www.samajalive.in
Saturday, December 6, 2025
26.1 C
Bhubaneswar

‘କିସିକା ଭାଇ କିସିକି ଜାନ୍‌’: ଆସିଲା ସଲମାନଙ୍କ ଫିଲ୍ମର ଦମ୍‌ଦାର ଟିଜର

ମୁମ୍ବାଇ: ସଲମାନ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘କିସିକା ଭାଇ କିସିକି ଜାନ୍‌’ର ଟିଜର୍‌ ସୋମବାର ରିଲିଜ୍‌ ହୋଇଛି। ଏଥିରେ ସଲମାନଙ୍କ ଲୁକ୍‌ ଓ ଠାଣିକୁ ଲୋକେ ଖୁବ୍‌ ପସନ୍ଦ କରିଛନ୍ତି। ପ୍ରଥମ ଥର ପାଇଁ ସଲମାନ ଏପରି ଅବତାରରେ ନଜର ଆସିଛନ୍ତି।

ଚଳଚ୍ଚିତ୍ର ଶିଳ୍ପରେ ତାଙ୍କର ୩୪ ବର୍ଷ ପୂର୍ତ୍ତି ଅବସରରେ ସଲମାନ ‘କିସିକା ଭାଇ କିସିକି ଜାନ୍‌’ର ଫିଲ୍ମର ଘୋଷଣା କରିଥିଲେ। ସେତେବେଳେ ସେ ତାଙ୍କର ଛୋଟିଆ ଝଲକ୍‌ ମଧ୍ୟ ଦେଖାଇଥିଲେ। ଏହାର ଠିକ ୧୦ ଦିନ ପରେ ସଲମାନ ଅଫିସିଆଲ ଆକାଉଣ୍ଟରୁ ଚଳଚ୍ଚିତ୍ରର ସର୍ଟ ଟିଜର ଭିଡିଓ ରିଲିଜ୍ କରିଛନ୍ତି। ଏହି ଭିଡିଓରେ ସଲମାନ ବାଇକ୍‌ ଚଢି ଲଦାଖରେ ବୁଲୁଥିବାର ନଜର ଆସିଛନ୍ତି। ଏଥିସହ ସେ ଲମ୍ବା କେଶ ରଖିଛନ୍ତି ଏବଂ ଆଖିରେ କଳା ଚଷମା ପିନ୍ଧିଛନ୍ତି। ଭିଡିଓରେ ଗୁଳିର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଛି।

- Advertisement -


ଏଠାରେ ସୂଚନାଯୋଗ୍ୟ, ଏହି ଚଳଚ୍ଚିତ୍ର ମାଧ୍ୟମରେ ସଲମାନ ଖାନଙ୍କ ପ୍ରିୟ ଶହନାଜ ଗିଲ ବଲିଉଡରେ ପାଦ ଥାପୁଛନ୍ତି। ଏହି ଚଳଚ୍ଚିତ୍ରରେ ସଲମାନ ଖାନ ଏବଂ ଶହନାଜ ଗିଲଙ୍କ ବ୍ୟତୀତ ପୂଜା ହେଗଡ଼େ, ଦଗୁବତୀ ଭେଙ୍କଟେଶ, ଜସ୍ସି ଗିଲ, ପଲକ ତିୱାରୀ, ସିଦ୍ଧାର୍ଥ ନିଗମ, ରାଘବ ଜୁୟାଲ ଏବଂ ଭୀନାଲି ଭଟନଗରଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରର ନାମ ପ୍ରଥମେ ‘କଭି ଇଦ୍ କଭି ଦିୱାଲୀ’ ଥିଲା, କିନ୍ତୁ ପରେ ଏହାର ଟାଇଟଲ୍ ପରିବର୍ତ୍ତନ କରାଯାଇ ‘କିସିକା ଭାଇ କିସିକି ଜାନ୍‌’ କରାଯାଇଛି।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories