www.samajalive.in
Monday, December 15, 2025
16.1 C
Bhubaneswar

ସାର ଅଭାବକୁ ନେଇ କୃଷି ଅଧିକାରୀଙ୍କୁ ଚାଷୀଙ୍କ ଘେରାଉ

ସମ୍ବଲପୁର : ସାର ଅଭାବ ପାଇଁ ଜ଼ିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଚାଷୀ ମାନେ ଆଜି ଘେରିଛନ୍ତି। ବିଭିନ୍ନ ଅଭିଯୋଗ ଯଥା ଖରିଫ ଚାଷ ପାଇଁ ସାର ଅଭାବ ,ସରକାରୀ ଗୋଦାମରେ ସାର ନାହିଁ ହେଲେ ଡିଲର ଠାରେ ପର୍ୟ୍ୟାପ୍ତ ପରିମାଣ ସାର ମହଜୁଦ ରହିଛି, ଖରିଫ ଚାଷ ପାଇଁ ବର୍ତ୍ତମାନ ସମୟରେ ଚାଷୀଙ୍କୁ ୟୁରିଆ, ପଟାସ, ଗ୍ରୋମର ଆଦି ସାର ପର୍ୟ୍ୟାପ୍ତ ପରିମାଣ ଆବଶ୍ୟକ ରହିଛି , ହେଲେ ସମବାୟ ସମିିତି ବା ପେକ୍ସ ରେ ସାର ନାହିଁ । ସେପଟେ ସରକାର ଡିଲର ମାନଙ୍କ ପାଖରେ ପର୍ୟ୍ୟ।ପ୍ତ ପରିମାଣ ସାର ଥିବା ବେଳେ ଚଢାଦରରେ ବିକ୍ରି କରୁଛନ୍ତି । ୟୁରିଆ ସାର ୨୬୭ ଟଙ୍କା ଥିବା ବେଳେ ତାହା ୫୦୦ ରୁ ୬୦୦ ଟଙ୍କାରେ ବିକ୍ରି କରୁଛନ୍ତି । ଯାହାକି ଚାଷୀ ସାର କଳାବଜାରୀ ମାନଙ୍କ ଦ୍ଵାରା ଶିକାର ହେଉଥିବା ଅଭିଯୋଗ କରିଛନ୍ତି । ଏସବୁ ଅଭିଯୋଗକୁ ନେଇ ଆଜି ଜ଼ିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ୟ୍ୟାଳୟକୁ ଦୀର୍ଘ ସମୟ ଧରି ଘେରାଉ କରିଥିଲେ ଚାଷୀ । ଏପରିକି ଚାଷୀ ନିଜ ପକେଟ ରୁ ଟଙ୍କା ବାହାର କରି କୃଷି ଅଧିକାରୀଙ୍କୁ ଦେଇଥିଲେ ନିଜେ ଯାଇ ସାର ଆଣନ୍ତୁ ବୋଲି । ସେପଟେ କୃଷି ଅଧିକାରୀ ଟଙ୍କଧର ସାହୁ ସାର କଳାବଜାରୀ ହେଉନାହିଁ କେବଳ ବେସରକାରୀ ଭାବରେ ଯେଉଁ ସାର ମିଳୁଛି ତାହା ଚାଷୀଙ୍କୁ ଅଧିକ ଟଙ୍କା ପଡୁଛି ବୋଲି ସେ କହିଛନ୍ତି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories