BJD Bijuli 480×75 Mob

ସାମ୍ବାଦିକଙ୍କ ପିତୃ ବିୟୋଗ

BJD Bijuli 480×75 Mob

ଡେସ୍କ: ବରିଷ୍ଠ ସାମ୍ବାଦିକ ତଥା ସମାଜ ଡିଜିଟାଲ ମିଡ଼ିଆର କପି ଏଡିଟର ଓ ଅନୁବାଦକ ଅମୁଲ୍ୟ କୁମାର ହୋତାଙ୍କ ପିତା ପ୍ରଭାକର ହୋତାଙ୍କର ମଙ୍ଗଳବାର ଅପରାହ୍ନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ବାଲିଆ ଗୋପୀନାଥପୁର ଗ୍ରାମ୍ୟ ସ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ପୁତ୍ର ପ୍ରମୋଦ କୁମାର ହୋତା ମୁଖାଗ୍ନି ଦେଇଥିଲେ।

ସ୍ବର୍ଗତ ପ୍ରଭାକର ହୋତା ଜଣେ ଆଧ୍ୟାତ୍ମବାଦୀ ବ୍ୟକ୍ତି ଥିଲେ। ୧୯୬୯ ମସିହାରୁ ସେ ଶ୍ରୀ ଶ୍ରୀ ଠାକୁର ଅନୂକୁଳଚନ୍ଦ୍ରଙ୍କର ଅନୁଗାମୀ ଭାବେ ସହସ୍ରାଧିକ ପରିବାରକୁ ଦୀକ୍ଷିତ କରାଇ ଠାକୁରଙ୍କ ଭାବଧାରାରେ କରାଇ ପାରିଥିଲେ। ଗତ ଜାନୁଆରୀ ମାସରେ ତାଙ୍କ ପତ୍ନୀ ଜେମାମଣୀ ହୋତାଙ୍କର ପରଲୋକ ଘଟିଥିଲା। ତାଙ୍କ ଶେଷକୃତ୍ୟ ସମୟରେ ପୁଅବୋହୁ, ନାତିନାତୁଣୀ ଓ ସତସଙ୍ଗୀମାନେ ଉପସ୍ଥିତ ଥିଲେ।

Comments are closed.