www.samajalive.in
Sunday, December 14, 2025
26.1 C
Bhubaneswar

ବିଏସପି ଲୋକସଭାସ୍ତରୀୟ ପ୍ରଶିକ୍ଷଣ ଶିବିର

ସମ୍ବଲପୁର: ବହୁଜନ ସମାଜ ପାର୍ଟି ତରଫରୁ ସମ୍ବଲପୁର ଲୋକସଭା ସ୍ତରୀୟ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଓଡ଼ିଶା ସାଂସ୍କୃତିକ ସମାଜର ସମ୍ମିଳନୀ କକ୍ଷରେ ଶନିବାର ଆୟୋଜିତ କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ ଶିବିରରେ ସମ୍ବଲପୁର ଲୋକସଭା କ୍ଷେତ୍ର ଅଧିନସ୍ଥ ସମ୍ବଲପୁର, ଦେବଗଡ଼, ଅନୁଗୁଳ ଜିଲା ଅଞ୍ଚଳର ସମ୍ବଲପୁର, ରେଙ୍ଗାଲି, କୁଚିଣ୍ଡା, ରେମାଖୋଲ, ଦେବଗଡ଼, ଛେଣ୍ଡିପଦା ଓ ଆଠମଲ୍ଲିକ ବିଧାନସଭା ଅଞ୍ଚଳର ଶତାଧିକ ସଦସ୍ୟ ଓ ସଦସ୍ୟା ଯୋଗ ଦେଇଥିଲେ। ସମ୍ବଲପୁର ବିଏସପି ଜିଲା ସଭାପତି ଦିଲିପ କୁମାର ସିଂ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ଓଡ଼ିଶା ରାଜ୍ୟ ପ୍ରଭାରୀ ଧରମବିର ସିଂ ଅଶୋକ ମୁଖ୍ୟ ଅତିଥି ଓ ରାଜ୍ୟ ସଭାପତି ଟଙ୍କଧର ବାଗ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ। ଏହି ଅବସରରେ ବକ୍ତା ମାନେ ଦଳକୁ ଲୋକସଭା ଅର୍ନ୍ତଗତ ୭ଟି ବିଧାନସଭା କ୍ଷେତ୍ରରେ ତ୍ରୁଣମୂଳ ସ୍ତରରୁ ମଜବୁତ କରିବା ନିମନ୍ତେ ବିଭିନ୍ନ ପରାମର୍ଶ ଦେବା ସହିତ କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ। ଏଥି ସହ ଆଗାମୀ ୨୦୨୪ ନିର୍ବାଚନ ନିମନ୍ତେ ଏବେ ଠାରୁ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦିଆଯାଇଥିଲା।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories