www.samajalive.in
Sunday, December 14, 2025
16.1 C
Bhubaneswar

୨୧ ଟି ନକଲି ବିଶ୍ୱବିଦ୍ୟାଳୟ, ଓଡ଼ିଶାରେ ୨ଟି : ୟୁଜିସି

ନୂଆଦିଲ୍ଲୀ : ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ (ୟୁଜିସି) ୨୧ଟି ବିଶ୍ୱବିଦ୍ୟାଳୟକୁ ନକଲି ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କରିଛି । ଏକ ଚିଠିରେ ୟୁଜିସି କହିଛି, ସେହି ୨୧ଟି ଅନୁଷ୍ଠାନ ଦେଶର ବିଭିନ୍ନ ଭାଗରେ ନିଜ ଶୈଳୀରେ କାର୍ଯ୍ୟ କରୁଛନ୍ତି ଓ ଆୟୋଗ ସେମାନଙ୍କୁ ସ୍ୱୀକୃତି ପ୍ରଦାନ କରି ନାହିଁ । ଛାତ୍ରଛାତ୍ରୀମାନଙ୍କୁ ଏ ସଂକ୍ରାନ୍ତରେ ସଚେତନ କରାଇ ୟୁଜିସି କହିଛି, ସେହି ଅନୁଷ୍ଠାନ ଗୁଡ଼ିକ କୌଣସି ଡିଗ୍ରୀ ଦେବାକୁ ହକ୍‍ଦାର ନୁହଁନ୍ତି । ୟୁଜିସି କହିଛି, ଏହିଭଳି ସର୍ବୋଚ୍ଚ ୮ଟି ନକଲି ବିଶ୍ୱବିଦ୍ୟାଳୟ ଦିଲ୍ଲୀରେ କାର୍ଯ୍ୟ କରୁଥିବା ବେଳେ ତିନୋଟି ଉତ୍ତରପ୍ରଦେଶରେ କାର୍ଯ୍ୟ କରୁଛି । ଅବଶିଷ୍ଟ ୧୦ଟି ନକଲି ବିଶ୍ୱବିଦ୍ୟାଳୟ କର୍ଣ୍ଣାଟକ, ମହାରାଷ୍ଟ୍ର, କେରଳ, ପଶ୍ଚିମବଙ୍ଗ, ଓଡ଼ିଶା,ପୁଡ଼ୁଚେରୀ ଓ ଆନ୍ଧ୍ରପ୍ରଦେଶରେ ରହିଛି ।

ୟୁଜିସିର ନକଲି ବିଶ୍ୱବିଦ୍ୟାଳୟ ତାଲିକାରରେ  ଓଡ଼ିଶାର ନବଭାରତ ଶିକ୍ଷା ପରିଷଦ, ଶକ୍ତି ନଗର ରାଉରକେଲା ଏବଂ ଉତ୍ତର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ବାରିପଦା ଆଦି ୨ଟି ବିଶ୍ୱବିଦ୍ୟାଳୟ ରହିଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories