www.samajalive.in
Sunday, December 7, 2025
16.1 C
Bhubaneswar

ଆହୁରି ବଢିଲା ଜ୍ୟାକଲିନଙ୍କ ସମସ୍ୟା: କୋର୍ଟରେ ହାଜର ହେବାକୁ ନିର୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିସ୍‌ଙ୍କୁ ସମନ ଜାରି କରି ସେପ୍ଟେମ୍ବର ୨୬ରେ ଅଦାଲତରେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି। ନିକଟରେ ପଞ୍ଜୀକୃତ ହୋଇଥିବା ମାମଲାରେ ଦାଖଲ ହୋଇଥିବା ଚାର୍ଜସିଟ୍‌କୁ ଅଦାଲତ ବିଚାର ପରିସରଭୁକ୍ତ କରିଛନ୍ତି। ଅପରପକ୍ଷେ, ସେପ୍ଟେମ୍ବର ୧୨ରେ ଦିଲ୍ଲୀ ପୁଲିସ ମଧ୍ୟ ଅଭିନେତ୍ରୀଙ୍କୁ ପଚରାଉଚରା କରିବ।

୨୧୫ କୋଟି ଟଙ୍କା ବେଆଇନ ଭାବେ ଆଦାୟ ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଭିଯୁକ୍ତ କରିଛି। ଚଳିତ ମାସ ଆରମ୍ଭରେ ବଲିଉଡ ଅଭିନେତ୍ରୀଙ୍କ ବିରୋଧରେ ଇଡି ଏକ ଚାର୍ଜସିଟ ଦାଖଲ କରିଥିଲା।

- Advertisement -

ଜୋର ଜବରଦସ୍ତ ଟଙ୍କା ଆଦାୟ ମାମଲାରେ ଇଡି ଜ୍ୟାକଲିନଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଇଥିଲା। ଇଡି କହିବାକଥା, ସେ ଜାଣିଥିଲେ ଯେ ଠକ ସୁକେଶ ଚନ୍ଦ୍ରଶେଖର ଜୋର ଜବରଦସ୍ତ ଟଙ୍କା ଆଦାୟ କରୁଥିଲା। ମୁଖ୍ୟ ସାକ୍ଷୀ ଓ ଅଭିଯୁକ୍ତଙ୍କ ବୟାନରୁ ଜଣାପଡିଛି ଯେ, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଭିଡିଓ କଲରେ ସୁକେଶଙ୍କ ସହ ନିରନ୍ତର ଯୋଗାଯୋଗରେ ଥିଲେ। ଏହି ଶ୍ରୀଲଙ୍କା ଅଭିନେତ୍ରୀଙ୍କୁ ମହଙ୍ଗା ଉପହାର ଦେଇଥିବା ସୁକେଶ ମଧ୍ୟ ସ୍ୱୀକାର କରିଛି।

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories