www.samajalive.in
Sunday, December 14, 2025
15.1 C
Bhubaneswar

ମୁର୍ମୁଷ ଅବସ୍ଥାରେ ୮ବର୍ଷ ନିଖୋଜ ଶିଶୁ ଉଦ୍ଧାର, ଜଣେ ଅଟକ

ପିପିଲି : ପିପିଲି ବଜାର ସ୍ଥିତ ଭବାନୀପୁର ଅଞ୍ଚଳର ଜଣେ ୮ବର୍ଷର ଶିଶୁ ରବିବାର ନିଖୋଜ ଥିବା ବେଳେ ତାକୁ ମୁର୍ମୁଷ ଅବସ୍ଥାରେ ପୁଲିସ ରାତି ସାଢେ ୧୨ଟାରେ ପିପିଲି ବାଇପାସ ରାସ୍ତା କଡରେ ଥିବା ଏକ ଅର୍ଦ୍ଧନିର୍ମିତ ଘର ପଛରୁ ଉଦ୍ଧାର କରିଛି । ଚିକିତ୍ସା ପାଇଁ ତାକୁ ପ୍ରଥମେ ପିପିଲି ହସପିଟାଲକୁ ଅଣାଯାଇଥିବା ବେଳେ ସଂକଟାପନ୍ନ ଅବସ୍ଥାରେ ପରେ କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏହାକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୁଲିସଏହି ଘଟଣାରେ ଜଣେ ବ୍ୟକ୍ତିକୁ ଥାନାରେ ଅଟକ ରଖିଛି ।

ପ୍ରାପ୍ତ ସୂଚନା ଅନୁଯାଇ, ପଶ୍ଚିମବଙ୍ଗର ମେଦିନାପୁର ଅଞ୍ଚଳର ମୋଇନ ଖାଁ ଜଣେ ରାଜମିସ୍ତ୍ରୀ ହୋଇଥିବା ବେଳେ ସେ ପିପିଲି ବଜାର ଭବାନୀପୁର ବଡବସ୍ତିରେ ଭଡାରେ ପରିବାର ସହ ରହୁଥିଲେ । ତାଙ୍କର ଆଠବର୍ଷର ଶିଶୁ ରମଜାନ ଖାଁ ରବିବାର ପୂର୍ବାହ୍ନରେ ସାଇକେଲ୍‍ ନେଇ କୁଆଡେ ଯାଇଥିବା ବେଳେ ସଂନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ଫେରିନଥିଲା । ତେବେ ରମଜାନ ନିଖୋଜ ସଂପର୍କରେ ବସ୍ତିର ଲୋକେ ମାଇକ୍‍ ଯୋଗେ ପ୍ରଚାର କରୁଥିବା ବେଳେ ଜଗନ୍ନାଥପୁର ବଜାରକୁ ଆସିଥିବା ନିକଟବର୍ତ୍ତି ଷଣ୍ଢବଟ ଗ୍ରାମର ଜଣେ ଯୁବକ ଉକ୍ତ ପ୍ରଚାରକାରୀଙ୍କୁ କିଛି ସୂଚନା ଦେଇଥିଲା । ଉକ୍ତ ଯୁବକ ଜଣକ କହିଥିଲା ଯେ, ଜଣେ ବ୍ୟକ୍ତି ଦିନ ପ୍ରାୟ ୧୧ଟା ସମୟରେ ସାଙ୍ଗରେ ଜଣେ ଶିଶୁକୁ ସାଇକେଲ୍‍ରେ ନେଇ ଷଣ୍ଢବଟ ଗ୍ରାମରେ ଥିବା ଏକ ନଡିଆ ଗଛ ପାଖରେ ସାଇକେଲ୍‍କୁ ରଖି ନଦୀବନ୍ଧକୁ ଯାଇଥିଲା । ତେବେ ସଂନ୍ଧ୍ୟା ସୁଦ୍ଧା ସେମାନେ ସାଇକେଲ୍‍କୁ ନେଇନାହାନ୍ତି । ଏସଂପର୍କରେ ସୂଚନା ପାଇବା ପରେ ନିଖୋଜ ଶିଶୁର ପରିବାର ଲୋକେ ପୁଲିସ ସହ ଷଣ୍ଢବଟ ଗ୍ରାମକୁ ଯାଇ ଉକ୍ତ ସାଇକେଲ୍‍ଟି ନିଖୋଜ ଶିଶୁ ରମଜାନର ବୋଲି ଚିହ୍ନଟ କରିଥିଲେ । ପରେ ଷଣ୍ଢବଟ ଗ୍ରାମର ଉକ୍ତ ଯୁବକକୁ ପୁଲିସ ରମଜାନ ଘରକୁ ନେଇ ଯାଇଥିବା ବେଳେ ପଡୋଶୀ ଘରେ ଭଡାରେ ରହୁଥିବା ଜଣେ ବ୍ୟକ୍ତିକୁ ଯୁବକ ଜଣକ ଚିହ୍ନାଇ ଥିଲେ । ଉକ୍ତ ବ୍ୟକ୍ତି ଜଣକ ରମଜାନକୁ ସକାଳେ ସାଇକେଲ୍‍ରେ ଷଣ୍ଢବଟ ଗ୍ରାମକୁ ନେଇ ସେଠାରେ ସାଇକେଲ୍‍କୁ ରଖି ଭାର୍ଗବୀ ନଦୀବନ୍ଧକୁ ଶିଶୁପୁତ୍ରକୁ ନେଇ ଯାଇଥିବା ଜଣାପଡିବା ପରେ ପୁଲିସ ଉକ୍ତ ବ୍ୟକ୍ତିକୁ ଥାନାକୁ ଆଣି ପଚରାଉଚୁରା ଚଳାଇଥିଲା । ତେବେ ସେ ଉକ୍ତ ନିଖୋଜ ଶିଶୁ ସଂପର୍କରେ କୌଣସି ସୂଚନା ପୁଲିସକୁ ଦେଇନଥିଲା ।

- Advertisement -

ପିପିଲି ଥାନା ଆଇଆଇସି ଶରତ କୁମାର ସାହୁ, ଏଏସ୍‍ଆଇ ବିନୟ କୁମାର ଦାସ, ବିଦ୍ୟାଧର ଭୋଳ ପ୍ରମୁଖ ପୁଲିସ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଉକ୍ତ ଷଣ୍ଢବଟ ଗ୍ରାମ ନିକଟ ଭାର୍ଗବୀ ନଦୀ ବନ୍ଧ ସମେତ ଆଖପାଖ ଅଞ୍ଚଳରେ ଦୀର୍ଘ ୨ ଘଣ୍ଟାକାଳ ଖୋଜାଖୋଜି କରିବା ପରେ ପିପିଲି ବାଇପାସ ରାସ୍ତାର ଦରଡା ଗ୍ରାମ୍ୟଛକ ନିକଟରେ ଥିବା ଏକ ଅର୍ଦ୍ଧନିର୍ମିତ ଘର ପଛରୁ ଉକ୍ତ ଶିଶୁକୁ ରାତି ସାଢେ ୧୨ଟାରେ ରକ୍ତାକ୍ତ ଓ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରିଥିଲେ । ତାର ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଥିବା ଜଣାଯାଇଛି । ତାକୁ ତୁରନ୍ତ ପିପିଲି ହସପିଟାଲକୁ ଅଣାଯାଇଥିବା ବେଳେ ସଂଜ୍ଞାହୀନ ଅବସ୍ଥାରେ ଥିବା ଶିଶୁପୁତ୍ରକୁ ତୁରନ୍ତ କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏହାକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଶତାଧିକ ଲୋକେ ପିପିଲି ଥାନା ସମ୍ମୁଖରେ ଭିଡ ଜମାଇଥିବା ପରିଲକ୍ଷିତ ହୋଇଛି । ପୁଲିସ ଅଟକ ରଖିଥିବା ବ୍ୟକ୍ତି ନାମ ଜୁମା ଖାଁ ଓ ତାର ଘର ଡେଲାଙ୍ଗ ଥାନା ଅନ୍ତର୍ଗତ ଘୋରଡିଆ ବାରବାଟି ଗ୍ରାମରେ ହୋଇଥିବା ବେଳେ ସେ ପିପିଲି ଭବାନୀପୁର ବଡବସ୍ତିରେ ଭଡାରେ ରହି ଟ୍ରଲି ଚଳାଉଥିବା ସୂଚନା ମିଳିଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories