www.samajalive.in
Saturday, December 6, 2025
26.1 C
Bhubaneswar

୮୦ କିଲୋ ସୁନା, ୧୫ କିଲୋ ରୁପା, ହୀରା ଓ ମୂଲ୍ୟବାନ ପଥରରେ ନିର୍ମିତ ଟାଟା ନାନୋ କାର୍‌; ଦାମ୍‌ ଶୁଣି ଉଡ଼ିଯିବ ହୋସ୍‌

ଡେସ୍କ: ଟାଟା ମୋଟର୍ସ ଭାରତୀୟଙ୍କ ପାଇଁ ସବୁଠାରୁ ଶସ୍ତା କାର୍‌ ତିଆରି କରିବା ଉଦ୍ଦେଶ୍ୟରେ ଟାଟା ନାନୋକୁ ବଜାରକୁ ଆଣିଥିଲା। ତେଣୁ ଏହି କାର୍‌ର ଦାମ୍‌ ପ୍ରାୟ ୨ ଲକ୍ଷ ଟଙ୍କା ଥିଲା। ହେଲେ ଏବେ ୨୨କୋଟି ଟଙ୍କାରେ ତିଆରି ହୋଇଛି ଟାଟା ନାନୋ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। ବାସ୍ତବରେ ଗୋଲ୍ଡପ୍ଲସ୍‌ ଜୁଏଲାରୀ ପାଇଁ ଏକ ବ୍ରାଣ୍ଡ୍‌ ଅଭିଯାନର ଅଂଶ ଭାବେ ୨୨ କୋଟି ଟଙ୍କାର ଟାଟା ନାନୋ ପ୍ରଦର୍ଶନ କରିଛି ଟାଟା ମୋଟର୍ସ। ଏହି କ୍ୟାମ୍ପେନରେ ପ୍ରଦର୍ଶିତ ହୋଇଥିବା କାରଟି ନିଜେ ଅଳଙ୍କାର ପରି ଦେଖାଯାଉଥିବାରୁ ୨୨ କୋଟି ଟଙ୍କା ମୂଲ୍ୟର ଯଥାର୍ଥତା ଦର୍ଶାଇଛି।

ହୀରା, ସୁନା, ରୂପା ଓ ରତ୍ନ ସଜ୍ଜିତ ଅନନ୍ୟ ଟାଟା ନାନୋ ବିକ୍ରୟ ପାଇଁ ନୁହେଁ। ଏହି କାରକୁ ଟାଟାର ଅଧ୍ୟକ୍ଷ ରତନ ଟାଟା ପ୍ରଦର୍ଶିତ କରିଥିଲେ। କାରକୁ ତିଆରି କରିବାକୁ ପ୍ରାୟ ୮ ମାସ ସମୟ ଲାଗିଥିଲା ଏବଂ ୩୦ରୁ ଅଧିକ ଶ୍ରମିକ ମିଶି ଏହାକୁ ଯାନ୍ତ୍ରିକ ଅଳଙ୍କାରରେ ପରିଣତ କରିଥିଲେ। କାରରେ ୮୦ କିଲୋ ସୁନା, ୧୫ କିଲୋ ରୁପା, ହୀରା ଏବଂ ମୂଲ୍ୟବାନ ପଥର ଖଚିତ ହୋଇଛି। ଏହା ବ୍ୟତୀତ ଭାରତୀୟ କାର୍‌ ହୋଇଥିବାରୁ ଏଥିରେ ଭାରତୀୟ କାରୁକାର୍ଯ୍ୟ ଯେପରିକି, ନକାଶୀ, ମୀନାକାରୀ ଓ ଅନ୍ୟାନ୍ୟ ଡିଜାଇନ କରାଯାଇଛି।

- Advertisement -

ଏଥିପାଇଁ ତିଆରି କରାଯାଇଛି ୨୨ କୋଟିର ଟାଟା ନାନୋ –

ଏହି ସ୍ୱତନ୍ତ୍ର ନାନୋ ଭାରିଆଣ୍ଟର ଉଦ୍ଦେଶ୍ୟ ହେଉଛି, ଏକ ଶୋପିସ୍ ଯାହା ଦେଶର ସମସ୍ତ ଟାଟା ମାଲିକାନା ଅଳଙ୍କାର ଦୋକାନରେ ପହଞ୍ଚିବ। ଅନ୍ୟାନ୍ୟ ଉତ୍ପାଦ ସହ କମ୍ପାନୀର ଅଳଙ୍କାର ଏବଂ କାର ବ୍ରାଣ୍ଡକୁ ପ୍ରୋତ୍ସାହିତ କରିବା ପାଇଁ ଏହା ଏକ ଉତ୍କୃଷ୍ଟ ଉପାୟ।

ତେବେ ଏଥିପ୍ରତି ଧ୍ୟାନ ଦେବା ଉଚିତ ଯେ, ଯଦିଓ ଟାଟା ନାନୋକୁ ଭାରତୀୟ ମଧ୍ୟବିତ୍ତଙ୍କ ପାଇଁ ଏକ ସୁଲଭ କାର ଯୋଗାଇବା ଉଦ୍ଦେଶ୍ୟରେ ତିଆରି କରାଯାଇଥିଲା, କିନ୍ତୁ ଏହା ଲକ୍ଷ୍ୟ ହାସଲ କରିପାରିଲା ନାହିଁ। ଶସ୍ତା ଭାରତୀୟ କାରର ବିକ୍ରୟ ସଂଖ୍ୟା ଅଶାନୁଯାୟୀ ସେତେଟା ପ୍ରଭାବଶାଳୀ ନଥିଲା।

 

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories