www.samajalive.in
Monday, December 15, 2025
26.1 C
Bhubaneswar

କେନ୍ଦ୍ର ସରକାରଙ୍କୁ ତେଲ ଚିନ୍ତା

ନୂଆଦିଲ୍ଳୀ: ପ୍ରତିଦିନ ତୈଳ ଦର ବଢ଼ି ଚାଲିଛି। ନିକଟ ଭବିଷ୍ୟତରେ ହ୍ରାସ ପାଇବାର ସମ୍ଭାବନା ମଧ୍ୟ ଖୁବ୍‍ କମ୍‍। ଏହି ପରିସ୍ଥିତି କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ାଇଛି। ତୈଳ ଦର ନିୟନ୍ତ୍ରଣ ଓ ସ୍ଥିତି ସମୀକ୍ଷା ପାଇଁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ତୈଳ ବିତରଣ ସଂସ୍ଥାର ମୁଖ୍ୟଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।
ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ୍‍ ଦର ୮୨.୭୨ ଟଙ୍କା ଛୁଇଁଥିବା ବେଳେ ମୁମ୍ବଇରେ ୮୮.୧୮ ଟଙ୍କା, କଲକାତାରେ ୮୪.୫୪ ଟଙ୍କା ଓ ଚେନ୍ନାଇରେ ୮୫.୯୯ ଟଙ୍କା ହୋଇଛି। ସେହିପରି ଡିଜେଲ୍‍ ଦର ମୁମ୍ବଇରେ ୭୯.୦୨ ଟଙ୍କାରେ ପହଞ୍ଚିଥିବା ବେଳେ ଦିଲ୍ଲୀରେ ୭୫.୩୮ ଟଙ୍କା, କଲକାତାରେ ୭୭.୨୩ ଟଙ୍କା ଓ ଚେନ୍ନାଇରେ ୭୯.୭୧ ଟଙ୍କାରେ ବିକ୍ରି ହେଉଛି।
ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ଆକାଶ ଛୁଅାଁ ହୋଇଛି। ଭାରତର ତୈଳ ଚାହିଦାର ୮୦% ଆମଦାନୀ ଉପରେ ନିର୍ଭର କରୁଥିବାରୁ ତୈଳ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଡଲାର ତୁଳନାରେ ଟଙ୍କା ମୂଲ୍ୟ ଦୁର୍ବଳ ହେବା ଯୋଗୁଁ ତୈଳ ଆମଦାନୀ ମୂଲ୍ୟ ଆହୁରି ବୃଦ୍ଧି ପାଉଛି। ଏଥିସହିତ କେନ୍ଦ୍ର ସରକାର ଓ ବିଭିନ୍ନ ରାଜ୍ୟ ସରକାରଙ୍କ ଟିକସ ବୋଝକୁ ମଧ୍ୟ ଉପଭୋକ୍ତାଙ୍କୁ ସହିବାକୁ ପଡ଼ୁଛି। ଉପଭୋକ୍ତାଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି ଚଳିତ ମାସ ପ୍ରଥମ ସପ୍ତାହରେ ପେଟ୍ରୋଲ ଓ ଡିଜେଲ୍‍ ଉପରୁ କେନ୍ଦ୍ର ସରକାର ଉତ୍ପାଦନ ଶୁଳ୍କ ୧.୫୦ ଟଙ୍କା ହ୍ରାସ ଘୋଷଣା କରିଥିଲେ। ଏହାସହିତ ତୈଳ ବିତରଣ କମ୍ପାନୀମାନେ ଲିଟର ପିଛା ୧ ଟଙ୍କା ହ୍ରାସ କରିଥିଲେ। ଏହା ସତ୍ତେ୍ୱ ତୈଳ ଦରରେ ଲଗାମ ଲାଗିପାରୁନାହିଁ। ଆସନ୍ତା ୪ ତାରିଖରୁ ଇରାନ୍‍ରୁ ତୈଳ ଆମଦାନୀ ଉପରେ ଆମେରିକାର କଟକଣା ଲାଗୁ ହେବାକୁ ଯାଉଥିବାରୁ ଭାରତ ପାଇଁ ଆହୁରି ଚିନ୍ତା ବଢ଼ିଛି। ତେଣୁ ପରବର୍ତ୍ତୀ ବ୍ୟବସାୟିକ କୌଶଳ ଉପରେ ପ୍ରଧାନମନ୍ତ୍ରୀ ତୈଳ ବିତରକଙ୍କ ସହିତ ଆଲୋଚନା କରିପାରନ୍ତି ବୋଲି କୁହାଯାଉଛି।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories