ପାଟଣା – କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ପଲାଣଘାଟି ପଞ୍ଚାୟତ କୁମୁଳାବାହାଳି ଗ୍ରାମ ଖଇରନ୍ଧା ସାହିରେ ଶୁକ୍ରବାର ପୂର୍ବାହ୍ନରେ ଜଣେ ଯୁବକ ମହୁମାଛି ଆକ୍ରମଣରେ ଗୁରୁତର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି। ଗୁରୁତର ଯୁବକ ଜଣଙ୍କ ବିଜୁ ମୁଣ୍ଡା (୩୫) ବୋଲି ଜଣାପଡିଛି। ସେ ଆଜି ପୂର୍ବାହ୍ନରେ ଗାଈ ଓ ବଳଦ ଚରାଇବାକୁ ଜଙ୍ଗଲ କୁ ଯାଇଥିବା ସମୟରେ ତାଙ୍କୁ ମହୁମାଛି ଆକ୍ରମଣ କରିଥିଲେ।ଚିକିତ୍ସା ପରେ ସେ ସୁସ୍ଥତା ଲାଭ କରୁଥିବା ସୂଚନା ମିଳିଛି।
Popular Categories



