www.samajalive.in
Friday, December 12, 2025
16.1 C
Bhubaneswar

ଟି-୨୦ରେ କୋହଲିଙ୍କ ୨ଟି କୀର୍ତ୍ତିମାନ

ଦୁବାଇ : ଚଳିତ ଏସିଆ କପ୍‌ରେ ବୁଧବାର ହଂକଂକୁ ୪୦ ରନ୍‌ରେ ଭାରତ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଭାରତୀୟ ବ୍ୟାଟିଂ ସୁପରଷ୍ଟାର ବିରାଟ କୋହଲି ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ୨ଟି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏହି ମ୍ୟାଚ୍‌ରେ କୋହଲି ୪୪ ବଲ୍‌ରୁ ଅପରାଜିତ ୫୯ ରନ୍‌ କରିଥିଲେ। ଟ୍ବେଣ୍ଟି୨୦ରେ କୋହଲିଙ୍କ ଏହା ୩୧ତମ ଅର୍ଦ୍ଧଶତକ। ଏପରି କରି ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ସହ ସମକକ୍ଷ ହୋଇଛନ୍ତି। କୋହଲି ୧୦୧ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ର ୯୩ଟି ଇନିଂସ୍‌ରୁ ୩୧ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ୨୦୧୯ରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଅପରାଜିତ ୯୪ ରନ୍‌ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌। ରୋହିତ ୧୩୪ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ର ୧୨୬ଟି ଇନିଂସରୁ ମଧ୍ୟ ୩୧ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ପାକିସ୍ତାନର ବାବର ଆଜମ୍‌, ନ୍ୟୁଜିଲାଣ୍ଡର ମାର୍ଟିନ ଗପ୍‌ଟିଲ, ଅଷ୍ଟ୍ରେଲିଆର ଡେଭିଡ୍‌ ୱାର୍ଣ୍ଣର ଓ ଆୟରଲାଣ୍ଡର ପଲ୍‌ ଷ୍ଟର୍ଲିଂ ୨୦ରୁ ଅଧିକ ଟ୍ବେଣ୍ଟି୨୦ ଅର୍ଦ୍ଧଶତକ ହାସଲ କରିଥିଲେ ହେଁ କୋହଲି ଓ ରୋହିତଙ୍କୁ ଛାଡ଼ି କେହି ୩୦ଟି ଅର୍ଦ୍ଧଶତକରେ ପହଞ୍ଚି ପାରିନାହାନ୍ତି। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଖେଳି କୋହଲି ବିଶ୍ବର ପ୍ରଥମ ବ୍ୟାଟ୍‌ସମ୍ୟାନ୍ ଭାବେ ସମସ୍ତ ଫର୍ମାଟରେ ୧୦୦ଟି ମ୍ୟାଚ୍‌ ଖେଳିବା କୃତିତ୍ବ ଅର୍ଜନ କରିଥିଲେ।
ଏହାସହ ହଂକଂ ବିପକ୍ଷ ମ୍ୟାଚ୍‌ରେ ଅପରାଜିତ ୫୯ ରନ୍‌ ସ୍କୋର୍‌କରି ବିରାଟ କୋହଲି ବିଶ୍ବରେ ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ସର୍ବାଧିକ ଆଭ୍‌ରେଜ ହାସଲ କରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଅଦ୍ୟାବଧି ୧୦୧ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ରୁ କୋହଲି ୩୪୦୨ ରନ୍‌ କରିଛନ୍ତି। ତାଙ୍କ ଆଭ୍‌ରେଜ୍‌ ହେଲା ୫୦.୭୭। ଏପରି କରି କୋହଲି ପାକିସ୍ତାନର ମହମ୍ମଦ ରିଜ୍‌ୱାନଙ୍କୁ ପଛରେ ପକାଇ ଦେଇଛନ୍ତି। ୫୭ ଟ୍ବେଣ୍ଟି୨୦ ମ୍ୟାଚ୍‌ରୁ ରିଜ୍‌ୱାନ୫୦.୧୪ ଆଭ୍‌ରେଜ ହାସଲ କରିଛନ୍ତି। ତାଙ୍କ ପଛକୁ ଅଛନ୍ତି ନ୍ୟୁଜିଲାଣ୍ଡର ଡେଭନ୍ କନ୍‌ୱେ; ଯିଏ ୨୩ଟି ମ୍ୟାଚ୍‌ରୁ ୪୭.୨୦, ପାକିସ୍ତାନ ଅଧିନାୟକ ବାବର ଆଜମ୍‌, ଯିଏ ୭୫ ମ୍ୟାଚ୍‌ରୁ ୪୪.୯୩ ଓ ଭାରତର ମନୀଷ ପାଣ୍ଡେ; ଯିଏ ୩୯ ମ୍ୟାଚ୍‌ରୁ ୪୪.୩୧ ଆଭ୍‌ରେଜ ହାସଲ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories