www.samajalive.in
Saturday, December 13, 2025
26.1 C
Bhubaneswar

କିଆଫୁଲ ତୋଳିବା ବେଳେ ବାରାହା ଆକ୍ରମଣ- ଜଣେ ଗୁରୁତର

ଗୋପାଳପୁର – ଗତକିଛି ବର୍ଷ ଧରି ଲଗାତାର ବାରାହା ଉପଦ୍ରବ ଅଞ୍ଚଳରେ ଲାଗି ରହିଛି । ଏହି ପଶୁ ଲୋକଙ୍କୁ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି। ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଠାର ସିଂ ପଞ୍ଚାୟତ ଅନ୍ତର୍ଗତ କୋଠାର ସିଂ ଗ୍ରାମର ଗଣେଶ ନାଇକ(୫୫) ବାରାହା ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଛନ୍ତି । ଏବେ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି।

ଗଣେଶ ନାଇକ ଗାଁ ନିକଟରେ ଥିବା କିଆ ବାଡରେ କିଆଫୁଲ ତୋଳୁଥିବା ବେଳେ ଅଚାନକ ଏକ ବାରାହା ଆକ୍ରମଣ କରିଥିଲା। ଫଳରେ ଗଣେଶ ଙ୍କ ବାମହାତ ଭାଙ୍ଗି ଯିବା ସହ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଗଣେଶଙ୍କ ଚିତ୍କାର ଶୁଣି ସେଠାରେ ଥିବା ଅନ୍ୟ ଫୁଲ ତୋଳାଳିମାନେ ପହଞ୍ଚି ଗଣେଶ ଙ୍କୁ ଉଦ୍ଧାର କରି ତୁରନ୍ତ ବ୍ରହ୍ମପୁର ବଡ ମେଡିକାଲ ନେଇଥିଲେ। ବର୍ତମାନ ଗଣେଶ ଙ୍କ ଚିକିତ୍ସା ଜାରି ରହିଥିବା ପରିବାର ବର୍ଗ ସୂଚନା ଦେଇଛନ୍ତି।

- Advertisement -

ଅନ୍ୟ ପଟେ ଗତ କିଛି ବର୍ଷ ହେଲା ଖଲ୍ଲିକୋଟ ବ୍ଲକରୁ ରଙ୍ଗେଇଲୁଣ୍ଡା,ଚିକିଟି ବ୍ଲକ ର ବିଭିନ୍ନ ଗ୍ରାମରେ ବାରାହା ଉପଦ୍ରବ ବଢି ଚାଲିଥିବା ବେଳେ ବ୍ୟାପକ ଫସଲ ହାନୀ ହେଉଛି।ଏହାର ପ୍ରଭାବରେ ଏବେ ଅଧିକାଂଶ ଚାଷୀ ବାରାହା ଉପଦ୍ରବ କୁ ନଜରରେ ରଖି ନିଜ ଚାଷ ଜମି ପଡିଆ ରଖୁଥିବା ଦେଖିବାକୁ ମିଳିଛି। ଅନ୍ୟ ପଟେ ବାରାହା ମାନେ ଏବେ ଗାଁ ମୁହାଁ ହେଉଥିବା ବେଳେ ଅଞ୍ଚଳବାସୀ ଙ୍କୁ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ଏଣୁ ବନବିଭାଗ ପକ୍ଷରୁ ଏଥି ପ୍ରତି ନଜର ଦେବା ସହ ବାରାହା ଉପଦ୍ରବ ରୁ ଫସଲ ସମେତ ଅଞ୍ଚଳବାସୀ ଙ୍କୁ ସୁରକ୍ଷା ଦେବାକୁ କୋଠାର ସିଂ ପଞ୍ଚାୟତ ର ଓ୍ବାର୍ଡ ସଦସ୍ୟ ଦାବି କରିଛନ୍ତି ।

Ganjamnews

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories