www.samajalive.in
Saturday, December 13, 2025
27.1 C
Bhubaneswar

ସନ୍ଧ୍ୟା ୭ଟା ମୁଖ୍ୟ ଖବର

୧୦ବର୍ଷ ପରେ ପୁଣି ଭଦ୍ରକ ସିଜିଏମଙ୍କ କୋର୍ଟରେ ହାଜର ହେଲେ ୨ ମୁଖ୍ୟ ଅଭିଯୁକ୍ତ, ମନ୍ଦିର ନିୟମକୁ ଉଲଂଘନ କରି ଚାବି ଖୋଲି ବୋହି ନେଇଥିଲେ ସ୍ୱର୍ଣ୍ଣାଳଙ୍କାର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ରତ୍ନଭଣ୍ଡାର ଘରୁ ୧୯୯୩ ମସିହାରେ ହଡପ ହୋଇଥିବା ୧କିଲୋ ୧୩୦ଗ୍ରାମ ଓଜନର ସ୍ୱର୍ଣ୍ଣାଳଙ୍କାର ମାମଲାର ୨୬ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବିଚାର ପ୍ରକ୍ରିୟାରେ ଅଟକି ରହିଛି । କେବେ ମଣିବାବାଙ୍କ ରତ୍ନଭଣ୍ଡାରକୁ ଫେରିବ ହଡପ ହୋଇଥିବା ସ୍ୱର୍ଣ୍ଣାଳଙ୍କାର ତାହା କେବଳ ମଣିବାବାଙ୍କୁ ହିଁ ଜଣା ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ଦୀର୍ଘ ୧୦ବର୍ଷ ପରେ ପୁଣି ଉଠିଛି ପ୍ରସିଦ୍ଧ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଖମଣିଙ୍କ ରତ୍ନଭଣ୍ଡାର ଘରୁ ସୁନା ଚୋରି ମାମଲାର ଝଡ । ଏହି ସୁନା ହଡପ ମାମଲା (ଜି .ଆର .କେଶ ନଂ ୧୩୭/୯୬)ର ବିଚାର ପ୍ରକ୍ରିୟା ଗତ ଗୁରୁବାର ଭଦ୍ରକ ସିଜିଏମଙ୍କ କୋର୍ଟରେ କରାଯାଇଥିଲା ଏହି ବିଚାର ସମୟରେ ୨ଜଣ ମୁଖ୍ୟ ଅଭିଯୁକ୍ତ ତତ୍‌ ଳିନ ଦେବୋତ୍ତର ବିଭାଗର ଡିଆଇ ଗୋବିନ୍ଦ ସାହୁ ଓ ମନ୍ଦିର କାର୍ଯ୍ୟନିବାର୍ହି ଅଧିକାରୀ ଉମାଚରଣ ପଟ୍ଟନାୟକ ଶାରୀରିକ ଅସୁସ୍ଥତା ଦର୍ଶାଇ ଅନୁପସ୍ଥିତ ରହିଥିବା ବେଳେ ଅନ୍ୟ ୨ ଅଭିଯୁକ୍ତ ଗୋପିନାଥ ପାଢୀ ଓ ଗିରୀଶ ଚନ୍ଦ୍ର ପାଢୀ ହାଜର ହୋଇଥିଲେ ।

କଳିଙ୍ଗ ଷ୍ଟାଡିୟମରେ ଉନ୍ମୋଚିତ ହେଲା ଜୁନିଅର ମହିଳା ବିଶ୍ୱକପ୍‌ ଲୋଗୋ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଲୋଗୋ ଉନ୍ମୋଚନ କରିଥିବା ବେଳେ, ଏହି ଅବସରରେ ଭାରତୀୟ ଖେଳାଳିଙ୍କ ସହ ମୁଖ୍ୟମନ୍ତ୍ରୀ ଫଟୋ ଉଠାଇଛନ୍ତି । ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଇଣ୍ଡିଆ ୨୦୨୨ ଲୋଗୋ ଉନ୍ମୋଚନ ସମୟରେ ଫିଫାର କର୍ମକର୍ତ୍ତା ମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ତାହା ସହ ଓଡ଼ିଶା ସରକାର ଓ କ୍ରୀଡ଼ା ବିଭାଗକୁ ମଧ୍ୟ ଫିଫା ପକ୍ଷରୁ ପ୍ରଶଂସା କରାଯାଇଥିଲା । ସେପଟେ ଆରମ୍ଭ ହୋଇଛି ସ୍କୁଲ ଫୁଟବଲ କାର୍ଣ୍ଣିଭାଲ । ୬୦ ହଜାର ସ୍କୁଲ ପିଲାଙ୍କୁ ନେଇ ଫୁଟବଲ କାର୍ଣ୍ଣିଭାଲ କରାଯାଇଛି । ପୂର୍ବରୁ ମଧ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ଓଡ଼ିଶାରେ ଖେଳାଳିମାନଙ୍କୁ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦିଆଯାଇଛି । ସମସ୍ତ କ୍ରୀଡ଼ା କ୍ଷେତ୍ରରେ ରାଜ୍ୟ ସରକାର ରାଜ୍ୟର ଖେଳାଳି ମାନଙ୍କୁ ପ୍ରୋଚ୍ଛାହିତ କରିଛନ୍ତି ।

- Advertisement -

ଆଜିଠୁ ଲଘୁଚାପ ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷା… ୧୧ ଜିଲ୍ଲାକୁ ଅରେଞ୍ଜ ଓ ୧୪ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି… ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା… ସୂଚନା ଦେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…

ହାଇଦ୍ରାବାଦର ବାଲାପୁର ପ୍ରଭୁ ଗଣେଶଙ୍କ ୨୧ କିଲୋଗ୍ରାମର ପ୍ରସିଦ୍ଧ ଲଡୁ ୨୪.୬୦ ଲକ୍ଷ ଟଙ୍କାରେ ହୋଇଛି ନିଲାମ ..

ବିଷ ପିଇଦେଲେ ଆଇଟିଆଇ ଛାତ୍ର… ଭଦ୍ରକ ଜିଲ୍ଲା ତିହିଡ଼ି ନନ୍ଦପୁରର ଜଣେ ଛାତ୍ର ବିଷପାନ କରିଥିବା ଅଭିଯୋଗ… ଗୁରୁତର ଛାତ୍ରଙ୍କୁ କଟକ ଡାକ୍ତରଖାନାରେ ଭର୍ତ୍ତି… ଆତ୍ମହତ୍ୟା ଉଦ୍ୟମର କାରଣ ଅସ୍ପଷ୍ଟ… ଘଟଣାସ୍ଥଳରେ ତଦନ୍ତ କରୁଛି ପୁଲିସ….

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories