www.samajalive.in
Sunday, December 14, 2025
23.1 C
Bhubaneswar

ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ହିନ୍ଦୀ ଦିବସ ପାଳିତ

ଭୁବନେଶ୍ୱର: ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଭୁବନେଶ୍ୱର ଅଞ୍ଚଳର ପୁରୀ ଶାଖାଠାରେ ହିନ୍ଦୀ ଦିବସ ପାଳନ ଅବସରରେ ଏକ ସମାଚାର ପଠନ ପ୍ରତିଯୋଗିତାର  ଆୟୋଜନ କରାଯାଇଥିଲା । ପୁରୀସ୍ଥିତ ନୂଆସନ୍ଥ, ପିପିଲି, ଚନ୍ଦନପୁର, ନବକଳେବର ରୋଡ୍‌, ଲୋକନାଥ ଟେମ୍ପୁଲ ରୋଡ୍‌ ଓ ନିମାପଡା ଆଦି  ଶାଖାଗୁଡିକର କର୍ମଚାରୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ମୋଟ୍‌ ୧୪ଜଣ କର୍ମଚାରୀ ଏଥିରେ ଭାଗ ନେଇଥିଲେ । ୫ ଜଣ   ବିଜେତାଙ୍କୁ ପ୍ରମାଣ ପତ୍ର ଏବଂ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ପୁରୀ ଶାଖାର ଶାଖା ପ୍ରବନ୍ଧକ ପ୍ରଦୀପ୍ତ କୁମାର କହିଥିଲେ ଯେ, ହିନ୍ଦୀ ହେଉଛି ଆମର ରାଜଭାଷା ଏବଂ ଅଧିକରୁ ଅଧିକ ବ୍ୟାଙ୍କିଙ୍ଗ୍‌
କାର୍ଯ୍ୟରେ ହିନ୍ଦୀ ଭାଷାର ପ୍ରୟୋଗ କରାଯିବା ଉଚିତ । ବରିଷ୍ଠ ରାଜଭାଷା ପ୍ରବନ୍ଧକ ସୋନିଆ ସାୱନ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରଶାସନ ବିଭାଗର ଅଧିକାରୀ ବିକାଶ ଚନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories