www.samajalive.in
Sunday, December 14, 2025
23.1 C
Bhubaneswar

ଅମୃତ ମହୋତ୍ସବ ପ୍ରଭାତ ଫେରି ପାଳିତ

କଣ୍ଟାବାଞ୍ଜି : ସୋମବାର ଗୁରୁଦିବସ ଅବସରରେ କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ୭୫ତମ ସ୍ୱାଧୀନତାର ଅମୃତ ମହୋତ୍ସବ ପ୍ରଭାତ ଫେରି ପାଳିତ ହୋଇଯାଇଛି । ସିଆରସିସି ଦିନେଶ ମହାନନ୍ଦ ଏହି କାର୍ୟ୍ୟକ୍ରମକୁ ସଂଚାଳିତ କରିଥିଲେ । ଏହି କାର୍ୟକ୍ରମରେ କଣ୍ଟାବାଞ୍ଜି ନଗରର ସମସ୍ତ ସରକାରୀ ବିଦ୍ୟାଳୟ ଯୋଗଦାନ ଦେଇଥିଲେ । ସକାଳ ୬.୩୦ ରୁ ନୋଡାଲ ସ୍କୁଲ୍ ରୁ ଛାତ୍ରଛାତ୍ରୀ ମାନଙ୍କର ଏକ ବିଶାଳ ରାଲି ବାହାରି ସହରର ପରିକ୍ରମା କରିଥିଲେ କୁନିକୁନି ଛାତ୍ରଛାତ୍ରୀ।ସିଆରସିସି ମଞ୍ଚାସିନ ବିଭିନ୍ନ ମହାପୁରୁଷଙ୍କ ପୋଷାକ ପରିଧାନ କରି , ବିଭିନ୍ନ ସ୍ଲୋଗାନ ଦେଇ ନଗର ପରିକ୍ରମା କରି ବାଳିକା ଉଚ୍ଚ ବିଦ୍ୟାଳୟ କଣ୍ଟାବାଞ୍ଜି ଠାରେ ସମସ୍ତେ ପହଞ୍ଚି ଥିଲେ । ସେଠାରେ ଏକ ସଭାରେ, ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ନଗର ପାଲ ବରୀୟମ୍ ସିଂ ସାଲୁଜା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନନୀୟ  ଅତିଥି ଭାବେ ଅଶୋକ କୁମାର ତାରିଆ ଓ  ନିହରିକା ନାଗ ଉପସ୍ଥିତ ଥିଲେ । ମଞ୍ଚ ପରିଚାଳନା ଶିକ୍ଷୟତ୍ରୀ ଅଞ୍ଜଳି ମାଝୀ ମଞ୍ଚାସିନ ଅତିଥି ଗଣ ନିଜ ନିଜ ଅଭିଭାଷଣ ରଖି ଥିଲେ । ପରେ ବକୃତା  ଓ ଅନ୍ୟାନ୍ୟ ପ୍ରତିଯୋଗିତା ହୋଇଥିଲା ।
କୃତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରି ଥିଲେ। ସମସ୍ତ ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ଶିକ୍ଷକ ଅଭିନାଶ ମାଝୀ, ମଧୁସୂଦନ ପଟେଲ, ଜାନକୀ ରାମ ସାମ ବେଦମ, କୃପାସିନ୍ଧୁ ଶା, ଉପେନ୍ଦ୍ର ଚନ୍ଦନ, ସୁଧୀର କୁମାର ସାଗରୀୟା ସୁଦିପ ତ୍ରିପାଠୀ, ବିନାୟକ ସେଲମା ଶିକ୍ଷୟତ୍ରୀ ସବିତା ମହାପାତ୍ର, ଶାନ୍ତି ଲତା ଭୋଇ , ସୁବାସିନି ମେହେର, ମିନାକ୍ଷୀ ପାଣ୍ଡେ, ଜୟନ୍ତୀ ସରଗି, ଲାବଣ୍ୟବତୀ ଧରୁଆ, ଅଞ୍ଜଳି ନାୟକ, ସୁଶିଲ ବାଇ, ଶାନ୍ତି ଲତା ଦାସ, କୁସୁମ ମଞ୍ଜରି ନାଗ, ନିବେଦିତା ଦାସ, ଏମ ବିନିତା, ବୟଜନ୍ତି ବାଗ, ସୁଜାତା ଧରୁଅ। ଉପସ୍ଥିତ ଥିଲେ । ଶେଷରେ ବରିଷ୍ଠ ଶିକ୍ଷୟତ୍ରୀ ରଜେଶ୍ୱରୀ ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories