ପାଟଣା – ଢେଙ୍କିକୋଟ ର ପୁରୁଣା ଖବର କାଗଜ ବିତରକ ଦୁଷ୍ମନ୍ତ ମଣ୍ଡଳ ଙ୍କ ମାତା ତଥା ମହେଶ୍ୱର ମଣ୍ଡଳଙ୍କ ଧର୍ମ ପତ୍ନୀ ବିଳାଶ ମଣ୍ଡଳ(୭୫) ଙ୍କର ଗତରାତି ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ପରଲୋକ ଘଟିଛି।ଜଣେ ଧର୍ମ ପରାୟଣା ମହିଳା ଭାବେ ସେ ପରିଚିତ ଥିଲେ।ତାଙ୍କ ବିୟୋଗରେ ଏଠାରେ ଶୋକ ପ୍ରକାଶ ପାଇଛି।
ଢେଙ୍କିକୋଟ ସରପଞ୍ଚ ଖଇର ନାଏକ, ସମାଜସେବୀ କୁଳମଣି ମଣ୍ଡଳ,ଅନାଦି ଚରଣ ସିଂହ,ବଣିକ ସଂଘ ସଭାପତି ରାଜକିଶୋର ସାହୁ,ସାମାଜିକ କର୍ମୀ କୃଷ୍ଣଚନ୍ଦ୍ର ବାରିକ, ପ୍ରମୁଖ ତାଙ୍କ ଶେଷ ଦର୍ଶନ କରିବା ସହ ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇଛନ୍ତି।ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।ବଡ଼ପୁଅ ହେମନ୍ତ ମୁଖାଗ୍ନି ଦେଇଥିଲେ।



