କନ୍ନୁର : କେରଳର ଜଣେ ୩୨ ବର୍ଷ ବୟସ୍କା ଶିକ୍ଷୟିତ୍ରୀ ରେଶମା ନିଶାନ୍ତ ସାବରିମାଳା ମନ୍ଦିରରେ ପ୍ରବେଶ କରିବେ ବୋଲି ସାମାଜିକ ଗଣମାଧ୍ୟମ ଫେସ୍ବୁକ୍ରେ ଉଲ୍ଲେଖ କରି ଅଡୁଆରେ ପଡିଯାଇଛନ୍ତି। ଏହି ବାର୍ତ୍ତା ପଢିବା ପରେ ହିନ୍ଦୁ ସଂଗଠନର କିଛି ଲୋକ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ଘେରାଉ କରିଥିବା ଜଣାପଡିଛି। ତଥାପି ଏଥିପ୍ରତି ଭ୍ରୂକ୍ଷେପ ନ କରି କନ୍ନୁର ନିବାସୀ ରେଶମା ଫେସ୍ବୁକ୍ରେ ଲେଖିଛନ୍ତି ଯେ ସୁପ୍ରିମକୋର୍ଟ ଏହି ମନ୍ଦିରରେ ୧୦ରୁ ୫୦ ବର୍ଷ ବୟସ୍କା ମହିଳାଙ୍କୁ ପ୍ରବେଶ ଅନୁମତି ଦେଇଥିବାରୁ ସେ ମନ୍ଦିର ଦର୍ଶନ କରିବାକୁ ବ୍ୟଗ୍ର। ରେଶମା ଏ ସମ୍ବନ୍ଧୀୟ ନିଜର ପ୍ରଥମ ବାର୍ତ୍ତାରେ ଲେଖିଥିଲେ ଯେ ବୁଧବାର ମାସିକିଆ ପୂଜା ନିମନ୍ତେ ମନ୍ଦିର ଖୋଲିବା ପରେ ସେ ଏହାର ୧୮ତମ ପାହାଚ ପର୍ଯ୍ୟନ୍ତ ଚଢିବେ। ମାତ୍ର ତାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ନ ଦେବା ଲାଗି ହିନ୍ଦୁ ସଂଗଠନର ସଦସ୍ୟମାନେ ତାଙ୍କ ଘରକୁ ଘେରିଯାଇ ସ୍ଲୋଗାନ ଦେଇଛନ୍ତି।
Popular Categories



