www.samajalive.in
Monday, December 8, 2025
27.1 C
Bhubaneswar

ଧଳାଦାନ୍ତ ଅପରିଷ୍କାର ହେବାର ଏବିସବୁ କାରଣ -ଜାଣନ୍ତୁ କଅଣ ଦାନ୍ତ ଉପରେ ପକାଏ କୁପ୍ରଭାବ

ଧଳା ମୋତି ଭଳି ଦାନ୍ତ ସମସ୍ତଙ୍କ ହସର ସୁନ୍ଦରତାକୁ ଦୁଇ ଗୁଣିତ କରିଦିଏ । ବହୁ ଲୋକେ ଦାନ୍ତକୁ ଧଳା କରିବା ପାଇଁ ବିଭିନ୍ନ କେମିକାଲର ଦ୍ରବ୍ୟର ବ୍ୟବହାର କରିଥାଆନ୍ତି । ମାତ୍ର ଏହା ସଭିଁଙ୍କୁ ହୁଏତ ଜଣାନଥିବ ଯେ ବହୁ ଖାଦ୍ୟପଦାର୍ଥର ପ୍ରଭାବରୁ ଦାନ୍ତ ଉପରେ ଓ ଏହାର ରଙ୍ଗ ଉପରେ କୁପ୍ରଭାବ ପକାଇବା ସହ ଦାଗ ମଧ୍ୟ ହୋଇଯାଏ । ଜାଣନ୍ତୁ ସେହି ଖାଦ୍ୟଦ୍ରବ୍ୟ ବିଷୟରେ ….
ବ୍ଲାକ୍‍ ଟି –
ବହୁ ଲୋକଙ୍କୁ ବ୍ଲାକ୍‍ ଟି ପିଇବା ଖୁବ ପସନ୍ଦ । ଏଥିରେ ଅଧିକ ମାତ୍ରାରେ ଟେନିନ ରହିଛି । ଫଳରେ ଏହାକୁ ନିୟମିତ ପିଇବା ଦ୍ୱାରା ଦାନ୍ତ ଦାଗ ହୋଇଯାଏ । ତେଣୁ ନିୟମିତ ବ୍ଲାକ୍‍ ଟି ପିଇବା ଦାନ୍ତ ପାଇଁ ଲାଭଦାୟକ ନୁହେଁ ।
ମୃଦୁ ପାନୀୟ – ବା କୋଲ୍ଡ ଡ୍ରିଙ୍କ୍ସ୍‌
ମୃଦୁ ପାନୀୟ ପିଇବା ପରେ ଦ୍ୱାରା ମଧ୍ୟ ଏହା ଦାନ୍ତ ଉପରେ କୁପ୍ରଭାବ ପକାଇଥାଏ । ଏଥିରେ କୃତ୍ରିକ କେମିକାଲ ରଙ୍ଗର ବ୍ୟବହାର ହୋଇଥାଏ । ଯାହା ଦ୍ୱାରା ଏହା ଦାନ୍ତ ପାଇଁ ବହୁ ସମସ୍ୟା ସୃଷ୍ଟି କରିଥାଏ । ଏହାକୁ ଖୁବ କମ ପରିମାଣରେ ଏବଂ ଷ୍ଟ୍ର ଦ୍ୱାରା ପିଇବା ଆବଶ୍ୟକ ଅଟେ ।
ବିଟ –
ବିଟର ରଙ୍ଗ ମଧ୍ୟ ଦାନ୍ତ ଉପରେ କୁପ୍ରଭାବ ପକାଇଥାଏ । ତେଣୁ ଏହାକୁ ଭଲ ଭାବେ ଧୋଇ ଅନ୍ୟ ପରିବାରେ ମିଶାଇ ପ୍ରସ୍ତତ ହୋଇଥିବା ଖାଦ୍ୟ ସହ ଏହାକୁ ଖାଆନ୍ତୁ ।
ଫଳ ରସ –
ବଜାରରେ ମିଳୁଥିବା ଫଳରସରେ ବିଭିନ୍ନ ପ୍ରକାରର କେମିକାଲ ରଙ୍ଗର ବ୍ୟବହାର ହୋଇଥାଏ । ଏହା ଦାନ୍ତର ରଙ୍ଗ ଉପରେ କୁପ୍ରଭାବ ପକାଏ । ଦାନ୍ତରେ ବିଭିନ୍ନ ଦାଗ ମଧ୍ୟ ହୋଇଥାଏ । ତେଣୁ ଘରେ ପ୍ରସ୍ତୁତ କରି ଫଳରସ ପିଇବା ଉଚିତ । ଏହାକୁ ମଧ୍ୟ ଷ୍ଟ୍ରରେ ପିଇବା ଉଚିତ ।

 

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories