ଶିଶୁ ସଦନରେ ଚକ୍ଷୁ ଚିକିତ୍ସା ଶିବିର
ଚୌଦ୍ୱାର : ସର୍ବଭାରତୀୟ ସ୍ୱେଚ୍ଛାସେବୀ ସଂଗଠନ ହିନ୍ଦ୍ ସେବକ ସଂଘ ଓ ଭୁବନେଶ୍ୱରସ୍ଥିତ ଅହଲ୍ୟା ଚିକିତ୍ସାଳୟ ମିଳିତ ଆୟୋଜନରେ ସ୍ଥାନୀୟ ଶିଶୁସଦନରେ ଏକ ଦାତବ୍ୟ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି। ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ଚିକିତ୍ସାଳୟର ୨ଜଣ ଚକ୍ଷୁ ବିଶେଷଜ୍ଞ ଓ କର୍ମଚାରୀ ମାନେ ୬୦ରୁ ଉର୍ଦ୍ଧ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରି ଔଷଧ ଓ ଚଷମା ପ୍ରଦାନ କରିଥିଲେ। ସେଥି ମଧ୍ୟରୁ ୧୫ ଜଣଙ୍କ ଚକ୍ଷୁରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଚିକିତ୍ସାଳୟକୁ ନିଆ ଯାଇଥିଲା।
Comments are closed.