଗାଯାଇ ସାରିଲାଣି। ତେଣୁ ଅକ୍ଟୋବର ଶେଷ ସୁଦ୍ଧା ୧, ୨, ୩ ଓ ୪ ନମ୍ବର ଥିବା ଗାଡ଼ିର ସ୍ଲଟ୍‌ ବୁକିଂ ପାଇଁ ଅନଲାଇନରେ ସୁବିଧା ‌ରହିଥିବା ବେଳେ, ଅକ୍ଟୋବର ୩୧ରୁ ପରବର୍ତ୍ତୀ ଶେଷ ନମ୍ବର ଥିବା ଗାଡ଼ି ପାଇଁ ସ୍ଲଟ୍‌ ବୁକିଂ ଆରମ୍ଭ ହେବ। ଯେଉଁ ଗାଡ଼ିର ନମ୍ବର ପ୍ଲେଟ୍ ୧ , ୨ କିମ୍ବା ୩, ୪ରେ ଶେଷ ହେଉଛି, ସେହି ଗାଡ଼ିରେ ନୂଆ ନମ୍ବର ପ୍ଲେଟ୍ ଲଗାଇବାର ଶେଷ ତାରିଖ ରହିଛି ସେପ୍ଟେମ୍ବର ୩୦ ତାରିଖ। ସେହିଭଳି ଯେଉଁ ଗାଡ଼ିର ନମ୍ବର ୫ ଓ ୬ରେ ଶେଷ ହେଉଛି, ସେଥିପାଇଁ ଅକ୍ଟୋବର ୩୧ ଶେଷ ତାରିଖ ରହିଛି। ୭ ଓ ୮ରେ ଶେଷ ହେଉଥିବା ଗାଡ଼ି ନମ୍ବର ମାଲିକମାନେ ନଭେମ୍ବର ୩୦ ସୁଦ୍ଧା ନୂଆ ନମ୍ବର ପ୍ଲେଟ୍ ଲଗାଇବେ। ସେହିପରି ୯ ଓ ୦ରେ ଶେଷ ହେଉଥିବା ଗାଡ଼ି ନମ୍ବର ଡିସେମ୍ବର ୩୧ ସୁଦ୍ଧା ନୂଆ ନମ୍ବର ପ୍ଲେଟ୍ ଲଗାଇବେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories