www.samajalive.in
Saturday, December 6, 2025
15.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ପାରାଦୀପ ବନ୍ଦର ଲାଞ୍ଚ କାରବାର ମାମଲାରେ ମଙ୍ଗଳବାର ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡର ନିର୍ଦ୍ଦେଶକ ତଥା ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ଜାମିନ ମିଳିଛି.. ସ୍ୱତନ୍ତ୍ର ସିବିଆଇ କୋର୍ଟ ଚର୍ଚ୍ଚିତଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି..

ଭାରତରେ ନାଜାଲ୍ କୋଭିଡ୍ ଟିକା ଉପଲବ୍ଧ.. ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ଟିକାକୁ ମିଳିଲା ଜରୁରୀକାଳୀନ ମଞ୍ଜୁରୀ..

- Advertisement -

ଦକ୍ଷିଣ ରାଜ୍ୟରେ ବର୍ଷା ବିତ୍ପାତ ; ଆହୁରି ବର୍ଷିବା ନେଇ ସତର୍କ ସୂଚନା ଜାରି..

ମୋଦୀଙ୍କ ସରକାର ଗତ ୮ ବର୍ଷ ମଧ୍ୟରେ ଶ୍ରମିକ ବର୍ଗଙ୍କ କଲ୍ୟାଣ ପାଇଁ ଅନେକଗୁଡ଼ିଏ କଲ୍ୟାଣମୂଳକ ଯୋଜନା କାର୍ଯ୍ୟକାରୀ କରିଛନ୍ତି.. ଏସବୁ ପ୍ରୟାସର ସୁଫଳ ଦେଶର ଅର୍ଥବ୍ୟବସ୍ଥା ଉପରେ ପଡ଼ିଛି ବୋଲି କହିଛନ୍ତି ପୂର୍ବତନ ମୁଖ୍ୟ ଆର୍ଥିକ ପରାମର୍ଶଦାତା କେଭି ସୁବ୍ରମଣ୍ୟମ..

୨୦୨୪ ନିର୍ବାଚନ ପାଇଁ ରାଜ୍ୟ ବିଜେପି ତାର ରଣନୀତି ପ୍ରସ୍ତୁତି ଆରମ୍ଭ କରୁଛି.. ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଓଡ଼ିଶା ଆସିବେ ବୋଲି ସୂଚନା ମିଳିଛି.. ଏନେଇ ଗଣମାଧ୍ୟମକୁ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି.. ୨ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା..ଆସନ୍ତା ୨୯ ତାରିଖରେ ନଡ୍ଡା ଓଡ଼ିଶାରେ ପହଞ୍ଚିବେ..

ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ… ନବୀନଙ୍କୁ ସ୍ୱାଗତ କରିବାକୁ ବିମାନବନ୍ଦରରେ ଶୁଭେଚ୍ଛୁଙ୍କ ପ୍ରବଳ ଭିଡ଼… ବିଜେଡିର ବ୍ୟାପକ ପ୍ରସ୍ତୁତି… ଲକ୍ଷାଧିକ ଲୋକଙ୍କ ସମାଗମ ଯୋଗୁ କମ୍ପୁଛି ରାଜରାସ୍ତା… ​ବିମାନବନ୍ଦରରୁ ନବୀନ ନିବାସ ଯାଏଁ ସବୁଠି ନେତା ଓ ଶୁଭେଚ୍ଛୁ…

ଦିଲ୍ଲୀରେ ଅବକାରୀ ନୀତି ଦୁର୍ନୀତି ମାମଲା… ସ୍କାମରେ ଲିଙ୍କ୍‌ ଥିବା ୩୦ଟି ସ୍ଥାନରେ ଚଢ଼ାଉ କରୁଛି ଇଡି… ଦିଲ୍ଲୀ ସମେତ ମୁମ୍ବାଇ ଓ ଲକ୍ଷ୍ନୌ ଭଳି ସହରରେ ଚାଲିଛି ରେଡ୍‌… ଗୁରୁଗ୍ରାମରେ ବି ରେଡ୍‌ ହେଉଥିବା ନେଇ ସୂଚନା…

ବୋହୂ ମାନ୍ୟତା ଦାବିରେ ପୁଣି ଆଉ ଜଣେ ଯୁବତୀଙ୍କ ଧାରଣା… ଦେବଗଡ଼ ଜିଲା ରିଆମାଳ ଥାନା ବାବରାକୋଟ ଗାଁରେ ଧାରଣାରେ ବସିଛନ୍ତି ଯୁବତୀ… ବିବାହର ପ୍ରତିଶ୍ରୁତି ଦେଇ ଯୁବକ ଜଣକ ପ୍ରତାରିତ କରିଥିବା ଅଭିଯୋଗ…

ଦେଶରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ… ହ୍ରାସ ପାଉଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା… ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪,୪୧୭ ପଜିଟିଭ୍‌… ସୁସ୍ଥ ହେଲେ ୬,୦୩୨ ଆକ୍ରାନ୍ତ… ଦେଶରେ ବର୍ତ୍ତମାନ ମୋଟ୍‌ ସକ୍ରିୟ ମାମଲା ରହିଛି ୫୨,୩୩୬…

ରାଜ୍ୟରେ କମୁଛି କରୋନା ସଂକ୍ରମଣ… ବଢ଼ୁଛି ସୁସ୍ଥତା ସଂଖ୍ୟା… ଚିହ୍ନଟ ହେଲେ ଆଉ ୨୩୧ ସଂକ୍ରମିତ… କରୋନାରୁ ସୁସ୍ଥ ହେଲେ ୩୭୫ଜଣ… ଜନ୍ମରୁ ୧୮ ବର୍ଷ ମଧ୍ୟରେ ୩୭ଜଣ ଆକ୍ରାନ୍ତ ଥିବା​‌ ସୂଚନା… ରାଜ୍ୟରେ ମୋଟ୍‌ ସକ୍ରିୟ ମାମଲା ରହିଛି ୧୫୮୭…

କେତେ ସୁରକ୍ଷିତ ଶ୍ରୀମନ୍ଦିର ?… ନାଟମଣ୍ଡପ ଛାତରୁ ଗଳୁଛି ବର୍ଷାପାଣି… ଗରୁଡ଼ ସ୍ତମ୍ଭ ନିକଟରେ ହେଉଛି ଜମା… ମରାମତି ନହେବାରୁ ଭୋଗ ମଣ୍ଡପ ଘର ପଶ୍ଚିମ ପାର୍ଶ୍ବରେ ଦେଖାଦେଲାଣି ଏପରି ଅବବ୍ୟସ୍ଥା… ପ୍ରଶାସନର ଅବହେଳା ଯୋଗୁ ପ୍ରଶ୍ନ କଲେଣି ସାଧାରଣ ଲୋକ…

ପୁଣି ଲଘୁଚାପ ବର୍ଷାରେ ଭିଜିବ ଓଡ଼ିଶା… ଆସନ୍ତାକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ… ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ନେବ ଲଘୁଚାପର ରୂପ… ୮ ତରିଖରେ ଦକ୍ଷିଣ ଓଡିଶା ଏବଂ ୯ ତାରିଖରେ ରାଜ୍ୟରେ ବିସ୍ତୃତ ବର୍ଷା ସମ୍ଭାବନା… ସୂଚନା ଦେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…

ଆଜି ଶ୍ରୀଲଙ୍କା ସହ ଭାରତର ‘କର ବା ମର’ ମୁକାବିଲା… ଶ୍ରୀଲଙ୍କା ବିପକ୍ଷରେ ଭାରତ ଖେଳିବ ୨ୟ ସୁପର-୪ ମ୍ୟାଚ୍‌… ଫାଇନାଲ ଖେଳିବାକୁ ହେଲେ ଏହି ମ୍ୟାଚ୍‌ ଭାରତ ପାଇଁ ହେବ ଗୁରୁତ୍ୱପୂର୍ଣ୍ଣ… ସେପଟେ ଶ୍ରୀଲଙ୍କା ବି ମ୍ୟାଚରେ ବିଜୟୀ ହେଲେ ପ୍ରଥମ ଦଳ ଭାବେ ଫାଇନାଲରେ ପାଇବ ସ୍ଥାନ…

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories