www.samajalive.in
Thursday, December 11, 2025
23.1 C
Bhubaneswar

ସ୍ପେସାଲ୍ ନବରାତ୍ରି ଥାଳି

ଭାରତର ପ୍ରତ୍ୟେକ ପ୍ରାନ୍ତରେ ନବରାତ୍ରିର ଗୁଞ୍ଜରଣ ପ୍ରକମ୍ପିତ ହେଉଛି। ଆମ ପରମ୍ପରାରେ ଏହା ଏକ ବିଶେଷ ପର୍ବ। ବିଭିନ୍ନ ବର୍ଗର ଲୋକେ ଏଇ ପର୍ବରେ ଏବେ ମସଗୁଲ୍। ପ୍ରତିବର୍ଷ ନବରାତ୍ରି ଅବସରରେ ରାଜସ୍ଥାନର ରଜୱାଡା ହୋଟେଲ ଏକ ‘ସ୍ପେସାଲ୍ ନବରାତ୍ରି ଥାଳି’ର ଆୟୋଜନ କରନ୍ତି। ଶୁଦ୍ଧ ଶାକାହାରୀ ଏଇ ଥାଳିର ଆରମ୍ଭ ୬୬ ବର୍ଷ ପୂର୍ବେ ଆରମ୍ଭ ହୋଇଥିବାର ହୋଟେଲର ମୁଖ୍ୟ ରୋଷେୟା ହନୁମନ୍ତ ବାୱେଜା କହିଛନ୍ତି। ଏଇ ନବରାତ୍ରି ଥାଳିରେ ୫୫ଟି ବ୍ୟଞ୍ଜନ ରହିବା ସହ ତାହା ରୁପା ଥାଳିରେ ଗ୍ରାହକଙ୍କୁ ପରଷାଯାଏ। ପୂର୍ବେ ରାଜସ୍ଥାନରେ ବିଭିନ୍ନ ପାରମ୍ପରିକ ଉତ୍ସବରେ ଧନିକ ଓ ସମ୍ଭ୍ରାନ୍ତ ବର୍ଗର ଲୋକ ରୁପା ଥାଳି, ଗିନାରେ ଭୋଜନ କରୁଥିଲେ। ରଜୱାଡା ହୋଟେଲ ଏଇ ପରମ୍ପରାକୁ ବଜାୟ ରଖିଥିବାବେଳେ ନବରାତ୍ରି ୯ଦିନ ହୋଟେଲରେ ବିନା ପିଆଜ ରସୁଣ ବ୍ୟଞ୍ଜନ ରନ୍ଧାଯିବା ସହ ଶୁଦ୍ଧ ଦେଶୀ ଗାଈ ଘିଅରେ ରୋଷେଇ କରାଯାଏ। ଗତ କିଛି ବର୍ଷ ମଧ୍ୟରେ ଏଇ ନବରାତ୍ରି ସ୍ପେସାଲ୍ ଥାଳିର ଗ୍ରାହକଙ୍କ ସଂଖ୍ୟା ବଢ଼ିଛି। ଦେଶୀ ଓ ବିଦେଶୀ ଉଭୟ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥିବାବେଳେ ନବରାତ୍ରି ଥାଳିର ମୂଲ୍ୟ ୧୫୦୦ ଟଙ୍କା ରହିଛି।

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories