www.samajalive.in
Saturday, December 6, 2025
19.1 C
Bhubaneswar

ଜିଭର ରଙ୍ଗ ଦେଇଥାଏ ସ୍ୱାସ୍ଥ୍ୟ ସହ ଜଡିତ ଅନେକ ସଙ୍କେତ

ସାଧାରଣତଃ ସଭିଏଁ ଜିଭ କାରଣରୁ ସମସ୍ତ ପ୍ରକାର ଖାଦ୍ୟର ସ୍ୱାଦ ଜାଣି ପାରନ୍ତି। ମାତ୍ର ଜିଭ କାରଣରୁ ସ୍ୱାସ୍ଥ୍ୟ ସହ ଜଡିତ ଅନେକ ରହସ୍ୟ ମଧ୍ୟ ଜଣାପଡିଥାଏ। ଏହା ଖୁବ କମ ଲୋକେ ଜାଣିଥିବେ ଜିଭ ସ୍ୱାସ୍ଥ୍ୟ ସହ ଜଡିତ ଅନେକ ସମସ୍ୟା ଜଣାଇଥାଏ। ଏହି ବିଶେଷ କାରଣରୁ ହିଁ ଦେହ ଖରାପ ସମୟରେ ଡାକ୍ତରଙ୍କ ନିକଟକୁ ଗଲେ ସେ ଜିଭ ନିଶ୍ଚୟ ଦେଖନ୍ତି। ତେବେ ଜିଭର ରଙ୍ଗରୁ ଜାଣନ୍ତୁ ସ୍ୱାସ୍ଥ୍ୟ ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ କଥା..
କୁହାଯାଏ, ଏକ ସୁସ୍ଥ ଜିଭର ରଙ୍ଗ ହାଲକା ଧଳା ହୋଇଥାଏ। ମାତ୍ର ହାଲକା ବଦଳରେ ଏହା ମୋଟା ଆସ୍ତରଣ ଭଳି ହେବା କିଛି ସଙ୍କେତ ଦେଇଥାଏ। ଏଭଳି ହେଉଥିଲେ, ଏହା ପାଚନ ତନ୍ତ୍ର ଜନିତ ସମସ୍ୟା ରହିଛି ବୋଲି କୁହାଯାଏ। ଖାଦ୍ୟ ସଠିକ ଭାବେ ହଜମ ନହେବା ସହ ଶରୀରରେ ଜଳର ଅଭାବ ରହୁଛି ବୋଲି ମଧ୍ୟ ସଙ୍କେତ ଦେଇଥାଏ । ତେଣୁ ନିଜ ଖାଦ୍ୟପେୟ ପ୍ରତି ଦୃଷ୍ଟି ଦିଅନ୍ତୁ।
ସାଧାରଣତଃ ଜିଭର ରଙ୍ଗ ହାଲକା ଗୋଲାପୀ ହୋଇଥାଏ। ମାତ୍ର ଆବଶ୍ୟକ ଠାରୁ ଅଧିକ ଫିକା ଲାଗୁଥିଲେ,ଏହା ଶରୀରରେ ରକ୍ତ ଅଭାବ ସଙ୍କେତ ଦେଇଥାଏ। ତେଣୁ ଭିଟାମିନ ଯୁକ୍ତ ଖାଦ୍ୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ। ରକ୍ତ ଅଭାବ ଦୂର କରୁଥିବା ବିିଭିନ୍ନ ଜିନିଷକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ।
ଜିଭ ହଳଦିଆ ରଙ୍ଗ ଦେଖାଗଲେ ଏହାର ଅର୍ଥ ଶରୀରରେ ପୁଷ୍ଟିଯୁକ୍ତ ଖାଦ୍ୟର ଅଭାବ ରହିଛି ଓ ଶରୀରକୁ ଆବଶ୍ୟକ ପରିମାଣରେ ପୋଷକ ତତ୍ତ୍ୱ ମିଳିପାରୁ ନାହିଁ। ହଜମ କ୍ରିୟା ଉପରେ ମଧ୍ୟ କୁପ୍ରଭାବ ପଡୁଛି। ତେଣୁ ପୋଷକ ଯୁକ୍ତ ଜିନିଷକୁ ନିୟମିତ ନିଜ ଖାଦ୍ୟରେ ସାମିଲ କରନ୍ତୁ।
ଯେଉଁମାନେ ଅଧିକ ଚା’ ଓ କଫି ପିଅନ୍ତି, ସେମାନଙ୍କ ଜିଭର ରଙ୍ଗ ପ୍ରାୟତଃ ମାଟିଆ ରଙ୍ଗ ଅଧିକ ଦେଖାଯାଏ। ତେଣୁ ଏହାକୁ ଦୂର ପାଇଁ ଡାକ୍ତରଙ୍କ ସହ ନିଶ୍ଚୟ ପରାମର୍ଶ କରନ୍ତୁ।
ଜିଭ ଏକ ଭିନ୍ନ କିମ୍ବା ଖୁବ ଜୋରେ ଲାଲ ରଙ୍ଗ ଦେଖାଯାଉଥିଲେ ଭିଟାମିନ ବି-୧୨ ଅଭାବ କାରଣରୁ ଏପରି ହୋଇଥାଏ ବୋଲି କୁହାଯାଏ।
ଜିଭର ରଙ୍ଗ ନୀଳ କିମ୍ବା ଅଧିକ ବାଇଗଣୀ ଦେଖାଗଲେ, ଶରୀରରେ ରକ୍ତ ସଞ୍ଚାଳନ ସଠିକ ଭାବେ ନହେବା , ଶରୀରକୁ ଅମ୍ଳଜାନ ଅଭାବ ରହିବାର ଏହା ସଙ୍କେତ ଦେଇଥାଏ। ଏପରି ହେଉଥିଲେ, ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories