www.samajalive.in
Saturday, December 6, 2025
23.1 C
Bhubaneswar

ଝିଅମାନଙ୍କର ଏହି ସ୍ୱଭାବ ପୁଅଙ୍କୁ ଅଧିକ ଆକର୍ଷିତ କରିଥାଏ

କୁହାଯାଇଛି ଯେ, ଝିଅମାନେ ନିଜର ସାଥି କିମ୍ବା ଜୀବନ ସାଥି ଭାବିଚିନ୍ତି ବାଛିଥାନ୍ତି। କିନ୍ତୁ ବର୍ତ୍ତମାନ ପୁଅମାନେ ମଧ୍ୟ ନିଜର ସାଥି ଭାବିଚିନ୍ତି ବାଛୁଛନ୍ତି। ନିଜ ପାଇଁ ଜୀବନ ସାଥି ଚୟନ କରିବା ପୂର୍ବରୁ ପୁଅମାନେ ଝିଅମାନଙ୍କ ଅନେକ ସ୍ୱଭାବ ଦେଖିଥାନ୍ତି। ଝିଅମାନଙ୍କର ଅନେକ ସ୍ୱଭାବ ପୁଅମାନଙ୍କୁ ପସନ୍ଦ ଆସିଥାଏ ତ ଅନେକ ଖରାପ ଲାଗିଥାଏ।
ଆସନ୍ତୁ ଜାଣିବା ଝିଅମାନଙ୍କର କେଉଁ ସ୍ୱଭାବ ପ୍ରତି ପୁଅମାନେ ଆକର୍ଷିତ ହୋଇଥାନ୍ତି ..କୁହାଯାଇଛି ଯେ, ପ୍ରଥମ ଦେଖାରେ ହସି କରି ଦେଖା କରିବା ଦ୍ୱାରା ଆପଣ କହିବାକୁ ଚାହୁଁଥିବା କଥା ସାମନା ଲୋକ ଠିକ ଭାବେ ବୁଝିଥାଏ। ହସ ଦ୍ୱାରା ଆପଣ ଅନେକ ଲୋକଙ୍କ ମନରେ ଶୀଘ୍ର ଘର କରିବାରେ ସଫଳ ମଧ୍ୟ ହୋଇଥାନ୍ତି। ଝିଅମାନଙ୍କର ହସହସ ମୁହଁ ଦେଖିବା ଦ୍ୱାରା ପୁଅମାନେ ଶୀଘ୍ର ଆକର୍ଷିତ ହୋଇ ଯାଇଥାନ୍ତି।
ଆଜିକାଲିର ଆଧୁନିକ ଯୁଗରେ ପୁଅମାନଙ୍କୁ ଆତ୍ମବିଶ୍ୱାସ ଥିବା ଝିଅମାନେ ପସନ୍ଦ ଆସିଥାନ୍ତି। ଠିକ ସମୟରେ ଉଚିତ ବ୍ୟବହାର କରୁଥିବା ଝିଅମାନଙ୍କ ପ୍ରତି ପୁଅମାନେ ଶୀଘ୍ର ଆକର୍ଷିତ ହୋଇ ଯାଇଥାନ୍ତି।ପୁଅମାନେ ସାଧାରଣତଃ ଝିଅମାନଙ୍କ ପୋଷାକ ଷ୍ଟାଇଲ ପ୍ରତି ଅଧିକ ଗୁରୁତ୍ୱ ଦେଇଥାନ୍ତି। ପ୍ରାୟତଃ ପୁଅମାନଙ୍କୁ ଏପରି ଝିଅ ପସନ୍ଦ ଆସିଥାନ୍ତି ଯେଉଁମାନେ କାହା ଠାରୁ ନ ଦେଖି ନିଜ ଇଚ୍ଛାନୁଯାୟୀ ପୋଷାକ ପିନ୍ଧିଥାନ୍ତି। ଝିଅମାନେ ନିଜ ମେକଅପ ମଧ୍ୟ ଅନ୍ୟମାନଙ୍କ ଠାରୁ ଭିନ୍ନ ଭାବେ କରିଥାନ୍ତି। ଅନ୍ୟମାନଙ୍କ ଠାରୁ ଭିନ୍ନ ଦେଖା ଯାଉଥିବା ଝିଅଙ୍କୁ ପୁଅମାନେ ଅଧିକ ପସନ୍ଦ କରିଥାନ୍ତି।
ଆଖିରୁ ଅନେକ କିଛି କଥା ଜାଣି ହୁଏ। ପୁଅମାନଙ୍କୁ ବଡ ବଡ ଆଖି ଥିବା ଝିଅ ଅଧିକ ପସନ୍ଦ ଆସିଥାନ୍ତି।
ପ୍ରାୟତଃ ଅଧିକ ପୁଅମାନଙ୍କୁ ବୁଦ୍ଧିମାନ ଝିଅ ପସନ୍ଦ ଆସିଥାନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories