www.samajalive.in
Saturday, December 6, 2025
14.1 C
Bhubaneswar

ତେଲଙ୍ଗାନା ପାଇଁ ବିଜେପିର ଘୋଷଣାପତ୍ରରେ ମଦ ବିକ୍ରି ନିୟନ୍ତ୍ରଣ ପାଇଁ ପ୍ରତିଶ୍ରୁତି

ହାଇଦରାବାଦ : ତେଲଙ୍ଗାନା ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ଏହାର ଇସ୍ତାହାର ଜାରି କରିଛି। ଏଥିରେ ମଦ ପ୍ରସାରଣ ନିୟନ୍ତ୍ରଣ ଉପରେ ଦଳ ଜୋର ଦେଇଛି। ଦଳ କ୍ଷମତାକୁ ଆସିଲେ ସପ୍ତାହରେ ଦୁଇ ଦିନ ରାଜ୍ୟର ସମସ୍ତ ମଦ ଦୋକାନ ବନ୍ଦ ରଖିବ ଓ ଅନ୍ୟ ଦିନରେ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ଖୋଲିବା ବ୍ୟବସ୍ଥା କରିବ ବୋଲି ଏଥିରେ କୁହାଯାଇଛି। ସମସ୍ତ ବାର୍‍ ମଧ୍ୟ ସନ୍ଧ୍ୟା ୬ଟାରେ ବନ୍ଦ କରାଯିବ। ମଦ ହିଁ ସମସ୍ତ ସାମାଜିକ ବିଶୃଙ୍ଖଳାର କାରଣ ବୋଲି ଦଳ ଦର୍ଶାଇଛି। ଏହାଛଡ଼ା ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍‍ ହାସ କରିବା, ହିନ୍ଦୁ, ଖ୍ରିଷ୍ଟୀଆନ୍‍ ଓ ମୁସଲମାନଙ୍କ ଧାର୍ମିକ ଅନୁଷ୍ଠାନର ସୁରକ୍ଷା ବ୍ୟବସ୍ଥା, ପ୍ରତି ସମ୍ପ୍ରଦାୟ ପାଇଁ ଅର୍ଥ ନିଗମ ପ୍ରତିଷ୍ଠା ଏବଂ ତୀର୍ଥଯାତ୍ରୀଙ୍କ ପାଇଁ ଯାତାୟାତ ଖର୍ଚ୍ଚରେ ରିଆତି ବ୍ୟବସ୍ଥା କରିବ ବୋଲି ଇସ୍ତାହାରରେ କୁହାଯାଇଛି। ଉତ୍ସବ ଋତୁରେ ଯାତ୍ରା ଦେଖଣାହାରୀଙ୍କ ପାଇଁ ମଧ୍ୟ ବସ୍‍ ଭଡ଼ାରେ ରିଆତି ପ୍ରଦାନ କରାଯିବା ସହ ଆୟାପ୍ପା ଦୀକ୍ଷା ଓ କୋଣ୍ଡାଗାଟ୍ଟୁ ଦୀକ୍ଷା ପାଇଁ ସରକାରୀ ବସ୍‍ରେ ଯାତାୟାତ ଖର୍ଚ୍ଚ ଛାଡ଼ କରାଯିବ। ଏହାଛଡ଼ା ଗ୍ରାମ ପଞ୍ଚାୟତ ଓ ପୌରାଞ୍ଚଳରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ଯୋଜନା ସହ ବେକାରଙ୍କ ପାଇଁ କର୍ମନିଯୁକ୍ତି ନିଶ୍ଚିତ କରାଯିବ ବୋଲି ଦଳର ଇସ୍ତାହାର କମିଟି ମୁଖ୍ୟ ଏନ୍‍.ଭିଏସ୍‍ ପ୍ରଭାକର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories