www.samajalive.in
Tuesday, December 9, 2025
16.1 C
Bhubaneswar

ଶନିବାର ରାଶିଫଳ ୧୭.୦୯.୨୦୨୨

ମେଷ: ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି। ସ୍ନେହାଲୋକରେ ବନ୍ଧୁଙ୍କ ହୃଦୟାକାଶକୁ ଉଦ୍‌ଭାସିତ କରିପାରନ୍ତି। ସ୍ଥିତପ୍ରଜ୍ଞ ହେବେ। ବରିଷ୍ଠଙ୍କ ପାଇଁ ସମ୍ମାନବୋଧକ ଭାଷା ରଚନା କରିବେ।
ବୃଷ: ଆତ୍ମାନୁଶୀଳନ କଲେ କୃତକର୍ମର ମହତ୍ତ୍ବ ଉପଲବ୍ଧ ହେବ। ସଦାଚାରୀ ହୋଇପାରନ୍ତି। ବନ୍ଧୁ, ଆତ୍ମୀୟ ଓ ପରିବାରକୁ ମିଷ୍ଟାନ୍ନ ଖାଇ, ଖୁଆଇ ସନ୍ତୁଷ୍ଟ କରିବେ। ଆପାର ଗୁଣର ଆଧାର ହେବେ।
ମିଥୁନ: ଏକାନ୍ତରେ ସାଧନା ଓ ସିଦ୍ଧିପ୍ରାପ୍ତି ପାଇଁ ଗିରିରାଜଙ୍କ ଆମନ୍ତ୍ରଣ ରକ୍ଷା କରିବାକୁ ପଡ଼ିବ। ମଧୁର ଭାଷା ଓ ପ୍ରେମପୂର୍ଣ୍ଣ ବ୍ୟବହାର ଦ୍ବାରା ପରକୁ ଆପଣାର କରିପାରନ୍ତି। ଧର୍ମପ୍ରାଣ ବ୍ୟକ୍ତିଙ୍କ ପାଇଁ ବ୍ୟୟ ବୃଦ୍ଧି ହେବ।
କର୍କଟ: ସୁଖ, ଶାନ୍ତି, ସମୃଦ୍ଧିର ବାସ୍ତବ ଆଧାର ହେବେ। ଜୀବନ ଶୋଧନର ରାଜମାର୍ଗ, ତ୍ୟାଗପୂତ ମନୋବୃତ୍ତିର ହେବେ। ଚରିତ୍ରବାନ୍‌ ବ୍ୟକ୍ତିମାନଙ୍କର ପ୍ରତୀକ ହୋଇପାରନ୍ତି। ବିନା ଚେଷ୍ଟାରେ ସରକାରୀ ଧନ ଓ ସମ୍ମାନ ମିଳିବ।
ସିଂହ: ଜ୍ଞାନର ପ୍ରଦୀପ ପ୍ରଜ୍ବଳନ କରି ଚଲାପଥକୁ ଆଲୋକିତ କରିପାରନ୍ତି। ମନର ପ୍ରସନ୍ନତାରେ ଦୟାର ଅବତାର ହୋଇପାରନ୍ତି। ପାରିବାରିକ ସ୍ନେହରେ ଘରକୁ ବୈକୁଣ୍ଠ ସମାନ କରିବେ।
କନ୍ୟା: ଉତ୍ତମ ବ୍ୟବହାର, ପରମ ଶୁଦ୍ଧ ରୀତିନୀତି ନୈତିକ ପରିପୂର୍ଣ୍ଣତା ଓ ଦିବ୍ୟଜ୍ଞାନ ବଳରେ ସଂସ୍କୃତିସମ୍ପନ୍ନ ହେବେ। ସ୍ବକର୍ମ ଦ୍ବାରା ଭାଗ୍ୟ ନିୟନ୍ତ୍ରଣ ହେବ। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ।
ତୁଳା: ଅନଟନର ସମ୍ମୁଖୀନ ହୋଇ ଯଦି ପାପାନ୍ନ ଭକ୍ଷଣ କରିବେ, ତେବେ ବୁଦ୍ଧି ଭ୍ରଂଶ ଓ ମଳିନ ହେବ। ସ୍ବାଭିମାନର ସହ ଚଳିପାରନ୍ତି। ଧୈର୍ଯ୍ୟ ଓ ସାହସର ସହ ଉପୁଜିଥିବା ଅସୁବିଧାର ସମ୍ମୁଖୀନ ହେବେ।
ବିଛା: ସମ୍ବେଦନା ସହିତ ଯୋଡ଼ି ହେଲେ ସେବାର ମହତ୍ତ୍ବ ଉପଲବ୍ଧ ହେବ। ବାଣିଜ୍ୟ କାରବାର ପାଇଁ ବାତାବରଣ ସ୍ବଚ୍ଛ ଓ ନିର୍ମଳ ରହିଛି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ପରାମର୍ଶ ଗ୍ରହଣୀୟ ହେବ।
ଧନୁ: ସତ୍‌ପଥଚାରୀ ହୋଇପାରନ୍ତି। ବ୍ୟକ୍ତିତ୍ବ ବିକାଶର ସାଧନ ପାଇଁ ଆତ୍ମ ମୂଲ୍ୟାୟନ ଉପରେ ଗୁରୁତ୍ବ ଦେବାକୁ ପଡ଼ିବ। ଆଜତଶତ୍ରୁ ହେବା ଆଶା କରାଯାଏ। ଋଣ କିସ୍ତି ପଇଠ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ।
ମକର: ଅଭ୍ୟାସର ମହତ୍ତ୍ବ ରହିଛି। ପରିବର୍ତ୍ତନର ଶୁଭାରମ୍ଭ ନିଜଠାରୁ କରିବାକୁ ପଡ଼ିବ। ଆଶା ଭରସାର ଆଶ୍ରିତ ହୋଇପାରନ୍ତି। ବିନା ଚେଷ୍ଟାରେ ଅର୍ଥାଗମ ହୋଇପାରେ। ପୁଣ୍ୟପ୍ରଭା ପତ୍ନୀଙ୍କ ପରାମର୍ଶ ମାନିବେ।
କୁମ୍ଭ: ସହିଦ୍‌ଙ୍କ ଭଳି ସମର୍ପଣ ମନୋଭାବର ପ୍ରତୀକ ହୋଇପାରନ୍ତି। ବାକ୍‌ ଓ ରଚନା ଶୁଦ୍ଧି ପାଇଁ ବ୍ୟାକରଣ ରୂପକ ମହାନ୍‌ ଶାସ୍ତ୍ରକୁ ଅନୁସରଣ କରିପାରନ୍ତି। ଶାସ୍ତ୍ର ଓ ଉପନିଷଦକୁ ଅଧ୍ୟୟନ କରିବେ।
ମୀନ: ଅଦ୍ଭୁତ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ସାମାଜିକ କ୍ଷେତ୍ରରେ ଆପଣଙ୍କ କାର୍ଯ୍ୟକଳାପ ମହାନୁଭବତାର ପରିଚୟ ସୃଷ୍ଟି କରିବ। ଅମୃତ ହସ୍ତା ହୋଇପାରନ୍ତି। ଆତ୍ମବିଶ୍ବାସୀ ହେବେ। ପରିବେଶ ସୁରକ୍ଷା କରିବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories