www.samajalive.in
Sunday, December 7, 2025
26.1 C
Bhubaneswar

ଆଇରିଶ୍‍ ଲେଖିକା ଆନା ବୁର୍ନାସଙ୍କୁ ମ୍ୟାନ ବୁକର ପୁରସ୍କାର

ଲଣ୍ଡନ : ‘ମିଲ୍କମ୍ୟାନ’ ଲେଖିକା ଉତ୍ତର ଆୟର୍ଲାଣ୍ଡର ଆନା ବୁର୍ନାସ (୫୬)ଙ୍କୁ ମଙ୍ଗଳବାର ସମ୍ମାନ ଜନକ ମ୍ୟାନ ବୁକର-୨୦୧୮ ପୁରସ୍କାର ପ୍ରଦାନ କରାଯାଇଛି। ଆୟର୍ଲାଣ୍ଡର ପ୍ରଥମ ଲେଖିକା ଭାବେ ଆନା ମ୍ୟାନ ପୁରସ୍କାର ପାଇବାର ଗୌରବ ଲାଭ କରିଛନ୍ତି। ପୁରସ୍କାର ରାଶି ବାବଦ ଆନାଙ୍କୁ ୫୨ ହଜାର ପାଉଣ୍ଡ (୫୦ ଲକ୍ଷ ୮୫ ହଜାର ଟଙ୍କା) ପ୍ରଦାନ କରାଯାଇଛି। ବୁକର ପୁରସ୍କାର ବଣ୍ଟନର ୪୯ ବର୍ଷର ଇତିହାସରେ ଏହି ପୁରସ୍କାର ପାଇବାରେ ଆନା ହେଉଛନ୍ତି ୧୭ତମ ଏବଂ ୨୦୧୩ ପରର ପ୍ରଥମ ମହିଳା।
ଆନାଙ୍କ ଲିଖିତ ‘ମିଲ୍କମ୍ୟାନ’ ଏକ ପ୍ରେମ କାହାଣୀ ଆଧାରିତ ପୁସ୍ତକ । ଏଥିରେ ଜଣେ ଯୁବତୀ ଜଣେ ବିବାହିତ ବ୍ୟକ୍ତିଙ୍କୁ ଭଲ ପାଇ ବସିଛନ୍ତି। ଏହାପରେ ଉଭୟଙ୍କୁ ଉତ୍ତର ଆୟର୍ଲାଣ୍ଡରେ ରାଜନୈତିକ ବିରୋଧର ସାମ୍ନା କରିବାକୁ ପଡ଼ୁଛି। ଯୁବତୀ ଜଣକ ରକ୍ଷଣଶୀଳ ସମାଜ, ଅପବାଦ, ସମାଜିକ ଚାପ ଏବଂ ରାଜନୀତି ମଧ୍ୟରେ ନିଜ ପଥର ଅନୁସନ୍ଧାନ କରିଛି।
ମଙ୍ଗଳବାର ଲଣ୍ଡନରେ ଆୟୋଜିତ ସମାରୋହରେ ରାଜକୁମାର ଚାର୍ଲିସ ଏବଂ ପତ୍ନୀ କାମିଲା ଆଇରିଶ ଲେଖିକା ଆନା ବୁର୍ନାସଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ। ବିଚାରକ ମଣ୍ଡଳୀର ନେତୃତ୍ୱ ନେଉଥିବା କୱାମେ ଆନ୍ଥୋନିଙ୍କ କହିବା ଅନୁସାରେ ଆନାଙ୍କ ପୁସ୍ତକ ‘ମିଲ୍କମ୍ୟାନ’ରେ ଯାହା ଲେଖାଯାଇଛି, ତାହା ପୂର୍ବରୁ କୌଣସି ପୁସ୍ତକରେ କେହି ପଢିନାହାନ୍ତି। ସେ ନିଜ ଲେଖାରେ ପାରମ୍ପରିକ ଚିନ୍ତାଧାରା ଓ ବିଚାରଧାରାକୁ ଆହ୍ୱାନ ଦେଇଛନ୍ତି। ‘ମିଲ୍କମ୍ୟାନ’ ଉପନ୍ୟାସ କ୍ରୁରତା, ଯୌନ ଅତିକ୍ରମଣ ଏବଂ ପ୍ରତିରୋଧ, ହାସ୍ୟ ରସକୁ ନେଇ ପର୍ଯ୍ୟବେଶିତ। ଏହା ବିଭାଜିତ ସମାଜରେ ମଣିଷର କପଟତାପୂର୍ଣ୍ଣ ରୂପକୁ ଖୋଜି ବାହାର କରିଛି।
ମ୍ୟାନ ବୁକ୍‍ର ପୁରସ୍କାର ପାଇଁ ଆନାଙ୍କ ମୁକାବିଲା ଦୁଇ ଜଣ ବ୍ରିଟେନ୍‍, ଦୁଇ ଜଣ ଆମେରିକୀୟ ଏବଂ ଜଣେ କାନାଡା ଲେଖକଙ୍କ ସହ ହୋଇଥିଲା। ଶେଷରେ ଡେଜି ଜୋନସନ (୨୭)ଙ୍କ ଉପନ୍ୟାସ ‘ଏଭ୍ରିିଥିଂ ଅଣ୍ଡର’କୁ ପଛରେ ପକାଇ ଆନାଙ୍କ ‘ମିଲ୍କମ୍ୟାନ’ ପୁରସ୍କାର ବିଜେତା ହୋଇଛି।
ପୁରସ୍କାର ପାଇଁ ରବିନ୍‍ ରୋବର୍ଟସନଙ୍କ ଲିଖିତ ‘ଦ ଲଙ୍ଗ ଲେକ’, ଏସି ଏଡୁଗ୍ୟାନଙ୍କ ଲିଖିତ ‘ୱାଶିଂଟନ ବ୍ଲକ୍‍’, ରିଚେଲ କୁଶନରଙ୍କ ଲିଖିତ ‘ଦ ମାର୍ସ ରୁମ’ ଏବଂ ଚିଚାର୍ଡ ପାୱର୍ସଙ୍କ ‘ଦ ଓଭରଷ୍ଟୋରୀ’ ମନୋନୀତ ହୋଇଥିଲେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories