www.samajalive.in
Saturday, December 13, 2025
18.1 C
Bhubaneswar

ପୁଲିସ-ମାଓବାଦୀ ଗୁଳି ବିନିମୟ ; ୩ ମାଓବାଦୀ ମୃତ

କୋରାପୁଟ/ଭୁବନେଶ୍ୱର : ମାଓ ଦମନରେ ନିୟୋଜିତ ଥିବା କୋରାପୁଟ ପୁଲିସକୁ ଏକ ବଡ଼ ସଫଳତା ମିଳିଛି। କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ ଡୋକରି ଘାଟିରେ ରବିବାର ପୁଲିସ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଗୁଳି ବିନିମୟରେ ତିନିଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ପୁଲିସ ଏକ ମାଓ କ୍ୟାମ୍ପକୁ ଧ୍ୱଂସ କରିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ଣରେ କମ୍ବିଂ ଅପରେସନ ଚାଲିଥିବାବେଳେ ପୁଲିସ ମାଓବାଦୀ ପୁଲିସ ମୁହାଁମୁହିଁ ହୋଇଥିଲେ। ଅତିରିକ୍ତ ଏସପି ନିରଞ୍ଜନ ସାହୁଙ୍କ ନେତ୍ୱତ୍ୱରେ ଏହି ଅପରେସନ ଏବେ ବି ଜାରି ରହିଥିବା
ସୂଚନା ମିଳିଛି। ପୁଲିସ ମାଓବାଦୀ ଗୁଳି ବିନିମୟରେ ତିନିଜଣ ମାଓବାଦୀ ନିହତ ହୋଇଥିବା ଜଣାଯାଇଛି। ଡିଭିଏଫ ଓ ଏସଓଜି ଯବାନଙ୍କ ପକ୍ଷରୁ ମିଳିତ ଭାବେ ଏହି ଅପରେସନ ଏବେ ବି ଚାଲିଥିବା ଜଣାଯାଇଛି। ଏ ସମ୍ପର୍କରେ କୋରାପୁଟ ଏସପି ଡାକ୍ତର କନୱର ବିଶାଲ ସିଂଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା ସତ୍ତେ୍ୱ ସେ ଫୋନ ନ ଉଠାଇବାରୁ ତାଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇପାରିନାହିଁ। ତେବେ ଅତିରିକ୍ତ ଏସପି ଭି.ଆର.ରାଓଙ୍କ ସହ ଯୋଗାଯୋଗ କରିବାରୁ ସେ ମଧ୍ୟ ଏଭଳି ଶୁଣୁଥିବା ସୂଚନା ଦେଇଥିଲେ ହେଁ କୌଣସି ସମ୍ପୂଣ୍ଣ୍ୟ ତଥ୍ୟ ହସ୍ତଗତ ହୋଇ ନ ଥିବା ପ୍ରକାଶ କରିଛନ୍ତି। ତେବେ ଏ ନେଇ ଅତିରିକ୍ତ ମହାନିର୍ଦେଶକ, ଅପରେସନ ଆର.ପି. କୋଚେଙ୍କ ସୂଚନା ଅନୁସାରେ ଏବେ ବି ଅପରେସନ ଚାଲିଛି। ଏହି ଘଟଣାରେ ଅଧିକ ସଂଖ୍ୟାରେ ମାଓବାଦୀଙ୍କ ମୃତାହତ ହୋଇଥିବା ସନ୍ଦେହ କରାଯାଉଥିବା ଶ୍ରୀ କୋଚେ ସୂଚନା ଦେଇଛନ୍ତି। ରାତିର ଅନ୍ଧକାର ଭିତରେ ଏବେ ବି ଗୁଳି ବିନିମୟ ଚାଲିଥିବାବେଳେ ଖାନ ତଲାସିକୁ ଜୋରଦାର କରାଯାଇଥିବା ସେ ପ୍ରକାଶ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories