www.samajalive.in
Sunday, December 14, 2025
15.1 C
Bhubaneswar

ସଙ୍କଟରେ ସୋରେନ, ବିଧାୟକ ପଦ ରଦ୍ଦ ଲାଗି ସୁପାରିସ

ରାଞ୍ଚି: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ କରିବା ଲାଗି ନିର୍ବାଚନ ଆୟୋଗ (ଇସି) ରାଜ୍ୟପାଳ ରମେଶ ବୈଶଙ୍କୁ ସୁପାରିସ କରିଛନ୍ତି। ମୁଖ୍ୟମନ୍ତ୍ରୀ ସୋରେନ ନିଜ ନାମରେ ଖଣି ଲିଜ୍ ନେବା ପୂର୍ବକ ବେଆଇନ ଭାବେ ଲାଭଜନକ ପଦରେ ରହିଥିବାରୁ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ସୁପାରିସ କରାଯାଇଛି। ନିର୍ବାଚନ ଆୟୋଗଙ୍କ ଏହି ସୁପାରିସ ପରେ ରାଜ୍ୟପାଳ ଜେଏମଏମ୍ ବିଧାୟକ ସୋରେନଙ୍କୁ ସମନ ଜାରି କରିଛନ୍ତି। ତାଙ୍କୁ ରାଜଭବନରେ ଉପସ୍ଥିତ ହେବାକୁ କୁହାଯାଇଛି। ଅନ୍ୟପଟେ ରାଜ୍ୟପାଳ ଏହି ପ୍ରସଙ୍ଗରେ ଆଇନଗତ ପରାମର୍ଶ ଲୋଡିଛନ୍ତି। ତେବେ ଏହି ପ୍ରସଙ୍ଗରେ ରାଜ୍ୟପାଳଙ୍କ ମତାମତ ମିଳିପାରି ନାହିଁ।

ସୋମବାର ଠାରୁ ଦିଲ୍ଲୀ ଗସ୍ତରେ ଥିବା ରାଜ୍ୟପାଳ ବ୍ୟାସ୍ ଗୁରୁବାର ରାଞ୍ଚି ଫେରିଆସିଛନ୍ତି। ଗୁରୁବାର ସକାଳେ ନିର୍ବାଚନ ଆୟୋଗଙ୍କ ଉକ୍ତ ସୁପାରିସ ସମ୍ପର୍କିତ ଚିଠି ଜଉମୁଦ ଲଫାପାରେ ରାଜଭବନରେ ପହଞ୍ଚିଥିଲା। ନିର୍ବାଚନ ଆୟୋଗ ମୁଖ୍ୟମନ୍ତ୍ରୀ ସୋରେନଙ୍କ ବିଧାୟକ ପଦ ରଦ୍ଦ ପାଇଁ ସୁପାରିସ କରିଥିବାବେଳେ ରାଜ୍ୟପାଳ ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି ନେବେ।

- Advertisement -

ନିର୍ବାଚନ ଆୟୋଗଙ୍କ ରିପୋର୍ଟ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଲାଭଜନକ ପଦ (ଅଫିସ ଅଫ ପ୍ରଫିଟ୍‌)କୁ ଉଲ୍ଲଙ୍ଘନ କରିଛନ୍ତି। ସେ ଜନପ୍ରତିନିଧି ଆଇନ ୧୯୫୧ର ଧାରା ୯ଏକୁ ଉଲ୍ଳଙ୍ଘନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସୋରେନ ନିଜ ନାମରେ ଖଣି ଲିଜ୍ ଅନୁମୋଦନ କରିଥିବା ଇସିଙ୍କ ତଦନ୍ତରୁ ଜଣାଯାଇଛି। ପୂର୍ବରୁ ଏ ପ୍ରସଙ୍ଗରେ ବିଜେପି ଇସିଙ୍କ ନିକଟରେ ଅଭିଯୋଗ କରିଥିଲା। ଅନ୍ୟପଟେ ଇସିଙ୍କ ଏପରି ସୁପାରିସ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅବଗତ ନ ଥିବା କହିଛି। ଜଉମୁଦ ଲଫାପାରେ ଆସିଥିବା ଇସିଙ୍କ ରିପୋର୍ଟ କିପରି ପ୍ରଘଟ ହେଲା ତାକୁ ନେଇ ଶାସକ ଦଳ ଓ ବିରୋଧୀ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି ଯେ ଇସିଙ୍କ ସୁପାରିସ ସମ୍ପର୍କରେ ତାଙ୍କୁ କୌଣସି ଯୋଗାଯୋଗ କରାଯାଇ ନାହିଁ। ବିଜେପି ନେତା ଓ ତାଙ୍କ ଦ୍ବାରା ପରିଚାଳିତ ସାମ୍ବାଦିକମାନେ ଏପରି ରିପୋର୍ଟ ପ୍ରସ୍ତୁତ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି। ଝାଡ଼ଖଣ୍ଡରେ ଏବେ ଜେଏମ୍‌ଏମ୍‌ ଓ କଂଗ୍ରେସ ମେଣ୍ଟ ସରକାର କ୍ଷମତାସୀନ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories