www.samajalive.in
Friday, December 12, 2025
16.1 C
Bhubaneswar

ସିଏଜିଙ୍କ କଥା ଶୁଣୁନାହାନ୍ତି ଅର୍ଥ ପରାମର୍ଶଦାତା

ଭୁବନେଶ୍ୱର : ରାଜ୍ୟରେ ଆର୍ଥିକ ବିଶୃଙ୍ଖଳା ଗୁରୁତର ରୂପ ନେଉଛି। ହେଲେ ଗୁରୁତ୍ବପୂର୍ଣ୍ଣ ବିଭାଗର ଅର୍ଥନୈତିକ ପରାମର୍ଶଦାତା(ଏଫଏ)ମାନେ ନିଘୋଡ଼ ନିଦ୍ରାରେ ରହିଛନ୍ତି। ବର୍ଷ ବର୍ଷ ଧରି ଖର୍ଚ୍ଚ ହୋଇଥିବା ଅର୍ଥର ହିସାବ ଦେଉ ନାହାନ୍ତି। ସିଏଜି ବାରମ୍ବାର ଅବଗତ କରାଇଲେ ମଧ୍ୟ ସଂପୃକ୍ତ ବିଭାଗୀୟ ଅଧିକାରୀ ଜବାବ ଦେଉ ନାହାନ୍ତି କି ଏଥିରେ ସରକାର ମୁଣ୍ଡ ଖେଳାଉ ନାହାନ୍ତି। ପରିସ୍ଥିତି ଏପରି ହୋଇଛି ଯେ, କଥା ବିଧାନସଭାରେ ପଡିବା ପର୍ଯ୍ୟନ୍ତ ଗଲାଣି। ୧୬ଟି ବିଭାଗ ବିଗତ ବର୍ଷଗୁଡିକରେ ଖର୍ଚ୍ଚ କରିଥିବା ବିଭିନ୍ନ ଅର୍ଥର ହିସାବକୁ ନେଇ ଆସନ୍ତା ୫ତାରିଖରେ ପବ୍ଲିକ ଆକାଉଣ୍ଟ କମିଟି(ପିଏସି) ବୈଠକ ଅନୁ‌ଷ୍ଠିତ ହେବ। ଏନେଇ ଅର୍ଥବିଭାଗ ଅତିରିକ୍ତ ସଚିବ ଏ. କେ. ଯୋଶୀ ସଂପୃକ୍ତ ବିଭାଗର ଅର୍ଥନୈତିକ ପରାମର୍ଶଦାତା ଏବଂ ସହ ଅର୍ଥନୈତିକ ପରାମର୍ଶଦାତାଙ୍କୁ ପତ୍ର ଲେଖି ପ୍ରସ୍ତୁତ ରହିବାକୁ ଅବଗତ କରାଇଛନ୍ତି। ଶ୍ରୀ ଯୋଶୀ ସିଏଜିଙ୍କ ରିପୋର୍ଟକୁ ଆଧାର କରି ଦର୍ଶାଇଛନ୍ତି ଯେ, କୃଷି, ବାଣିଜ୍ୟ ଓ ପରିବହନ, ସ୍ବାସ୍ଥ୍ୟ, ନଗର ଉନ୍ନୟନ, ଶିଳ୍ପ, ଶ୍ରମ, ପଞ୍ଚାୟତିରାଜ, ରାଜସ୍ବ, ଗ୍ରାମ୍ୟ ଉନ୍ନୟନ, ଇସ୍ପାତ ଓ ଖଣି, ମହିଳା ଓ ଶିଶୁ କଲ୍ୟାଣ, ସାଧାରଣ ପ୍ରଶାସନ, ଆଇନ, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ବିଜ୍ଞାନ ଓ କାରିଗରୀ ବିଭାଗ ଦୀର୍ଘବର୍ଷ ଧରି ସଠିକ୍ ତଥ୍ୟ ଦେଉ ନାହାନ୍ତି। ଯାହାଦ୍ବାରା ସାଧାରଣ ଓ ସାମାଜିକ କ୍ଷେତ୍ର ୨୦୧୭-୧୮, ଆର୍ଥିକ ଉଦ୍ୟୋଗ କ୍ଷେତ୍ର-୨୦୧୭-୧୮, ରାଜସ୍ବ ଓ ଅର୍ଥନୈତିକ ‌େ‌କ୍ଷତ୍ର-୨୦୧୮-୧୯, ସାଧାରଣ କ୍ଷେତ୍ର-୨୦୧୮-୧୯, ସାଧାରଣ ଓ ସାମାଜିକ କ୍ଷେତ୍ର-୨୦୧୮-୧୯ ଓ ୨୦୧୯-୨୦, ରାଜସ୍ବ କ୍ଷେତ୍ର ୨୦୧୯-୨୦ର ଖର୍ଚ୍ଚ ହିସାବ ସିଏଜିଙ୍କୁ ମିଳୁନାହିଁ।
ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ କେଉଁ ବିଭାଗ କେଉଁ ଯୋଜନାରେ କେତେ ଟଙ୍କା ଖର୍ଚ୍ଚ କରିବେ ସେଥିପାଇଁ ସରକାରଙ୍କ ନିର୍ଦିଷ୍ଟ ନୀତି ରହିଛି। ଅର୍ଥବିଭାଗର ସମନ୍ବୟରେ ବିଭିନ୍ନ ବିଭାଗର ପ୍ରସ୍ତାବକୁ ନେଇ ବଜେଟ୍ ପ୍ରସ୍ତୁତି ହେଉଛି ଏବଂ ବିଧାନସଭାରେ ବ୍ୟୟମଞ୍ଜୁରି ବିଧେୟକ ଆକାରରେ ପାରିତ ହେଉଛି। ମାତ୍ର ଖର୍ଚ୍ଚ କଲାବେଳକୁ ବିଭାଗୀୟ ମୁଖ୍ୟମାନେ ସେସବୁ ମାନୁ ନାହାନ୍ତି। ସରକାରଙ୍କ ନିର୍ଦିଷ୍ଟ ମାର୍ଗଦର୍ଶିକା ଓ ନୀତିକୁ ଜଳାଞ୍ଜଳି ଦେଇ ମନଇଚ୍ଛା ଖର୍ଚ୍ଚ କରୁଛନ୍ତି। ସିଏଜିଙ୍କ ପକ୍ଷରୁ ଜବାବ ଲୋଡାଗଲେ ଉତ୍ତର ମିଳୁନାହିଁ। ଏଭଳି ପରିସ୍ଥିତିକୁ ନେଇ ଆସନ୍ତା ୫ରେ ପିଏସି ଅଧ୍ୟକ୍ଷ ମୋହନ ମାଝିଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବାକୁ ରହିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories