www.samajalive.in
Thursday, December 11, 2025
27.1 C
Bhubaneswar

ଖାଦ୍ୟ ସୁରକ୍ଷା ଯୋଜନାରେ କାର୍ଡ ବଣ୍ଟନ

ନେମାଳ: ନିଶ୍ଚିନ୍ତକୋଇଲି ବ୍ଲକ ସ୍ତରୀୟ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀମାନଙ୍କୁ କାର୍ଡ ବଣ୍ଟନ କରାଯାଇଛି। ସୋମବାର ଦିନ ସାନ୍ତପୁର ପଞ୍ଚାୟତ କାର୍ୟ୍ୟାଳୟ ପରିସରରେ ଏହା ଅନୁଷ୍ଠିତ ହୋଇଯାଇଛି। ନିଶ୍ଚିନ୍ତକୋଇଲି ମଣ୍ଡଳ ଉନ୍ନୟନ ଅଧିକାରୀ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ମାନ୍ୟବର କ୍ରୀଡ଼ା ଯୁବ ବ୍ୟାପାର ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା ଯୋଗ ଦେଇଥିଲେ। ୧୦୦୦ରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ କାର୍ଡ ବଣ୍ଟନ କରାଯାଇଛି । ଏହିକାର୍ୟ୍ୟକ୍ରମରେ ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ଅଚ୍ୟୁତାନନ୍ଦ ଦାସ, ବ୍ଲକ ଖାଦ୍ୟ ଯୋଗାଣ ଅଧିକାରୀ ପ୍ରୀତମ ଦାସ, ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସ୍ବାଇଁ, ସମାଜସେବୀ ନୃସିଂହ ଚରଣ ମୁଦୁଲି, ସୁନାକର ସାହୁ, ନେମାଳ ପଞ୍ଚାୟତ ବିଜେଡି ସଭାପତି ବିମଲ କୁମାର ଦାସ, ସାନ୍ତପୁର ପଞ୍ଚାୟତ ସରପଞ୍ଚ ବିଜୟଲକ୍ଷ୍ମୀ ମୁଦୁଲି, ଜଗଦୀଶ ଦାସ, ଦର୍ଶନ କୁମାର ନାୟକ,ପାଳଦା ପଞ୍ଚାୟତ ସରପଞ୍ଚ ମୀନକେତନ ସ୍ବାଇଁ, ପ୍ରମୁଖ ଯୋଗଦେଇ ଥିଲେ। ଏହି ଅବସରରେ ବିଜେପି କର୍ମୀ ସୂଯୋନ୍ଦୁ ଶେଖର ସାହୁ, ବନମାଳୀ ସାହୁଙ୍କ ସମେତ ବହୁ କର୍ମୀ ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗଦେଇ ଥିଲେ। ଶେଷରେ ସମାଜସେବୀ ନୃସିଂହ ଚରଣ ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

Related Articles

Popular Categories